ଜାହାଙ୍ଗୀରପୁରୀରେ ବୁଲଡୋଜର ଚାଲିବ ନାଁ ନାହିଁ, ସୁପ୍ରିମକୋର୍ଟ ଆଜି ନେବେ ନିଷ୍ପତ୍ତି

1

ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି

ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି 

ଆହତ ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ

 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର କୁଶଳ ସିନେମା ନିକଟରେ ହୋଇଥିବା ହିଂସା ଘଟଣାକୁ ନେଇ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ । ବିଚାରପତି ନାଗେଶ୍ୱର ରାଓ ଓ ବିଚାରପତି ବି ଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମ୍ନାରେ ଜମୀୟତ ଉଲେମା-ଏ-ହିନ୍ଦ ବନାମ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମାମଲା । କୁହାଯାଉଛି ଯେ, ଶୁଣାଣି ପୂର୍ବାହ୍ନ ୧୧ଟା ୩୦ ପରେ ହେବ ।

 

ଜମୀୟତ-ଉଲେମା-ଏ-ହିନ୍ଦ ଏମସିଡିର ବୁଲଡୋଜର କାର୍ଯ୍ୟାନୁଷ୍ଠ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୨ଟି ଆବେଦନ ଦାଖଲ କରିଛି । ପ୍ରଥମ ଆବେଦନରେ ବିନା ନୋଟିସରେ ବୁଲଡୋଜର ଚଳାଇ ସ୍ଥାନୀୟ ଲୋକଙ୍କୁ ତାଙ୍କର ଅଧିକାରରୁ ବଂଚିତ କରାଯାଇଥିବା କଥା କହିଛି । ଅନ୍ୟ ଅର୍ଜିରେ ଦେଶର କୌଣସି ରାଜ୍ୟରେ କିଛିବି ଅଭିଯୋଗରେ ଅଚାନକକ ବୁଲଡୋଜର ଚଳାଇ ସରକାରୀ ଉପରେ ରୋକ ଲାଗାଇବା ଆଦେଶ ଦେବାକୁ ଗୁହାରୀ କରାଯାଇଛି ।

  


ସୂଚନାଯୋଗ୍ୟ, ହନୁମାନ ଜନ୍ମେତ୍ସବ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ । ଏହାର ଏକ ଘଣ୍ଟା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । ଏଥି ସହିତ ଭିଡ ଭିତରୁ ଅନ୍ୟ ଜନସାଧାରଣ ମଧ୍ୟ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

 

 

ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସଂପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ଆହତ ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ ।

Share this story