ଓଡ଼ିଆ ଝିଅ କହିଲେ ଯୁଦ୍ଧର କଥା: ବଙ୍କର ଭିତରକୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି

Odia

ଓଡ଼ିଆ ଗସିପ ବ୍ୟୁରୋ: ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିବା ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତୀମାନେ। ସେଠାକାର ପରିସ୍ଥିତି ବରାବର ବିଗୁଡୁଥିବାରୁ ଅସୁରକ୍ଷିତ ମନେକରି ପରିବାର ଲୋକମାନଙ୍କ ସହିତ ଘନ ଘନ ଯୋଗାଯୋଗ କରୁଛନ୍ତି।

ଅଧିକାଂଶ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରୟାସ କରୁଥିବା ବେଳେ ହଠାତ୍‌ ଯୁଦ୍ଧର ଆରମ୍ଭ ସେମାନଙ୍କୁ ବିଚଳିତ କରିଦେଇଛି। ଭୟର ବାତାବରଣ ସୃଷ୍ଟି ହେବା ସହିତ ବର୍ତ୍ତମାନ ସୁରକ୍ଷିତ ଜନ୍ମମାଟିକୁ ଫେରିବାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରୟାସ କରୁଛନ୍ତି।

ଫରିଦାବାଦରେ ରହୁଥିବା ବରିଷ୍ଠ ଓଡ଼ିଆ ସାମ୍ବାଦିକ ରମେଶ ପାଳ ଏବଂ ପତ୍ନୀ ପୁଷ୍ପାଞ୍ଜଳି ପାଳଙ୍କ  ଏକମାତ୍ର କନ୍ୟା ସୌମ୍ୟା ପାଳ ଗତ ତିନି ବର୍ଷରୁ  ୟୁକ୍ରେନ୍ର ଭିନିସିଆରେ ଘରୋଇ ମେଡ଼ିକାଲ କଲେଜରେ ଅଧ୍ୟୟନ କରୁଛନ୍ତି।

ଦିଲ୍ଲୀର ପ୍ରତିଷ୍ଠିତ ସାଧୁବାସୱାନୀ ସ୍କୁଲରେ ଦ୍ବାଦଶ ଶ୍ରେଣୀ ଶିକ୍ଷା ଶେଷ କରିବା ପରେ ସେ ୨୦୧୯ରେ ୟୁକ୍ରେନ ମୁହାଁ ହୋଇଥିଲେ।

ମେଡିକାଲ ପାଠ୍ୟକ୍ରମ ଶେଷ କରି ଭାରତରେ ଡାକ୍ଟରୀ କରିବା ତାଙ୍କର ଲକ୍ଷ୍ୟ। ୟୁକ୍ରେନରେ ୨୦୨୪ରେ ତାଙ୍କର ମେଡିକାଲ ପାଠ୍ୟକ୍ରମ ଶେଷ ହେବ।

ରୁ୍ଷ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ସଂପ୍ରତି ଯୁଦ୍ଧ ତାଙ୍କର ଶିକ୍ଷାରେ ପ୍ରତିବନ୍ଧକ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି।

କିଛି ଦିନ ପୂର୍ବେ ଜନଜୀବନ ସାମାନ୍ୟ ଥିବା ବେଳେ ବର୍ତ୍ତମାନ ତାହା ଧୀରେ ଧୀରେ ବିଗିଡ଼ି ଯାଇଥିବାରୁ ତାଙ୍କର ସୁରକ୍ଷା ତଥା ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ପାଳ ଦମ୍ପତି।

Share this story