୭୬ ଯାତ୍ରୀ ପ୍ରାଣ ହରାଇଥିବା ବିମାନ ଦୁର୍ଘଟଣାର ମିଳିଲା ବ୍ଲାକ୍‌ ବକ୍ସ, ଏବେ ଜଣାପଡିବ କେମିତି ହେଇଥିଲା ଏହି ଭୟଙ୍କର ଦୁର୍ଘଟଣାର

Traced black box of destroyed plane will reveal the cause of accident

ଓଡ଼ିଆ ଗସିପ୍ ବ୍ୟୁରୋ: ନେପାଳର ପୋଖରା ବିମାନ ବନ୍ଦର ନିକଟରେ ଗତକାଲି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବାରୁ ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଭାରତୀୟଙ୍କ ସମେତ ବହୁ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି ।

କାଠମାଣ୍ଡୁରୁ ପୋଖରା ଯାଉଥିବା ୟେତି ଫ୍ଳାଇଟ୍‌ ଏଟିଆର-୭୨ ଅବତରଣ କରିବାର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡ଼ିଥିଲା । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ବେଳେ ଅଧିକାଂଶ ଯାତ୍ରୀ ମଧ୍ୟ ପୋଡି ହୋଇଯାଇଛନ୍ତି ।

ତେବେ ବିମାନଟି କଣ ପାଇଁ ଦୁର୍ଘଟଣାଗ୍ରସ୍ତ ହେଲା। କଣ ରହିଛି ଏହାର କାରଣ । ଖରାପ ପାଗ, ନାଁ ବିମାନର ଯାନ୍ତ୍ରିକ ତ୍ରୁଟି କଣ ହୋଇପାରେ ଏହାର କାରଣ । ଏପରି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଆଜି ଆକାଳୁ ଉଦ୍ଧାର କାର୍ଯ୍ୟ ସମୟରେ ବିମାନଟିର ଦୁଇଟି ବ୍ଲାକ୍‌ ବକ୍ସ ମିଳିଛି । ଏହି ବ୍ଲାକ୍‌ ବକ୍ସ ହିଁ ବିମାନଟିର ଦୁର୍ଘଟଣାର ରହସ୍ୟ ଖୋଲିବ ।

କାଲି ଦୁର୍ଘଟଣାପରେ ସର୍ଚ୍ଚ ଅପରେସନରେ କେବଳ ୬୮ ଜଣଙ୍କ ମୃତଦେହ ମିଳିଥିଲା । ବାକି ୪ ଜଣଙ୍କୁ ଠାବ କରିବା ପାଇଁ ଆଜି ସକାଳୁ ପୁଣି ଅଭିଯାନ ଆରମ୍ଭ କରାଯିବା ସମୟରେ ଘଟଣାସ୍ଥଳରୁ ବ୍ଲାକବକ୍ସ ମିଳିଥିବା କାଠମାଣ୍ଡୁ ଏୟାରପୋର୍ଟର ଅଧିକାରୀ ଶେର ବାହାଦୂର ଠାକୁର କହିଛନ୍ତି ।

ଦୁଇ ଇଞ୍ଜିନ ବିଶିଷ୍ଟ ଏଟିଆର ୭୨ ବିମାନଟି କାଠମାଣ୍ଡୁରୁ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପୋଖରା ଯାଉଥିଲା । ୧୦.୩୩ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ୧୧ଟାରେ ପୋଖରାରେ ଅବତରଣ କରିଥାଆନ୍ତା । କିନ୍ତୁ ଲ୍ୟାଣ୍ଡିଂର ୧୦ ସେକେଣ୍ଡ ପୂର୍ବରୁ ଏହା ନିୟନ୍ତ୍ରଣ ହରାଇ ନଦୀ କୂଳରେ ଖସି ପଡ଼ିଥିଲା । ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ।

ତେବେ ଆପଣଙ୍କ ମନରେ ଏହି ବ୍ଲାକ୍‌ ବକ୍ସକୁ ନେଇ ପ୍ରଶ୍ନ ଉଠୁଥିବ । ପ୍ରଶ୍ନ ଉଠିବା ବି ସ୍ବଭାବିକ, କାରଣ ଏତେ ଭୟଙ୍କର ବିମାନ ଦୁର୍ଘଟଣାରେ ବିମାନଟି ପୋଡି ଯାଇଥିବା ବେଳେ ଏହି ବ୍ଲାକ୍‌ ବକ୍ସ କିପରି ସୁରକ୍ଷିତ ରହିଛି । ଆଉ ଏହା କିପରି ବିମାନ ଦୁର୍ଘଟଣାର ରହସ୍ୟ ଖୋଲିବ । ତେବେ ଆସନ୍ତୁ ଜାଣିବା :

‘ବ୍ଲାକ ବକ୍ସ’ କ’ଣ?

