ୟୁକ୍ରେନ ସେନା ତୁରନ୍ତ ସରକାରଠାରୁ କ୍ଷମତା ନିଜ ହାତକୁ ନେବାକୁ ପରାମର୍ଶ

ୟୁକ୍ରେନ

ଓଡ଼ିଆ ଗସିପ ବ୍ୟୁରୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ୟୁକ୍ରେନ ସେନାକୁ କ୍ଷମତା ଦଖଲ ପାଇଁ ଆହ୍ବାନ ଦେଇଛନ୍ତି। ୟୁକ୍ରେନ ସେନା ତୁରନ୍ତ ସରକାରଠାରୁ କ୍ଷମତା ନିଜ ହାତକୁ ନେବାପାଇଁ ପୁଟିନ ପରାମର୍ଶ ଦେଇଛନ୍ତି।

 

ସୁରକ୍ଷା ପରିଷଦରେ ଉଦ୍‌ବୋଧନ ଦେଇ ପୁଟିନ କହିଛନ୍ତି, ୟୁକ୍ରେନର ସେନାବାହିନୀକୁ ମୁଁ ପୁଣିଥରେ ଏହା ଅନୁରୋଧ କରି କହୁଛି ଯେ ନୂଆ ନାଜିବାଦ ଏବଂ ୟୁକ୍ରେନର ଉଗ୍ର ଜାତୀୟତାବାଦକୁ ସବୁ ଦିଗରୁ ବିରୋଧ କରିବାକୁ ହେବ। ଆପଣଙ୍କ ସନ୍ତାନ, ପତ୍ନୀ ଏବଂ ବୟସ୍କମାନଙ୍କୁ ମଣିଷ ଢାଲ ଭାବେ ବ୍ୟବହାର କରିବାକୁ ଦିଅନାହିଁ।

ନିଜ ହାତକୁ କ୍ଷମତା ନେଇଯାଅ। ଏହାଦ୍ବାରା କଥାବାର୍ତ୍ତା ସହଜ ହୋଇପାରିବ ବୋଲି ସେ କହିଛନ୍ତି। ୟୁକ୍ରେନ୍‌ର ନେତୃତ୍ବକୁ ପୁଟିନ ଆତଙ୍କବାଦ ସହ ତୁଳନା କରିଛନ୍ତି। ୟୁକ୍ରେନରେ ଏବେ ରୁଷ୍‌ ନୂଆ ନାଜିବାଦ ସହ ଲଢ଼ୁଥିବା‌ ସେ କହିଛନ୍ତି।

ଏହି ଅନର୍ଥକାରୀ ନେତୃତ୍ବକୁ ହଟାଇ ୟୁ‌କ୍ରେନ୍‌ ସେନା ନିଜ ହାତକୁ କ୍ଷମତା ନେବାପାଇଁ ପୁଟିନ୍‌ଙ୍କ ଆହ୍ବାନ ୟୁକ୍ରେନ୍‌ରେ ଝଡ଼ ସୃଷ୍ଟି କରିଛି। ୟୁକ୍ରେନ୍‌ ସେନାର କେତେକ ପ୍ରମୁଖ ଗୋଷ୍ଠୀ ଯୁଦ୍ଧ ଜାରି ରଖିବାକୁ ପଛଘୁଞ୍ଚା ଦେଇଥିବା ମଧ୍ୟ କୁହାଯାଉଛି।

Share this story