କାହିଁକି ଚୈତ୍ର ନବରାତ୍ରୀକୁ କୁହାଯାଏ ହିନ୍ଦୁ ନବବର୍ଷ, ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ଉଲ୍ଲେଖ

maa

ଓଡ଼ିଆ ଗସିପ୍ ବ୍ୟୁରୋ: ଚୈତ୍ର ନବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ ପର୍ବ। ଯେଉଁଥିରେ ନଅ ଦିନ ପର୍ଯ୍ୟନ୍ତ ମାଁ ଦୁର୍ଗାଙ୍କର ପୂଜା କରାଯାଇଥାଏ। ଲୋକମାନେ ମାଁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ରଖିଥାନ୍ତି। ଶାରଦୀୟ ନବରାତ୍ରୀ ପରେ ଏହା ବର୍ଷର ଦ୍ୱିତୀୟ ବଡ ନବରାତ୍ରୀ। ଅନେକ ଥର ତିଥିର ଗୋଟିଏ ଦିନରେ ପଡିବା କାରଣରୁ ନବରାତ୍ରୀ ଦିନ ସଂଖ୍ୟା ୮ ରହିଥାଏ। ଯାହାକୁ ତିଥିର କ୍ଷୟ କୁହାଯାଇଥାଏ।

କିନ୍ତୁ ନବରାତ୍ରୀ ପୁରା ୯ଦିନ ପର୍ଯ୍ୟନ୍ତ ପଡିବା ଶୁଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀରେ କୌଣସି କ୍ଷୟ ହେଉନାହିଁ। ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ହିନ୍ଦୁମାନଙ୍କ ନୂଆ ବର୍ଷ ଆରମ୍ଭ ହୋଇଥାଏ।

ଚୈତ୍ର ନବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ ପର୍ବ। ଯେଉଁଥିରେ ନଅ ଦିନ ପର୍ଯ୍ୟନ୍ତ ମାଁ ଦୁର୍ଗାଙ୍କର ପୂଜା କରାଯାଇଥାଏ। ଲୋକମାନେ ମାଁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ରଖିଥାନ୍ତି। ଶାରଦୀୟ ନବରାତ୍ରୀ ପରେ ଏହା ବର୍ଷର ଦ୍ୱିତୀୟ ବଡ ନବରାତ୍ରୀ। ଅନେକ ଥର ତିଥିର ଗୋଟିଏ ଦିନରେ ପଡିବା କାରଣରୁ ନବରାତ୍ରୀ ଦିନ ସଂଖ୍ୟା ୮ ରହିଥାଏ। ଯାହାକୁ ତିଥିର କ୍ଷୟ କୁହାଯାଇଥାଏ। କିନ୍ତୁ ନବରାତ୍ରୀ ପୁରା ୯ଦିନ ପର୍ଯ୍ୟନ୍ତ ପଡିବା ଶୁଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀରେ କୌଣସି କ୍ଷୟ ହେଉନାହିଁ। ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ହିନ୍ଦୁମାନଙ୍କ ନୂଆ ବର୍ଷ ଆରମ୍ଭ ହୋଇଥାଏ।

ଚୈତ୍ର ନବରାତ୍ରୀରୁ କାହିଁକି ଆରମ୍ଭ ହୋଇଥାଏ ହିନ୍ଦୁମାନଙ୍କ ନୂଆ ବର୍ଷ?

