ଦଶହାରାଦିନ ଏହି ସ୍ଥାନରେ ପୂଜା ପାଆନ୍ତି ରାବଣ, ଗୋଟିଏ ଦିନ ପାଇଁ ଖୋଲା ଯାଏ ଏହି ମନ୍ଦିର, ଜାଣନ୍ତୁ କଣ ରହିଛି ରହସ୍ୟ...

Demon king Ravan

ଓଡ଼ିଆ ଗସିପ ବ୍ୟୁରୋ: ମନ୍ଦ ଉପରେ ଭଲର ବିଜୟକୁ ସ୍ମରଣ କରିବା ପାଇଁ ଭକ୍ତମାନେ ଦଶହାରାଦିନ ଦୁର୍ଗାମା' ଙ୍କୁ ପୂଜା କରିବା ସହ ରାବଣପୋଡ଼ି ଉତ୍ସବରେ ରାବଣ କୁ ଜାଳି ଥାନ୍ତି । ହେଲେ ଭାତରେ ଏମିତି ଏକ ସହର ଅଛି ଯେଉଁଠି ଖୋଦ ରାବଣ ଙ୍କୁ ପୂଜା କରାଯାଏ । ବର୍ଷକୁ ଖୋଲିଥାଏ ଏହି ମନ୍ଦିର । ଠିକ ଏହି ଦିନ ଖଚାଖଚ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

ହଁ ଆଜ୍ଞା ଦଶହାରାଦିନ ସବୁଆଡେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରାଯାଉଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ରହିଛି ରାବଣଙ୍କ ମନ୍ଦିର । ବିଜୟାଦଶମୀ ତଥା ଦଶହାରାଦିନ ଏହି ମନ୍ଦିର ଖୋଲା ଯାଇ ବିଧି ବିଧାନ ଭାବେ ରାବଣଙ୍କୁ ଦୁଗ୍ଧ ସ୍ନାନ କରାଯାଏ ।

ଏହାପରେ ଅଭିଷେକ କରାଯାଇ ଶୃଙ୍ଗାର କରାଯାଏ ଏବଂ ପୂଜା କରାଯାଇ ରାବଣଙ୍କ ସ୍ତୁତି କରାଯିବା ସହ ଆଳତି କରାଯାଏ । କେବଳ ଦଶହରା ଦିନ ଏହି ମନ୍ଦିର ଖୋଲାଯାଉଥିବା ବେଳେ ଏହି ଗୋଟିଏ ଦିନରେ ରାବଣଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମେ ।

ଏହିଦିନ ଉତ୍ତରପ୍ରଦେଶ କାନପୁରରେ ଥିବା ଏହି ମନ୍ଦିରରେ କିନ୍ତୁ ରାବଣଙ୍କ ପୂଜାର୍ଚ୍ଚନା କରାଯାଏ କାରଣ ଏହା ପଛରେ ରହିଛି ଏକ ଧାର୍ମିକ ତଥା ପୌରାଣିକ ବିଶ୍ୱାସ ।

ଏଠିକାର ପୂଜକଙ୍କ କହିବା ଅନୁସାରେ, ରାବଣ ଧରାଶାୟୀ ହେବାପରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ରାବଣଙ୍କ ପାଦପଦ୍ମରେ ପ୍ରଣାମ କରି ତାଙ୍କ ଠାରୁ ଜ୍ଞାନ ଆହରଣ କରିବାକୁ କହିଥିଲେ । କାରଣ ରାବଣ ପରି ଜ୍ଞାନୀ ନା ଆଜିଯାଏଁ ଧରାପୃଷ୍ଠରେ କେହି ଜନ୍ମ ନେଇଛି ନା ନେବେ । ଏହି ସମୟରେ ରାବଣ ସମସ୍ତଙ୍କ ପାଇଁ ପୂଜନୀୟ ହୋଇଯାଇଥିଲେ । ରାବଣଙ୍କ ଏହି ସ୍ୱରୂପକୁ ଧ୍ୟାନରେ ରଖି କାନପୁରରେ ରାବଣଙ୍କୁ ପୂଜା କରାଯାଏ ।

Share this story