ରାସ୍ତାରେ ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଓଲା ଇ-ସ୍କୁଟର

1

ନୂଆଦିଲ୍ଲୀ: ଲଗାତର ବଢ଼ି ଚାଲିଛି ତୈଳ ଦର। ପେଟ୍ରୋଲ ଡିଜେଲ ଦର ବଢ଼ୁଥିବା ଦେଖି ଲୋକେ ଏବେ ଇଲେକଟ୍ରିକ୍‌ ବାହାନ ଆଡକୁ ମନ ବଳାଇଳେଣି। ଭାରତୀୟ ବଜାରରେ ଓଲାର ଇ-ସ୍କୁଟରକୁ ନେଇ ଜବରଦସ୍ତ କ୍ରେଜ ରହିଛି। ଏହି ଇଲେକଟ୍ରିକ୍‌ ସ୍କୁଟରକୁ କିଣିବା ପାଇଁ ଲୋକେ ଆଗୁଆ ବୁକିଂ ମଧ୍ୟ କରିସାରଲେଣି। ତେବେ ଏହି ଇ-ସ୍କୁଟରକୁ ନେଇ ଏବେ ଏକ ଚକିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଯାହା ଏହି ଇ-ସ୍କୁଟରର ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।

ରାସ୍ତା ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଓଲା ଇ-ସ୍କୁଟର। ପ୍ରଥମେ ଧୂଆଁ ଓ ପରେ ଏଥିରେ ଏକ ବିସ୍ଫୋରଣ ହୋଇ ଭୟଙ୍କର ଭାବେ ଜଳି ଯାଇଛି ସ୍କୁଟର। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।


 


 

ପ୍ରାୟ ୧୫ ସେକେଣ୍ଡର ଏହି ଭିଡିଓରେ ଓଲା ଏସ୍‌-୧ ପ୍ରୋ ଇଲେକ୍‌ଟ୍ରିକ୍‌ ସ୍କୁଟରଟି ରାସ୍ତା ଉପରେ ଠିଆ ହୋଇ ରହିଛି। ଯେଉଁଥିରୁ ପ୍ରବଳ ଧୂଆଁ ବାହାରିବା ପରେ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଏହା ହେଉଛି ପୁଣେ ପଞ୍ଜିକୃତ ଓଲା S1 ପ୍ରୋ ସ୍କୁଟର।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଓଲାର ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। କମ୍ପାନୀ କହିଛି ଯେ,  ସେମାନେ ସ୍କୁଟର ମାଲିକଙ୍କ ସହିତ କଥା ହୋଇଛନ୍ତି ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ପୁଣେର ଏକ ଓଲା ସ୍କୁଟରରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିବା କମ୍ପାନୀ ତା’ବୟାନରେ କହିଛି। ତେବେ କେଉଁ କାରଣରୁ ଏହି ଇ-ସ୍କୁଟରରେ ଏଭଳି ନିଆଁ ଲାଗିଲା ତା’ର କାରଣ ଖୋଜା ଚାଲିଛି।

ଏହି ଘଟଣା ପରେ, OLA କହିଛି ଯେ ଗାଡିର ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସ୍କୁଟରରେ ଭଲ ଗୁଣବତ୍ତା ଉତ୍ପାଦ ବ୍ୟବହାର କରାଯାଏ।| ଆମେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛୁ ଏବଂ ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛୁ। ଏଭଳି ସ୍କୁଟରରେ ନିଆଁ ଲାଗିବା କାରଣ ଲିଥିୟମ୍-ଆୟନ ବ୍ୟାଟେରୀର କ୍ଷତି କିମ୍ବା ସର୍ଟ ସର୍କିଟ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।


 

Share this story