କୁହାଯାଇଥାଏ ଏହି ଦିନ ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ରଚନା କରିବାର କାର୍ଯ୍ୟଭାର ସମ୍ପନ୍ନ କରିଥିଲେ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଏହି ଦିନ ଦେବୀ ମାଁ ସମସ୍ତ ସେଦବୀ-ଦେବତାଙ୍କୁ କାର୍ଯର ଦାୟିତ୍ୱ ବାଣ୍ଟିଥିଲେ। ଏହିକାରଣରୁ ଚୈତ୍ର ନବରାତ୍ରୀ ହିନ୍ଦୁ ନବବର୍ଷର ଆରମ୍ଭ କୁହାଯାଇଥାଏ। ଦେବୀ ପୁରାଣ ଅନୁଯାୟୀ ସୃଷ୍ଟି ଆରମ୍ଭ ପୂର୍ବରୁ ଅନ୍ଧକାର ସାମ୍ରାଜ୍ୟ ରହିଥିଲା। ସେହିସମୟରେ ଦେବୀ ଶକ୍ତି ଜଗଦମ୍ବା ଦେବୀ ନିଜର କୁଷ୍ମାଣ୍ଡା ଅବତାରରେ ଭିନ୍ନ ବନସ୍ପତି ଏବଂ ଅନ୍ୟ ବସ୍ତୁକୁ ସଂରକ୍ଷିତ କରିବା ସହ ସୂର୍ଯ୍ୟମଣ୍ଡଳର ମଧ୍ୟରେ ବ୍ୟାପି ଥିଲେ। ଜଗତ ନିର୍ମାଣ ସମୟରେ ମାତା ବ୍ରହ୍ମା, ବିଷ୍ଣୁ ଏବଂ ଭଗବାନ ଶିବଙ୍କ ରଚନା କରିଥିଲେ। ଏହାପରେ ସତ, ରଜ, ତମ ନାମକ ତିନି ଦେବୀ ଲଧ୍ମୀ, ସରସ୍ୱତୀ ଏବଂ କାଳୀ ମାତାଙ୍କର ଉତ୍ପନ୍ନ ହୋଇଥିଲା।

ବର୍ଷରେ ପଡିଥାଏ ୪ଟି ନବରାତ୍ରୀ

ବର୍ଷସାରା ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସକୁ ମିଶାଇ ସମୁଦାୟ ୪ଟି ନବରାତ୍ରୀ ପଡିିଥାଏ। କିନ୍ତୁ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ଅଦିକ ଲୋକପ୍ରିୟ। ବସନ୍ତ ଋତୁରେ ହେବା କାରଣରୁ ଚୈତ୍ର ନବରାତ୍ରୀକୁ ବାସନ୍ତୀ ନବରାତ୍ରୀ ଏବଂ ଶରତ ଋତୁରେ ଆସୁଥିବା ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଇଥାଏ। ନବରାତ୍ରୀରେ ଦେବୀ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ।

ମାଁ ଙ୍କ ନଅ ରୂପ ହେଉଛି- ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ନବରାତ୍ରୀର ପ୍ରଥମ ଦିନ ପୂର୍ବରୁ ଘଟ ସ୍ଥାପନା କରାଯାଇଥାଏ। ଏହାପରେ ଲଗାତାର ୯ଦିନ ପର୍ଯ୍ୟନ୍ତ କିମ୍ବା ନିଜ ଇଛା ଅନୁସାରେ ଶେଷ ଦିନ ଉପବାସ ରଖିଥାନ୍ତି। ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ। ତନ୍ତ୍ର ସାଧନା କରୁଥିବା ଲୋକଙ୍କ ପାଇଁ ଏହି ଗୁପ୍ତ ନବରାତ୍ରୀ ସବୁଠାରୁ ଅଧିକ ମୂଲ୍ୟବାନ ହୋଇଥାଏ।ବର୍ଷସାରା ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସକୁ ମିଶାଇ ସମୁଦାୟ ୪ଟି ନବରାତ୍ରୀ ପଡିିଥାଏ। କିନ୍ତୁ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ଅଦିକ ଲୋକପ୍ରିୟ। ବସନ୍ତ ଋତୁରେ ହେବା କାରଣରୁ ଚୈତ୍ର ନବରାତ୍ରୀକୁ ବାସନ୍ତୀ ନବରାତ୍ରୀ ଏବଂ ଶରତ ଋତୁରେ ଆସୁଥିବା ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଇଥାଏ।

ନବରାତ୍ରୀରେ ଦେବୀ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ମାଁ ଙ୍କ ନଅ ରୂପ ହେଉଛି- ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ନବରାତ୍ରୀର ପ୍ରଥମ ଦିନ ପୂର୍ବରୁ ଘଟ ସ୍ଥାପନା କରାଯାଇଥାଏ। ଏହାପରେ ଲଗାତାର ୯ଦିନ ପର୍ଯ୍ୟନ୍ତ କିମ୍ବା ନିଜ ଇଛା ଅନୁସାରେ ଶେଷ ଦିନ ଉପବାସ ରଖିଥାନ୍ତି। ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ। ତନ୍ତ୍ର ସାଧନା କରୁଥିବା ଲୋକଙ୍କ ପାଇଁ ଏହି ଗୁପ୍ତ ନବରାତ୍ରୀ ସବୁଠାରୁ ଅଧିକ ମୂଲ୍ୟବାନ ହୋଇଥାଏ।

Share this story