ୟାସିନ ମଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ:
ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ସ୍ପେଶାଲ NIA କୋର୍ଟ
ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ସ୍ପେଶାଲ NIA କୋର୍ଟ

ଓଡ଼ିଆ ଗସିପ ବ୍ୟୁରୋ: ବହୁ ଚର୍ଚ୍ଚିତ କାଶ୍ମୀର ବିଛିନ୍ନତାବାଦୀ ନେତା ୟସୀନ ମଲିକକୁ ଆଜୀବନ ଜେଲ୍ ଦଣ୍ଡାଦେଶ ।
ୟସୀନ କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ସ୍ପେଶାଲ NIA କୋର୍ଟ । କାଶ୍ମୀର ର ଏହି ଟପ ବିଚ୍ଛିନ୍ନତାବାଦୀ ନେତା
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦଣ୍ଡାଦେଶ ହୋଇଛି।
କିଛି ଦିନ ତଳେ ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦିଲ୍ଲୀର ଏକ କୋର୍ଟରେ ୟାସିନ ମଲିକ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ୱୀକାର କରିଥିଲେ।