ତତଲା କଢ଼େଇରେ ସିଝୁଛି ସହର, ମାଡ଼ି ଆସୁଛି କାଳବୈଶାଖୀମୁଣ୍ଡଫଟା ଖରାରୁ ମିଳିବ ସାମାନ୍ୟ ତ୍ରାହି 

BATYA

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ସାମାନ୍ୟତମ ଆଶ୍ୱସ୍ତି ଖବର । ରାଜ୍ୟରେ ଆଜିଠୁ ସକ୍ରିୟ ହେବ କାଳବୈଶାଖୀ। ମେ ପ୍ରଥମ ସପ୍ତାହରେ ଆସିବାକୁ ଥିବା ପ୍ରଥମ କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି । ଏହାର ଅର୍ଥ ତତଲା କଢ଼େଇରେ ପଡ଼ି ଛଟପଟ ହେଉଥିବା ରାଜ୍ୟର ଅନେକ ସହର ଏବେ ଖରା ଦାଉରୁ ରକ୍ଷା ପାଇବେ । ଏହା ସହ ଜୀବନଜାପନ ସାମାନ୍ୟ ପରିବର୍ତ୍ତନ ହେବ । ଖରାରେ ଲୋକମାନେ ଯେମିତି ଡହଳ ବିକଳ ହେଉଛନ୍ତି ଅତ୍ୟନ୍ତ ସେଥିରେ ସାମାନ୍ୟ ତ୍ରାହି ମିଳିବ ।

  

ଏହା ସହ ଆସନ୍ତା ୪ ତାରିଖ ଅର୍ଥାତ ବୁଧବାର ଦିନ ଆଜିଠୁ ଆସିବାକୁ ଥିବା ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ୬ ତାରିଖ ଅର୍ଥାତ ଶୁକ୍ରବାର ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର  ସମ୍ଭାବନା ରହିଛି । ସିଧାସଳଖ କହିବାକୁ ଗଲେ ଆମେ ଆମର ପୂର୍ବ ରିପୋର୍ଟରେ ଯେଉଁ ଆସୁଛି ବାତ୍ୟ କଥା କହିଥିଲୁ ତାହା ଆସୁଛି ।  ଏମିତି ହେଲେ ଓଡ଼ିଶା ପ୍ରତି ପୁଣି ବାତ୍ୟା ଭୟ ରହୁଛି । ଏହି ବାତ୍ୟା ସମ୍ପର୍କରେ କୌଣସି ଅଧିକ ସୂଚନା ମିଳିନଥିବା ବେଳେ ଖୁବଶୀଘ୍ର ଏହା ଉପରେ ସ୍ପଷ୍ଟ ସୂଚନା ଆସିଯିବ ।

 

 


 

ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ? ଏହାର ପ୍ରଭାବ କଣ ରହିବ ? ପବନର ବେଗ କେତେ ରହିବ ? ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ ? ସେନେଇ ପାଣିପାଗ ବିଭାଗ ପକ୍ଷରୁ ଏ ଯାଏଁ ଆକଳନ କରାଯାଇନାହିଁ । କେଉଁ ଜିଲ୍ଲାରେ ତାର ବିଶେଷ ପ୍ରଭାବ ପଡ଼ିବ ? ତାକୁ ନେଇ ବି ଏପର୍ଯ୍ୟନ୍ତ ପୂର୍ବାନୁୁମାନ ହୋଇନି । 

 

 

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ତୀବ୍ରତା କଣ ହେବ ତାହା ଜଣାପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଭାରତ ମହାସାଗରରେ ବାତ୍ୟା, ବର୍ଷକୁ ଦୁଇଟି ଋତୁରେ ଆସିଥାଏ । ଏପ୍ରିଲ୍- ମେ- ଜୁନ୍‌ରେ ପ୍ରାକ୍ ମୌସୁମୀ ସ୍ଥିତିରେ ଏବଂ ଅକ୍ଟୋବର-ନଭେମ୍ବର- ଡିସେମ୍ବରେ ମୌସୁମୀ ପରବର୍ତ୍ତୀ ସ୍ଥିତିରେ ବାତ୍ୟା ସୃଷ୍ଟିର ଅଧିକ ସମ୍ଭାବନା ଥାଏ । ତେବେ ମେମାସରେ ସୃଷ୍ଟି ହେଉଥିବା ବାତ୍ୟାର ତୀବ୍ରତା ଅଧିକ ରହିଥାଏ ।

Share this story