ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଲ ବନ୍ଧୁ ସିଞ୍ଜୋ ଆବେଙ୍କୁ ପଛପଟୁ ଗୁଳିମାଡ଼

ଓଡ଼ିଆ ଗସିପ୍ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି। ନାରା ସହରରେ ସିଞ୍ଜୋ ଅଭିଭାଷଣ ରଖୁଥିବା ବେଳେ ପଛ ଆଡ଼ୁ ଜଣେ ଦୁବୃର୍ତ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା। ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ‘ଏନ୍ଏଚ୍କେ’ର ଜଣେ ରିପୋର୍ଟର୍ କହିଛନ୍ତି, ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ରେ ଆବେ ଭାଷଣ ଦେଉଥିବା ବେଳେ ସେମାନେ କ୍ରମାଗତ ଦୁଇ ଥର ବିସ୍ଫୋରଣ ଶବ୍ଦ ଶୁଣିଥିଲେ।
WATCH: Bystanders rush to help former Japanese Prime Minister Shinzo Abe after he is shotpic.twitter.com/vgk7fn323p
— BNO News (@BNONews) July 8, 2022
ଗୁରୁତର ଅବସ୍ଥାରେ ସିଞ୍ଜୋ ଆବେଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜାପାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କୁହାଯାଇଛି। ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ହାର୍ଟ ଆଟାର୍କ ମଧ୍ୟ ଆସିଥିଲା ବୋଲି ସୂଚନା ମିଳିଛି। ଗୁଳି ଚୋଟରେ ଆହତ ୬୭ ବର୍ଷିୟ ଆବେଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା କଥା କେତେକ କହୁଛନ୍ତି।
ବିଦେଶୀ ଗଣମାଧ୍ୟମଗୁଡ଼ିକର ସଦ୍ୟତମ ସୂଚନା ଅନୁସାରେ, ତାଙ୍କଠାରେ ଜୀବନ ଥିବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ହୃଦ୍ଘାତ ହୋଇଥିବା କଥା ଜାପାନ ଅଗ୍ନିଶମ ବିଭାଗ ସୂଚନା ଦେଇଛି ବୋଲି ‘ଏନ୍ଏଚ୍କେ’ ରିପୋର୍ଟ କରିଛି। ୨୦୦୬-୦୭, ୨୦୧୨-୨୦୨୦ ଯାଏ ସିଞ୍ଜୋ ଆବେ ଜାପାନ ପ୍ରଧାନମନ୍ତ୍ରୀ ଥିଲେ। ଜାପାନରେ ସବୁଠୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସେ ତୁଲାଇଛନ୍ତି। ୨୦୨୦ ମସିହାରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।