ବ୍ୟାପୁଛି ଯୁଦ୍ଧର ପ୍ରଭାବ; ଦରିଆ ସେପାରୀ ଶ୍ରୀଲଙ୍କାରେ ବି ୟୁକ୍ରେନ୍ ଠାରୁ ଭୟାନକ ଓ ଦର୍ଦନାକ ସ୍ଥିତି, ପଢନ୍ତୁ ରିପୋର୍ଟ...

ଓଡ଼ିଆ ଗସିପ୍ ବ୍ୟୁରୋ: ଦିନେ ଯାହାର ସୁନ୍ଦର ପର୍ଯ୍ୟଟନ ସ୍ଥଳ ସାରା ବିଶ୍ୱକୁ ଆକୃଷ୍ଟ କରୁଥିଲା, ସେହି ଶ୍ରୀଲଙ୍କା ଆଜି ଶ୍ରୀହୀନ ହୋଇଯାଇଛି। ମହଙ୍ଗା ବଜାରରେ ଭୋକ, ବିକଳରେ ତାଟିଆ କାମୁଡ଼ୁଛି। ଆତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ। ଗରିବ କଥା ଦୂରେ ଥାଉ ମଧ୍ୟବିତ୍ତର ବି ଚଳିବା କଷ୍ଟକର ହୋଇଯାଉଛି। ଶେଷରେ ଭୋକର ଦାଉ ସହି ନପାରି ବାଧ୍ୟ ହୋଇ ଦେଶ ଛାଡ଼ି ଭାରତ ଆସୁଛନ୍ତି ଶ୍ରୀଲଙ୍କା ନାଗରିକ। ମଙ୍ଗଳବାର ୧୬ ଜଣ ଶ୍ରୀଲଙ୍କା ନାଗରିକ ଦେଶ ଛାଡ଼ି ଭାରତକୁ ଆସିଛନ୍ତି। ଏମାନେ ଅଧିକ ଟଙ୍କା ଦେଇ ଡଙ୍ଗା ଯୋଗେ ତାମିଲନାଡୁ ସମୁଦ୍ର କୂଳରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ଏକ ୪ ମାସର ନବଜାତ ଶିଶୁ ମଧ୍ୟ ରହିଛି।
The #RussiaUkraineWar which has led to a steep hike in oil prices has further amplified #SriLanka’s economic problems.
— Outlook Magazine (@Outlookindia) March 24, 2022
The crisis resulting from Sri Lanka running out of foreign reserves has led to shortages of almost everything.@Seemaguha1https://t.co/7EBNga1X05 pic.twitter.com/U7RUc11QxS
The #RussiaUkraineWar which has led to a steep hike in oil prices has further amplified #SriLanka’s economic problems.
— Outlook Magazine (@Outlookindia) March 24, 2022
The crisis resulting from Sri Lanka running out of foreign reserves has led to shortages of almost everything.@Seemaguha1https://t.co/7EBNga1X05 pic.twitter.com/U7RUc11QxS
ଶ୍ରୀଲଙ୍କାର ଜାଫନା ଓ ତଲ୍ଲାଇମନ୍ନାରରୁ ଏମାନେ ଦୁଇଟି ଗ୍ରୁପ୍ରେ ଆସି ତାମିଲନାଡୁରେ ପହଞ୍ଚିଥିଲେ। ପ୍ରଥମ ଗ୍ରୁପ୍ରେ ୩ଟି ପିଲା ସହିତ ମୋଟ ୬ ଜଣ ଆସିଥିଲେ। ଶ୍ଲୀଲଙ୍କାରୁ ଆସିଥିବା ଏହି ଲୋକମାନଙ୍କ ମଧ୍ୟରେ ଏକ ଦମ୍ପତ୍ତି ଥିଲେ ଓ ତାଙ୍କର ହିଁ ୪ ମାସର ଶିଶୁଟିଏ ଥିଲା। ଦ୍ୱିତୀୟ ଗ୍ରୁପ୍ରେ ୫ପିଲା ୩ ମହିଳାଙ୍କ ସମେତ ମୋଟ ୧୦ ଜଣ ଆସିଥିଲେ। ଏମାନେ ସମସ୍ତେ ଫାଇବର ଡଙ୍ଗାରେ ତାମିଲନାଡୁ ସମୂଦ୍ର କୂଳରେ ପହଞ୍ଚିଥିଲେ। ସେଠାରେ ଥିବା ତଟରକ୍ଷୀ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲେ।
ପ୍ରଥମ ଗ୍ରୁପ୍ରେ ଆସିଥିବା ୬ ଜଣଙ୍କ ଲୋକ ଭାରତୀୟ ଅଧିକାରୀଙ୍କୁ ସୂଚନା ଦେଇ କହିଛନ୍ତି ଯେ ଶ୍ରୀଲଙ୍କାର ଅବସ୍ଥା ଆଉ ଭଲ ନାହିଁ। ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀଦର ବଢ଼ିଯାଇଛି। ବେରୋଜଗାରୀ ଚରମସୀମାରେ ପହଞ୍ଚିଛି। ସେଥିପାଇଁ ବାଧ୍ୟ ହୋଇ ଆମେ ଦେଶ ଛାଡ଼ିଲୁ ବୋଲି ସେମାନେ କହିଛନ୍ତି। ତେବେ ଡଙ୍ଗା ପାର୍ ହେବାକୁ ସେମାନଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିଛି ବୋଲି ଶରଣାର୍ଥୀମାନେ ସୂଚନା ଦେଇଛନ୍ତି।
ତେବେ କେବଳ ଏମାନେ ନୁହଁନ୍ତି ଆହୁରି ଅନେକ ଶ୍ରୀଲଙ୍କାବାସୀ ଭାରତ ଆସିବେ। ସେଠାକାର ପରିସ୍ଥିତି ଭଲ ନଥିବା ଯୋଗୁ ଅନେକ ସିଂହଳ ନାଗରିକ ଭାରତ ଆସିବାକୁ ଯୋଜନା କରୁଥିବା ଶରଣାର୍ଥୀମାନେ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନର ମହଙ୍ଗା ପରିସ୍ଥିତିରେ ଖୋଦ୍ ଭାରତରେ ନିଅଣ୍ଟିଆ ପରିସ୍ଥିତି ଦେଖାଦେଇଛି। ଏପରି ସ୍ଥଳେ ପୂର୍ବରୁ ଅନେକ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଆଦିରୁ ଅନେକ ଶରଣାର୍ଥୀ ଆସି ଏଠାରେ ରହୁଛନ୍ତି। ଏବେ ଯଦି ଶ୍ରୀଲଙ୍କାରୁ ଜନସୁଆ ଛୁଟିବ ତେବେ ଭାରତ ତାର ଅର୍ଥବ୍ୟବସ୍ଥା ବଜାଇ ରଖିପାରିବ ତ ? ଭାରତ ସରକାର ଏନେଇ କି ପଦକ୍ଷେପ ନେବେ ତାକୁ ଅପେକ୍ଷା।