ମଉକା ଦେଖି ଚଉକା: ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ

Ukren

ଓଡ଼ିଆ ଗସିପ ବ୍ୟୁରୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଇସ୍ରାଏଲ ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସିରିଆର ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ, ବୁଧବାର ସକାଳେ ଇସ୍ରାଏଲ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା।

ଜଣେ ସାମରିକ ଅଧିକାରୀ କହିଛନ୍ତି ଯେ ଏହି ଆକ୍ରମଣ ଇସ୍ରାଏଲ୍ ଦଖଲ କରିଥିବା ଗୋଲାନ୍ ହାଇଟ୍ସରୁ କରାଯାଇଥିଲା। ଯଦିଓ ଏହି ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି, କିନ୍ତୁ ସୈନ୍ୟ କ୍ୟାମ୍ପ ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହୋଇଛି | ଗତ ସପ୍ତାହରେ ସିରିଆରେ ମଧ୍ୟ ସମାନ ଆକ୍ରମଣ ହୋଇଥିଲା।

ଇସ୍ରାଏଲ୍ ସିରିଆର ରାଜଧାନୀ ଦମ୍ମେସକର ଦକ୍ଷିଣରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ କାହାର ମୃତ୍ୟୁ ହୋଇନଥିଲା । ଏହି ଆକ୍ରମଣ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ବିଗତ କିଛି ବର୍ଷ ମଧ୍ୟରେ ଇସ୍ରାଏଲ ସିରିଆରେ ବ୍ୟାପକ ଆକ୍ରମଣ କରିଛି।

ଇସ୍ରାଏଲର ଆକ୍ରମଣ ଦ୍ୱାରା ଗୃହଯୁଦ୍ଧରେ ପ୍ରଭାବିତ ସିରିଆ ପାଇଁ ବହୁତ କ୍ଷତି କରିଛି। ତେବେ ପୂର୍ବରୁ ଏଭଳି ଆକ୍ରମଣ କରିଥିବା ନେଇ ଇସ୍ରାଏଲ୍ ଅସ୍ୱୀକାର କରୁଛି। ଇସ୍ରାଏଲ୍ କହିଛି ଯେ ସେମାନେ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଛନ୍ତି । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସଦ ସମର୍ଥନ କରୁଛନ୍ତି |

Share this story