ଫାଟିଲା ତେଲ ଟ୍ୟାଙ୍କର , ୯୧ ଜୀବନ୍ତ ଦଗ୍ଧ ଓ ୧୦୦ରୁ ଅଧିକ ଆହାତ

Fire devastated

ଓଡ଼ିଆ ଗସିପ ବ୍ୟୁରୋ: ସିରା ଲିଉନ୍‌ର ରାଜଧାନୀ ଫ୍ରି ଟାଉନ୍‌ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହୋଇ ୯୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।  ୪୦ ଫୁଟ ଲମ୍ବର ଏକ ଲମ୍ବା ଟ୍ୟାଙ୍କର  ଆଉ ଏକ ଗାଡିକୁ ଧକ୍କା ଗେଇଥିଲା । ଫଳରେ ଏହି ବିସ୍ଫୋରଣ ହୋଇଥିଲା ।

ଦୁର୍ଘଟଣା ଏତେ ବଡ଼ ଥିଲା ଯେ, ଟ୍ୟାଙ୍କରୁ ଇନ୍ଧନ ନିଗ୍ରତ ହୋଇ ଏକ ବସ୍‌ ଉପରେ ପଡ଼ିଥିଲା।  ଫଳରେ ସେଥିରେ ଥିବା ଯାତ୍ରୀ ଫସିଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଫୁଟେଜ ଅନୁଯାୟୀ ଟ୍ୟାଙ୍କର ଚାରିପଟେ କିଛି ଶବ ମଧ୍ୟ ପଡ଼ିଛି ।

ଘଟଣାକୁ ନେଇ ରାଷ୍ଟ୍ରପତି ଜୁଲିୟସ୍ ମାଡା ବିୟୋ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି ଦୁର୍ଘଟଣାରେ ଏତେ ଜଣ ଲୋକେ ପ୍ରାଣହରାଇବା ତାଙ୍କୁ ମର୍ମାହତ କରିଛି । ଏନେଇ ସେ ଏକ ଟ୍ୱିଟ୍ କରି ମୃତାହତ ଲୋକଙ୍କ ପରିବାରକୁ ସରକାରୀ ସହାୟତା  ଯୋଗାଇ ଦିଆ ଯିବ ବୋଲି କହିଛନ୍ତି ।

ଫ୍ରିଟାଉନ୍ ମେୟର ୟୋଭେନେ ଆକି-ସାୟେର୍ ଘଟଣାକୁ ମର୍ମନ୍ତୁଦ କହିବା ସହ ପ୍ରାୟ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ଗୁଜବ ହେଉଥିବା ସେ କହିଛନ୍ତି ।

ଶୁକ୍ରବାର ରାତିରେ ପୂର୍ବ ୱେଲିଙ୍ଗଟନ୍ ଉପକଣ୍ଠରେ ଥିବା ବ୍ୟସ୍ତବହୁଳ ଚୋଇଥ୍ରାମ ସୁପରମାର୍କେଟ ବାହାରେ ଥିବା ଏକ ଜଙ୍କସନ୍‌ରେ ଏହି ଦୁର୍ଘଟଣା ଘଟିଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, ଏଥିରେ ଏକ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ନିକଟସ୍ଥ ଦୋକାନ ଏବଂ ମାର୍କେଟ ଷ୍ଟଲରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି ।

Share this story