ଆଫଗାନିସ୍ତାନ: ଗାର୍ଲସ ସ୍କୁଲର ସଂସ୍ଥାପକ ଦରକାରୀ ଦସ୍ତାବିଜ୍ ଜାଳିଦେଲେ, ଏହା ହେଉଛି କାରଣ

 I’m burning my students’ records not to erase them, but to protect them and their familie
ଛାତ୍ରୀ ଏବଂ ସେମାନଙ୍କ ପରିବାରଙ୍କୁ ସୁରକ୍ଷିତ ରଖାଯାଇପାରିବ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀ ରାଜ ପରେ ସେଠାକାର ଅବସ୍ଥା ଏବେ ବିଗିଡିବାରେ ଲାଗିଛି । ଆପଗାନିସ୍ତାନରେ ଔପଚାରିକ ଭାବେ ଏବେ ତାଲିବାନୀ ସରକାର ଗଠନ ହୋଇନାହିଁ, କିନ୍ତୁ ତାଲିବାନୀ ନିଜର ରଙ୍ଗ ଦେଖେଇବା ଆରମ୍ଭ  କରିଦେଇଛନ୍ତି ।

ତାଲିବାନୀ ଆତଙ୍କବାଦୀମାନେ ନିଜ ନିଜର ହରକତ ଆରମ୍ଭ କରିଦେଇଛନ୍ତି । ଏମିତି ସମୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଏଠାକାର ଏକ ସ୍ଥାନୀୟ ଗାର୍ଲସ ସ୍କୁଲର ସଂସ୍ଥାପକ ସମସ୍ତ ଛାତ୍ରୀଙ୍କ ଦରକାରୀ କାଗଜପତ୍ର ଜାଳି ପୋଡ଼ି ନଷ୍ଟ କରିଦେଇଛନ୍ତି ।

ପ୍ରକୃତରେ ଏହି ଘଟଣା ଆଫଗାନିସ୍ତାନର ଏକ ଗାର୍ଲ ସ୍କୁଲର ଅଟେ । ଗାର୍ଲସ ସ୍କୁଲର ସଂସ୍ଥାପକଙ୍କ କହିବା କଥା ତାଙ୍କ ଡର ଯେ, ଏହି ସବୁ କାଗଜ ପତ୍ର ଏବଂ ଛାତ୍ରୀଙ୍କ ଡାଟା ତାଲିବାନ୍ ହାତରେ ନ ଲାଗୁ । ଏଥିପାଇଁ ଏହି ସବୁ କାଗଜପତ୍ରକୁ ସେ ନିଆଁର ମୁହଁରେ ଫିଙ୍ଗି ଦେଇଥିବା କହିଛନ୍ତି । ଏମିତି କରିବା ଦ୍ୱାରା ତାଲିବାନୀଙ୍କଠାରୁ ଛାତ୍ରୀ ଏବଂ ସେମାନଙ୍କ ପରିବାରଙ୍କୁ ସୁରକ୍ଷିତ ରଖାଯାଇପାରିବ । ଗାଲର୍ସ ସ୍କୁଲର ସଂସ୍ଥାପକ ଶାବନା ଓ୍ୱସିଜ୍ ରାସିଖ୍ ଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଶାବନା ଓ୍ୱସିଜ୍ ରସିଖ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ୨୦ ବର୍ଷ ପରେ କେବଳ ଝିଅ ମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ସ୍କୁଲର ସଂସ୍ଥାପକ ଭାବେ ଛାତ୍ରୀଙ୍କ ସମସ୍ତ ଆବଶକୀୟ କାଗଜପତ୍ର ଜାଳି ପୋଡ଼ି ନଷ୍ଟ କରିଦେଉଛି । ସେମାନଙ୍କ ପରିଚୟ ନଷ୍ଟ କରିବା ପାଇଁ ନୁହେଁ, ବରଂ ତାଙ୍କୁ ଓ ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ ଏମିତି କରାଯାଇଛି  । ଯେମିତି ଆପଗାନିସ୍ତାନ ଉପରେ ଦୁନିଆର ଧ୍ୟାନ ନାଟକୀୟ ହୋଇଯାଉଛି ଏହଂ ଆଫଗାନ ନାଗରିକ ଦେଶଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

 Shabana Basij-Rasikh

ସେ ଆଗକୁ ଯାଇ ଏହା ବି ଲେଖିଛନ୍ତି ଯେ, ଯାହାଙ୍କ ପାଖରେ ବାହାରକୁ ବାହାରିବାର କୌଣସି ରାସ୍ତା ନାହିଁ, ସେମାନଙ୍କ ପାଇଁ ନିବେଶ କରିବାର ନିଆଁ ମୋ ଦେହରେ ଅଧିକରୁ ଅଧିକ ତାଜା ହେବାରେ ଲାଗିଛି । ମୁଁ, ମୋର ସମସ୍ତ ବିଦ୍ୟାର୍ଥୀ ସୁରକ୍ଷିତ ରହିଛନ୍ତି । ଏବେ ବି କିନ୍ତୁ ଅନେକ ଏମିତି ଅଛନ୍ତି ଯେଉଁମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଯେଉଁମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ମୁଁ ସେମାନଙ୍କ ଲାଗି ଚିନ୍ତିତ ବୋଲି କହିଛନ୍ତି । ମୋର ଧ୍ୟାନ ମୋର ଛାତ୍ରୀଙ୍କ ସୁରକ୍ଷା ପାଇଁ ବୋଲି କହିଛନ୍ତି ଗାର୍ଲସ ସ୍କୁଲର ପ୍ରତିଷ୍ଠାତା । ଆଉ ଏହି ପ୍ରସଙ୍ଗରେ ମୁଁ ଅଧିକ କିଛି କହିବି ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । 

TALIBAN

କହି ରଖୁଛୁ ଯେ, ତାଲିବାନର କବଜା ପରେ ଆଫଗାନିସ୍ତାନର ସ୍ଥିତି ବିଗିଡ଼ିଛି । ଦିନକୁ ଦିନ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଛି । ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରର ଲୋକେ ଆଫଗାନିସ୍ତାନରୁ ସୁରକ୍ଷିତ ନିଜ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସଂପୃକ୍ତ ଦେଶର ସେନା ବି କାବୁଲରେ ପହଞ୍ଚି ବିମାନ ବନ୍ଦରକୁ ସୁରକ୍ଷା ଯୋଗାଉଛି । ଆଉ ଏମିତି ସମୟରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ମୁଖ୍ୟଙ୍କୁ ତାଲିବାନୀମାନେ ସର୍ବସମ୍ମୁଖରେ ଫାଶୀରେ ଝୁଲାଇ ହତ୍ୟା କରୁଛନ୍ତି । ହତ୍ୟାର ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି ।..

Share this story