ମୃତ୍ୟୁର ଦୂତ ରୂପକ କରୋନା ଭାଇରସ ପୁଣି ଥରେ ଫେରୁଛି

coorna
 ଦେଶରେ ଲଗାତାର ୧୧ ସପ୍ତାହ ଧରି ସଂକ୍ରମଣ କମ୍‌ ରହିବାପରେ ଚଳିତ ସପ୍ତାହରେ ସଂକ୍ରମଣ ବଢ଼ିଛି

 

ଓଡ଼ିଆ ଗସିପ ବ୍ୟୁରୋ: କିଏ କହିଲା କରୋନା ଚାଲିଗଲା ବୋଲି? ଆଉ କିଏ କହିଲା ଭାଇରସ ଭୟରୁ ଆମକୁ ମୁକ୍ତି ମିଳିଗଲା ବୋଲି?  ଯେ ପର୍ଯ୍ୟନ୍ତ କଳିଯୁଗ ସରିନି ସେ ପର୍ଯ୍ୟନ୍ତ କରୋନା ଭାଇରସ ଯାଇନି । ଯଦି ଆମେ ଅଣଦେଖା କରିବା ଅଭ୍ୟାସରେ ପରିବର୍ତ୍ତନ ଆଣିବା ଏବଂ ବେପରୁଆ ହୋଇ କୋଭିଡ୍ ଗାଇଡଲାଇନ୍ ମାନିବାନି ତେବେ ଆସନ୍ତାକାଲି ପୁଣି ଆମକୁ ମାସ୍କ ପିନ୍ଧିବାକୁ ପଡ଼ିବାରେ । କେବଳ ପିନ୍ଧିବାକୁ ଯେ, ପଡ଼ିବ ତାହା ନୁହେଁ ହୁଏତ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଲେ ଆମକୁ ଲକଡାଉନ୍ ଏବଂ ନାଇଟକର୍ଫ୍ୟୁ ଭଳି କଡ଼ା କଟକଣା ମଧ୍ୟରେ ଜୀବନ ଅତିବାହିତ କରିବାକୁ ପଡ଼ିବାରେ ।

 

କାହିଁକିନା ମୃତ୍ୟୁର ଦୂତ ରୂପକ କରୋନା ଭାଇରସ ପୁଣି ଥରେ ଫେରୁଛି । କୁହାଯାଉଛି ଏଥର ସଂକ୍ରମଣ ଭୟଙ୍କର ରୂପ ନେଇପାରେ, ଏହାବି କୁହାଯାଉଛି ଯେ ବିଶ୍ୱରେ ଏହା ହିଁ ହେଉଛି ଚତୁର୍ଥ ଲହରର ଆଗମନ । କେବଳ ଏତିକି ନୁହେଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧଠୁ ଏହା ଅଧିକ ଖତରନାକ ହେବାକୁ ଯାଉଛି ।

ଏଭଳି ସମୟରେ ରାଜ୍ୟ ସରକାର କିନ୍ତୁ ସ୍ପଷ୍ଟ କରିଛନ୍ତି ଯେ, ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାକ୍ସ ପିନ୍ଧନ୍ତୁ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଆମ ରାଜ୍ୟର ସ୍ଥିତ ଭଲ ଅଛି । ଦୈନିକ ସଂକ୍ରମଣ 10 ରୁ 20 ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ସବୁ ଜିଲାପାଳଙ୍କୁ କୁହାଯାଇଛି ଯେଉଁଠି ଦରକାର ନୂଆ ଷ୍ଟାଟେଜି କରିବାକୁ କୁହାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – WHO କହିଛି ଵର୍ତମାନ ଏହାର ସିଭିଅରୀଟି ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ।

ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୨୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ କେରଳରେ ସର୍ବାଧିକ ୨୧୨ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କେରଳର ଏସବୁ ପିଛିଲା ମୃତ୍ୟୁ। କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସରକାରଙ୍କ ସଂଶୋଧନ ପରେ ଏହି ମୃତ୍ୟୁସଂଖ୍ୟା ତାଲିକାରେ ଯୋଡ଼ାଯାଇଛି। ଦେଶରେ ଲଗାତାର ୧୧ ସପ୍ତାହ ଧରି ସଂକ୍ରମଣ କମ୍‌ ରହିବାପରେ ଚଳିତ ସପ୍ତାହରେ ସଂକ୍ରମଣ ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଛି।

ରବିବାର ଦିନ ଦିଲ୍ଲୀରେ ୫୧୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ଏବେ ୪.୨୧ ପ୍ରତିଶତ ରହିଛି। ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୦.୩୨ ପ୍ରତିଶତ। ସକ୍ରିୟ ମାମଲା ଗତକାଲି ୧୧,୫୫୮ ଥିବାବେଳେ ଆଜି ଏହା ୧୧,୫୪୨ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ।

Share this story