ଆଣ୍ଡାମାନ ଏବଂ ନିକୋବାର ଦ୍ୱିପପୁଞ୍ଜରେ ଚକ୍ରବାତୀ ତୁଫାନ (ବାତ୍ୟା) ମୁକାବିଲା ପାଇଁ ଯୁଦ୍ଧକାଳୀନ ସ୍ଥିତିରେ ଚାଲିଛି ପ୍ରସ୍ତୁତି
ଓଡ଼ିଆ ଗସିପ୍ ବ୍ୟୁରୋ: (ପୋର୍ଟ ବ୍ଲେୟାର ) ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଦ୍ୱିପ ସମୁହର ମୁଖ୍ୟ ସଚିବ ଜିତେନ୍ଦ୍ର ନାରାୟଣ ଗତକାଲି ଅର୍ଥାତ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏହି ବୈଠକରେ ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡ ପାଇଁ ବିପଦ ନେଇ ଆସୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ହୋଇଛି । ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବିପନ୍ନଙ୍କ ପାଇଁ ଆଶ୍ରୟ ସ୍ଥଳୀ, ଆଶ୍ରୟ ସ୍ଥଳୀରେ ବ୍ୟାପକ ସୁବିଧା ସୁଯୋଗ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ରାସ୍ତାଘାଟର ରକ୍ଷଣାବେକ୍ଷଣା, ଆଲୋକୀକରଣ ଏବଂ ଅନ୍ୟ ସମସ୍ତ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେଇ ସେବା ପ୍ରଦାନ ପାଇଁ କୁହାଯାଇଛି ।
#CycloneAsani
— Andaman and Nicobar Admn (@Andaman_Admin) March 19, 2022
19/03/22
1600 to 1626
INSAT-3D Image@MediaRN_ANI @jitendra_narain pic.twitter.com/lWQFbtQknr
ସଚିବ ନରାୟଣଙ୍କ ନିର୍ଦ୍ଦେଶାନୁସାର ଖରାପ ପାଗକୁ ଆଖି ଆଗରେ ରଖି ପରିବହନ ସେବାକୁ ତୁରନ୍ତ ସ୍ଥଗିତ ବା ବନ୍ଦ ରଖିବାକୁ କୁହାଯାଇଛି । ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିବା ଧୀବରମାନେ ମଧ୍ୟ ସରକାରୀ ନିର୍ଦ୍ଦେଶନାମାକୁ ପାଳନ କରିବା ସହ ନିଜ ଜୀବନକୁ ବାଜିରେ ଲଗାଇ ସମୁଦ୍ରକୁ ନ ଯିବାକୁ କୁହାଯାଇଛି । ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯିବା ସହ ସତର୍କ ସୂଚନା ସ୍ଥାନୀୟ ଧୀବର ଏବଂ ଲୋକଙ୍କୁ କୁହାଯାଇଛି । ଲୋକମାନଙ୍କ ମଧ୍ୟରେ ଆଗକୁ ଆସୁଥିବା ବଡ଼ ବିପଦ ପ୍ରତି ସଚେତନ ରହିବାକୁ ସଚେତନତା କରିବା ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁସାର ଆସନ୍ତାକାଲି ଅର୍ଥାତ 20 ମାର୍ଚ୍ଚରେ ଆଣ୍ଡାମାନ ନିକୋବାର ଆଇଲାଣ୍ଡର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇପାରେ ବୋଲି ମଧ୍ୟ ଆଶଙ୍କା ରହିଛି । ଏପରିକି ନିର୍ଦ୍ଧିଷ୍ଟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଭିଷଣ ମାତ୍ରାରେ ମୃଶଳ ଧାରାରେ ବର୍ଷା ହେବା ପାଇଁ ବିଭାଗ ଆକଳନ କରିଛି ।
ଏଣୁ ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ପାଣିପାଗ ବିଭାଗର ସତର୍କ ସୂଚନା ମାନି କେହି ଯେମିତି ବିପଦକୁ ହାତ ଠାରି ନ ଡାକନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।