୫୬ ଇଁଚିଆ ଛାତି ଦେଖେଇ ଦମ୍ଭ ଦେଖାଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି

Hero

ଓଡ଼ିଆ ଗସିପ ବ୍ୟୁରୋ: ହାରିବା ଆଗରୁ ହିରୋ ସାଜିସାରିଲେଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି l ବିଶ୍ୱ ଇତିହାସରେ ଏମିତି ଏକ ଯୁଦ୍ଧ ଚାଲିଛି ଯେଉଁଥିରେ ଜଣେ ହାସ୍ୟ କଳାକାରରୁ ନାୟକ ଭୂମିକାରେ ଅବତୀର୍ଣ୍ଣ l

ଅଭିମନ୍ୟୁ ସାଜି ନାଟୋ ଚକ୍ରବିହୂରେ ଫସି ଯାଇଛନ୍ତି ସତ କିନ୍ତୁ ଅର୍ଜୁନଙ୍କ ଭଳି ଆରମ୍ଭରୁ ଗାଣ୍ଡିବ ଛାଡି ନାହାନ୍ତିl ହୁଏତ ତରବାରୀରେ ହାରିଯାଇପାରନ୍ତି  କିନ୍ତ ପୁଟିନ ଭଳି ମହାନ ହସ୍ତିଙ୍କୁ ଯେଉଁ ଭଳି ହଲାପଟା କଲେଣି ତାହା  ଅବିଶ୍ୱସନୀୟ l ଅକଳ୍ପନୀୟl

ଏକ ସାମ୍ଭାବ୍ୟ ପରାଜୟକୁ ସହଜରେ ମାନିବାକୁ ରାଜି ନଥିବା  ଜେଲେନେସ୍କିଙ୍କ ଜିଦ ଶତୃପକ୍ଷକୁ ଚକିତ କରିଛି l ଜଣେ କମେଡି କିଂଗରୁ ସତ ସତିକା ପାଲଟିଥିବା ରାଜା ଯେଉଁ ଭଳି ହସି ହସି ପରିସ୍ଥିତିକୁ ମୁକାବିଲା କରୁଛନ୍ତି ଲାଗୁନାହିଁ ଯୁଦ୍ଧ ତାଙ୍କ ପାଈଁ ଏକ ଭୟଙ୍କର ଟ୍ରାଜେଡିl

Share this story