ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ନେଇ ଲୋକେ ନାନା କଥା ହେଉଛନ୍ତି

1

  : ନିକଟରେ କଂଗ୍ରେସ‌ ନେତା ଶଶୀ ଥରୁର୍‌ଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଶଶୀ ସାଂସଦ ସୁପ୍ରିୟା ସୁଲେଙ୍କ ସହ ଲୋକସଭାରେ କଥା ହେଉଥିବାର ନଜର ଆସିଛନ୍ତି। ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ନେଇ ଲୋକେ ନାନା କଥା ହେଉଛନ୍ତି। ଏହାର ଉତ୍ତରରେ ଶଶୀ ଥରୁର୍‌ ଏକ ଟ୍ବିଟ୍‌ କରିଛନ୍ତି।

 

  

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘କୁଛ୍‌ ତୋ ଲୋଗ କହେଁଗେ, ଲୋଗାଁକା କାମ ହେ କେହେନା। ଛୋଡ଼ ବେକାରରୋ କି ବାତେ ତୁମ, କହିଁ ବିତ ନା ଯାଏ ‌ରୈନା। କୁଛ୍‌ ତୋ ଲୋଗ କହେଁଗେ, ଲୋଗାଁକା କାମ ହେ କେହେନା। କୁଛ ରୀତ ଜଗତ କି ଏସି ହେ, ହର୍‌ ଏକ ସୁବହ କି ୟାହାଁ ଶାମ୍‌ ହୁଇ। ତୁ କୌନ ‌ହୈ ତେରା ନାମ ‌ହୈ କ୍ୟାୟ, ସୀତା ବି ୟହାଁ ବଦନାମ ହୁଇ’।
 

ଏହା ହେଉଛି ରାଜେଶ ଖାନ୍ନାଙ୍କର ଏକ ଲୋକପ୍ରିୟ ଗୀତ। ସେ ଏହି ଗୀତ ଜରିଆରେ ସାଂସଦ ସୁପ୍ରିୟାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କି ଲୋକ କିଛି ବି କହିବେ। ତାଙ୍କ କାମ ହେଉଛି କହିବା। ଯେଉଁଠି ସୀତା ବଦ୍‌ନାମ ହୋଇଛନ୍ତି, ସେଠି ଆମେ କିଏ?


ପୂର୍ବ ଏକ ଟ୍ବଟ୍‌ରେ ଶଶୀ ବୁଝାଇଛନ୍ତି ସେ ଫଟୋ ପଛର ବାସ୍ତକ କଥାକୁ। ସେ କହିଛନ୍ତି ଏକ ପଲିସ୍‌ ପ୍ରଶ୍ନ ବିଷୟରେ ସୁପ୍ରିୟା ମୋତେ ପଚାରୁଥିଲେ। କାହିଁକି ନା, ତାଙ୍କୁ ଆଗକୁ କହିବାର ଥିଲା। ଅନ୍ୟକୁ ଡିଷ୍ଟର୍ବ ନେହେବା ପାଇଁ ସେ ଖୁବ୍ ଧୀର କଣ୍ଠାରେ ମୋତେ କହୁଥିଲେ ଓ ମୁଁ ତାଙ୍କ କଥାକୁ ଶୁଣିବାକୁ ମୋର ପୂରା ଧ୍ୟାନ ଦେଇଥିଲି।’

ଉଲ୍ଲେଖଯୋଗ୍ୟ, ଲୋକସଭାରେ ଶଶୀ ଥରୁର୍‌ ଓ ସୁପ୍ରିୟା ସୁଲେ ପରସ୍ପର ସହ କଥା ହେଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ବିଭିନ୍ନ କଥା ବନାଇଥିଲେ।

Share this story