୮୦ ଫୁଟ୍‌ର ଗଭୀର ଗାତ ଭିତରେ ଲୁଚିଥିଲା ଯମ; ଭକ୍ତ ରାହୁଲଙ୍କୁ ଉଦ୍ଧାର କରି ଆଣିଲେ କୋଟି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ

567

୧୦୦ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ ସଫଳ

ଓଡ଼ିଆ ଗସିପ୍ ବ୍ୟୁରୋ: ୮୦ ଫୁଟ୍‌ର ଗଭୀର ଗାତରୁ ବାହାରିଲା ରାହୁଲ । ୧୦ ବର୍ଷର ମାନସିକ ବିକାରଗ୍ରସ୍ତ ଛୁଆ ରାହୁଲ ସାହୁ ଶେଷରେ ଉଦ୍ଧାର ପାଇଛି । ଦୀର୍ଘ ୫ ଦିନ ଧରି ସେ ରହିଥିଲା ୮୦ ଫୁଟ୍ ଗଭୀର ବୋର୍‌ୱେଲ୍‌ ଭିତରେ । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଅନେକ ପରିଶ୍ରମ ପରେ ଶେଷରେ ଉଦ୍ଧାର ହୋଇଛି ରାହୁଲ । ଗାତ ଭିତରୁ ବାହାରିବା ପରେ ତୁରନ୍ତ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି।  


 


 

ରାହୁଲକୁ ଉଦ୍ଧାର ପାଇଁ ପ୍ରଶାସନ ନେଇଥିଲା ବଡ଼ ପଦକ୍ଷେପ । ବୋରୱେଲଠାରୁ କିଛି ଦୂରରେ ମାନ୍ତରାଳ ଭାବେ ପ୍ରାୟ ୮୦ ଫୁଟ ତଳକୁ ଖୋଳାଯାଇଥିଲା ବିରାଟ ଗର୍ତ୍ତ । ସେଠାରୁ ପୁଣି ଏକ ସୁଡ଼ଙ୍ଗ ଖୋଳାଯାଇଥିଲା । ସେହି ସୁଡ଼ଙ୍ଗ ଜରିଆରେ ଉଦ୍ଧାର ହୋଇଥିଲା ରାହୁଲ । ଆଉ ସବୁଠାରୁ ବଡ଼ କଥା ହେଲା ସୁଡ଼ଙ୍ଗ ଖୋଳାଯିବା ବେଳେ ମାଡ଼ି ଅତଡ଼ା ଯେପରି ନଭୁଶୁଡ଼େ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଗତ ଶୁକ୍ରବାରରୁ ସୋମବାର ପର୍ଯ୍ୟନ୍ତ ରାହୁଲ ଜୀବନ ମରଣ ସହ ଜୁଝୁଥିବା ବେଳେ ପୁରା ଦେଶର ନଜର ରହିଥିଲା କ’ଣ ହେବ ଫଳାଫଳ । କେମିତି ଉଦ୍ଧାର ହେବ ରାହୁଲ ?

ରାୟପୁରରୁ ଆସିଥିବା ହେଭି ମେସିନାରୀ ସହ ରକ୍ ବ୍ରେକର ସହାୟତାରେ ଖୋଳାଯାଇଥିଲା ସୁଡ଼ଙ୍ଗ । ଷ୍ଟୋନ ବ୍ରେକର ସହାୟତାରେ ପଥରକୁ ଭେଦ କରିଥିଲେ ଏନ୍‌ଡିଆରଏଫ୍ ଏବଂ ଏସ୍‌ଡିଆରଏଫ୍ ଯବାନ । ପ୍ରାୟ ୫ଫୁଟ ଲମ୍ବର ସୁଡ଼ଙ୍ଗ ଖୋଳିବା ପରେ ସେହି ବାଟ ଦେଇ ରାହୁଲ ନିକଟରେ ପଞ୍ଚିଥିଲେ ଯବାନ । ଅପରେସନ ବେଳେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲା ପଥର ଖଣ୍ଡ । ତେଣୁ ଟନେଲ୍ ତଥା ସୁଡ଼ଙ୍ଗ ଖୋଳାରେ ବିଳମ୍ବ ହେଉଥିଲା । ଏପରିକି କାଳେ ମାଟି ଧସିବ, ତେଣୁ ଅତି ସତର୍କତାର ସହ ଟନେଲ୍ ଖୋଳାଯାଇଥିଲା ।

ଗୋଟିଏ ପଟେ ଖନନ, ଅନ୍ୟପଟେ ରାହୁଲର ଜୀବନ । ସବୁଠୁ ବଡ଼ ଚାଲେଞ୍ଜ ଥିଲା ଗାତ ଭିତରେ ଥିବା ରାହୁଲକୁ ଧୈର୍ଯ୍ୟ ଆଉ ସାହସ ଯୋଗାଇବା । ତେଣୁ ରାହୁଲକୁ ମଝିରେ ମଝିରେ ଡାକ ପକାଉଥିଲେ ଉଦ୍ଧାରକାରୀ ଟିମ୍‌ର ସଦସ୍ୟ । ନିୟମିତ ବ୍ୟବଧାନରେ ତାପାଖକୁ ଖାଦ୍ୟ ପଦାର୍ଥ ଯଥା କଦଳୀ, ସେଓ ସହ ଓଆର୍‌ଏସ୍‌ ପଠାଯାଉଥିଲା । କେବଳ ଖାଦ୍ୟ ନୁହେଁ, ପାଇପ୍ ଜରିଆରେ ଅମ୍ଲଯାନ ପଠାଯାଉଥିଲା । ତାସହ ୨୪ ଘଣ୍ଟା ସିସିଟିଭି ଜରିଆରେ ମନିଟରିଂ କରାଯାଉଥିଲା ।

ତେବେ ଉଦବେଗଜନକ ସ୍ଥିତି ସେତେବଳେ ଉପୁଜଇଥିଲା, ଯେତେବେଳେ ବୋରୱେଲ ଗାତ ଭିତରେ ରହିବାର ୧୦୦ ଘଣ୍ଟା ବିତିଯାଇଥିବାରୁ ରାହୁଲର ବେକରୁ ପାଦ ଯାଏଁ ଶେତା ପଡ଼ିଯାଇଥିଲା । ବଳ ବି ଆଉ ନଥିଲା । ତେଣୁ ତାକୁ ବାଓଟିକ୍ ବି ଦିଆଯାଉଥିଲା । ଶେଷଥର ପାଇଁ ସୋମବାର ସକାଳେ ୨ଟି କଦଳୀ ଖାଇଥିଲା ରାହୁଲ । ପୂର୍ବରୁ ଯାହା କିଛି ବି ହଲ୍‌ଚଲ୍ ହେଉଥିଲା ତାହା ବି ଧିରେ ଧିରେ କମି ଆସିଥିଲା । ତେଣୁ ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍, ରୋବୋଟିକ୍ ଟିମ୍, ସେନା, ଜିଲ୍ଲା ପ୍ରଶାସନିକ ଅଧିକାରୀ ରେସ୍‌କ୍ୟୁ ଅପରେସନ୍‌ସକୁ ଆହୁରି ଜୋରଦାର କରିଥିଲା ।

Share this story