ନୂଆବର୍ଷରେ ଲାଗିବ ଝଟକା ! ପେଟ୍ରୋଲ ଓ ଡିଜେଲ ପରେ ଏଥର ମହଙ୍ଗା ହେବ ଏସବୁ ଜିନିଷ, ଖୁବ୍ ପ୍ରଭାବ ପକାଇବ

comodities

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଏକ ଖରାପ ଖବର । ଶୁଣି ଆପଣଙ୍କୁ ଆଦୌ ଭଲ ଲାଗିବନି । ପେଟ୍ରୋଲ, ଡିଜେଲ ଓ ରାସନ ମହଙ୍ଗା ପରେ ପୁଣି ଏସବୁ ଜିନିଷର ବି ଦର ବଢିବ । ନୂଆ ବର୍ଷ ପରେ ଏସବୁ ଲାଗୁ ହେବାକୁ ଥିବାବେଳେ ଏହାକୁ ନୂଆ ବର୍ଷରେ ନୂଆ ଝଟକା ବୋଲି କୁହାଯାଉଛି ।

ଜାଣିଛନ୍ତି ଜାନୁୟାରୀ ୨୦୨୨ରୁ ରେଡିମେଡ ପୋଷାକ ଓ ଜୋତା ବି ମହଙ୍ଗା ହେବ । ଏଥିଲାଗି ପ୍ରଚଳିତ ୫ ପ୍ରତିଶତ ସେବା ଓ ସାମଗ୍ରୀ କର (ଜିଏସଟି)କୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏଣୁ ପୋଷାକ ଓ ଟେକ୍ସଟାଇଲ ସାଙ୍ଗକୁ ଫୁଟୱେର ବି ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି ।

ଏପରି ଫିନିସଡ୍ ସାମଗ୍ରୀ ଉପରେ ଏପର୍ଯ୍ୟନ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ଯାହାକୁ ୧୨ ପ୍ରତିଶତ କରାଯାଇଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ (ସିବିଆଇସି) ଶନିବାର ଜାରି କରିଥିବା ଏକ ନୋଟିଫିକେସନରେ ଜାରି କରିଛନ୍ତି ।

ନୂଆ ଶୁଳ୍କହାର ଜାନୁୟାରୀ ୨୦୨୨ରୁ ଲାଗୁ ହେବ । ଏହା ପୂର୍ବରୁ କେବଳ ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ଦରର ପୋଷାକ ଓ ଫୁଟୱେର ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡୁଥିଲା । ନୂଆ ନିଷ୍ପତ୍ତିରେ କୌଣସି ମୂଲ୍ୟର ପୋଷାକ ହେଉ ଅଥବା ଜୋତା ସବୁ ଉପରେ ୧୨ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହେବ ।

ସେହିପରି ଟେକ୍ସଟାଇଲ ଯେପରିକି ହାତରେ ବୁଣା ପୋଷାକ, ସିନ୍ଥେଟିକ ୟାର୍ଣ୍ଣ, ପାଇଲ ଫେବ୍ରିକ୍ସ, ବ୍ଲାଙ୍କେଟ, ଟେଣ୍ଟ ଓ ଟେବୁଲ କ୍ଲଥ ପରି ସାମଗ୍ରୀ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କ୍ଲୋଦିଙ୍ଗ ମାନୁଫେକ୍ଚରିଂ ଆସୋସିଏସନ ଅଫ ଇଣ୍ଡିଆ (ସିଏମଏଆଇ) ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏମିତିରେ ଉଦ୍ୟୋଗ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ଚାପରେ ରହିଛି । ଏହାଛଡା ପ୍ୟାକେଜିଂ, ମେଟେରିଆଲ ଓ ପରିବହନ ଭଡ଼ା ମଧ୍ୟ ବୃଦ୍ଧି ହୋଇଛି । ଏଥିରେ ଜିଏସଟି ବୃଦ୍ଧି ଗ୍ରାହକଙ୍କୁ ନିଶ୍ଚିତ ପ୍ରଭାବିତ କରିବ ବୋଲି ସଂଘ କହିଛି ।

Share this story