ଭୟଙ୍କର ରୂପ ନେବାରେ ଲାଗିଛି ଋଷ-ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ

S400

ଓଡ଼ିଆ ଗସିପ ବ୍ୟୁରୋ: ସମୟ ବିତୁଛି ଆଉ ସମୟ ବିତିବା ସହ ଭୟଙ୍କର ରୂପ ନେବାରେ ଲାଗିଛି ଋଷ-ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ । ଋଷର ମିଜାଇଲ ଏବଂ କ୍ଲଷ୍ଟର ବୋମା ମାଡରେ ୟୁକ୍ରେନର ରାଜଧାନୀ କିବ୍ ଏକପ୍ରକାର ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲାଣି । ତଥାବି ହାର ମାନିବାକୁ ନାରାଜ ୟୁକ୍ରେନ୍ । ଋଷ ଉପରେ ୟୁକ୍ରେନ୍ ମଧ୍ୟ ପାଲଟା ଆକ୍ରମଣ କରୁଛି । ସବୁଠୁ ବଡକଥା ହେଉଛି ୟୁକ୍ରେନକୁ ସହଯୋଗର ହାତ ବଢାଇଛନ୍ତି ଆମେରିକା ସମେତ ଅନ୍ୟ ନାଟୋ ଦେଶ । ଆଉ ଏହାରି ଭିତରେ ଋଷ ତାର ସୁରକ୍ଷା ପାଇଁ ଯୁଦ୍ଧ ମୈଦାନକୁ ଓହ୍ଲାଇବାକୁ ଯାଉଛି ଋଷର ସୁରକ୍ଷା କବଚ କୁହାଯାଉଥିବା ଏୟାର ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ ।


ଏସ୍-୪୦୦ ସେହି ଡିପେନ୍ସ ସିଷ୍ଟମ ଯାହାକୁ ଋଷ ଠାରୁ ନକିଣିବା ପାଇଁ ଭାରତକୁ ଧମକାଉଥିଲା ଆମେରିକା । କିନ୍ତୁ ଭାରତ ଆମେରିକାର ନାଲିଆଖିକୁ ନଡରି ଋଷଠାରୁ କିଣିଥିଲା ଏହି ଅତ୍ୟାଧୁନିକ ଡିଫେନ୍ସ ସିଷ୍ଟମ୍ ଏସ୍-୪୦୦ । ଯାହାକୁ ନେଇ ବେଶ୍ କିଛି ମାସ ଆମେରିକା ଭାରତ ଉପରେ ଖପ୍ପା ହୋଇଥିଲା । ଏହିଥିରୁ ହିଁ ଜଣାପଡୁଛି ଏସ୍-୪୦୦ର କ୍ଷମତା ସମ୍ପର୍କରେ । ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକାବି ଏସ୍-୪୦୦ ଡିଫେନ୍ସ ସିଷ୍ଟମକୁ ନେଇ ଚିନ୍ତା ପ୍ରକଟ କରିଥିଲା ।


ବର୍ତ୍ତମାନ ଏହି ଏସ୍-୪୦୦ ଡିଫେନ୍ସ ସିଷ୍ଟମ ଯୁଦ୍ଧ ମୈଦାନକୁ ଓହ୍ଲାଇବ । ଏସ୍-୪୦୦କୁ ଦୁନିଆର ସବୁଠୁ ଆଧୁନିକ ଏୟାର ଡିପେନ୍ସ ସିଷ୍ଟମ୍ ଭିତରେ ଗଣାଯାଏ । ଏହି ଏୟାର ଡିଫେନ୍ସ ସିଷ୍ଟମ୍ ୪୦୦ କିମି ରେଞ୍ଜରେ ଆସୁଥିବା ଶତ୍ରୁକୁ ଦମନ କରିବା ସହ ଆକାଶରେ ଡ୍ରୋନ୍ ଏବଂ ଶତ୍ରୁଙ୍କ ଏୟାରକ୍ରାପ୍ଟକୁ ନଷ୍ଟ କରିବାରେ ଏହା ସକ୍ଷମ । ସବୁଠୁ ବଡକଥା ହେଉଛି, ଏଥିରେ ସୁପର ସୋନିକ୍ ଓ ହାଇପର ସୋନିକ ସମେତ ୪ଟି ମିଜାଇଲ୍ ମଧ୍ୟ ରହିଛି । ଯାହାକୁ ୪୦୦ କିମି ରେଞ୍ଜରେ ଆସୁଥିବା ଶତ୍ରୁର ଯେକୌଣସି ଯୁଦ୍ଧାସ୍ତ୍ରକୁ ନଷ୍ଟ କରିବାରେ ସକ୍ଷମ । ତେଣୁ କୁହାଯାଇ ପାରିବ ଯୁଦ୍ଧ ମୈଦାନକୁ ଓହ୍ଲାଇବାକୁ ଯାଉଥିବା ଏସ୍-୪୦୦ ଋଷର ଏକ ସୁରକ୍ଷା କବଚ ସାବ୍ୟସ୍ତ ହେବ ।

Share this story