ବହୁତ କମ୍ ଲୋକ ଜାଣିଥିବେ ଯେ ଏହି  ‘ବ୍ଲାକ ବକ୍ସ’ କ’ଣ? ଏହି ବ୍ଲାକ୍ ବକ୍ସ ରଙ୍ଗରେ କଳା ନୁହେଁ, କିମ୍ବା ଆକୃତିର ବାକ୍ସ ପରି ମଧ୍ୟ ନୁହେଁ । କମଳା ରଙ୍ଗର ଏହି ଉପକରଣ ହୋଇଥିଲେ ମଧ୍ୟ ଏହାକୁ ବ୍ଲାକ ବକ୍ସ କୁହାଯାଏ । ବାସ୍ତବରେ, ଏହା ପଛରେ ଅନେକ ରୋଚକ କାରଣ ଲୁଚି ରହିଛି ।

ଐତିହାସିକ ମାନେ କୁହନ୍ତି ୧୯୫୦ ମସିହାରେ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡେଭିଡ ୱାରେନଲ୍‌ ଏହାର ଉଦ୍ଭାବନ କହିଥିଲେ । ବିମାନ କଣ ପାଇଁ ଦୁର୍ଘଟଣା ହୁଏ ତାହା ଜାଣିବା ଏବଂ ଆଗକୁ କିପରି ବିମାନ ଦୁର୍ଘଟଣା ରୋକାଯିବ ତାହା ଜାଣିବା ପାଇଁ ‘ବ୍ଲାକ ବକ୍ସ’ କୁ ସମସ୍ତ ବିମାନରେ ଲଗାଯାଏ । ଏହା ସମସ୍ତ ବ୍ୟବସାୟିକ ବିମାନ ଏବଂ ସଶସ୍ତ୍ର ବାହିନୀ ପାଇଁ ବାଧ୍ୟତାମୂଳକ ଅଟେ ।

ଏହାର ମୁଖ୍ୟ କାମ ହେଲା ଡିଭାଇସ୍ ଫିକ୍ସିଂ କରିବା, ଯାହା ଦ୍ବାରା ବିମାନ ଇଞ୍ଜିନ ସମସ୍ତ ତଥ୍ୟ ଜଣାପଡିବ । ବିମାନରେ କଣ ଘଟୁଛି ସେ ସବୁର ରେକର୍ଡିଂ । ଯାହା ଦ୍ବାରା ଦୁର୍ଘଟଣା ସମୟରେ ବିମାନର ଯାତ୍ରୀମାନେ କଣ କଥା ହେଉଥିଲେ ସେ ସବୁ ରେକଡିଂ କରାଯାଇପାରିବ । ଅଣ୍ଡର ୱାଟର ଲୋକେଟର । ଯାହା ଦ୍ବାରା ବିମାନଟି କ୍ରାସ ପରେ ସମୁଦ୍ରରେ ପଡିଲେ ମଧ୍ୟ ବ୍ଲାକ ବକ୍ସକୁ ଲୋକେଟ କରାଯାଇ ପାରିବ ।

ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଟାଇଟାନିୟମରେ ନିର୍ମିତ କୋର୍ ହାଉସିଂ । ଯାହା ଦ୍ବାରା କ୍ରାସ୍ ହେଲେ ଏହାର ମେମୋରୀ ୟୁନିଟ୍ ଖରାପ ହୋଇନଥାଏ । ବ୍ଲାକ୍ ବକ୍ସର ଦୁଇଟି ରେକର୍ଡର୍ ଅଛି । ଗୋଟିଏ ପାଇଲଟ୍ ଭଏସ୍ କିମ୍ବା କକ୍ପିଟ୍ ଧ୍ୱନି ପାଇଁ ଏକ କକ୍ପିଟ୍ ଭଏସ୍ ରେକର୍ଡର୍ (CVR) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (FDR) ।

ବ୍ଲାକ୍ ବକ୍ସ କିପରି ମିଳିବ

ବ୍ଲାକ୍ ବକ୍ସ ୩୦ ଦିନ ବିଦ୍ୟୁତ୍ ବିନା କାମ କରିପାରିବ । ଯେତେବେଳେ ଦୁର୍ଘଟଣା ପରେ ଏହା ବିମାନରୁ ବିଚ୍ଛିନ୍ନ ହୁଏ ଏହା ପ୍ରତି ସେକେଣ୍ଡରେ ଏକ ବିପ୍ ସାଉଣ୍ଡ / ତରଙ୍ଗ ନିର୍ଗତ କରେ । ଏହି ତରଙ୍ଗ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ । ଯାହାକି ସର୍ଚ୍ଚ ଦଳଗୁଡିକ ୨ ରୁ ୩ କିଲୋମିଟର ବ୍ୟାସାର୍ଦ୍ଧରେ ସହଜରେ ପାଇପାରିବେ । ଏହା ୧୫୦୦୦ ଫୁଟ ଗଭୀର ସମୁଦ୍ରରୁ ମଧ୍ୟ ତରଙ୍ଗ ପଠାଇବାରେ ସମର୍ଥ ।

Share this story