ଭିତରେ ଦେଖନ୍ତୁ Exclusive ଭିଡ଼ିଓ: ପ୍ରେମିକା ସହ ଦେଖିଦେଲା ସ୍ତ୍ରୀ ବୋଲି ତାଙ୍କ ଉପରେ କାର ଚଢ଼ାଇଦେଲେ ସ୍ୱାମୀ

man crushed his wife under his car

ଓଡ଼ିଆ ଗସିପ ବ୍ୟୁରୋ: ପରକୀୟା ପ୍ରୀତି ରେ ସୁଖ ତ ନିଶ୍ଚିନ୍ତ ଅଛି ହେଲେ ପରେ ଏହାର ଘୋର ପରିଣାମ ଯେ ଏତେ ଭୟଙ୍କର ହେବ ତାହା ଏକ ଘଟଣାରୁ ଜଣାପଡିଛି । ସ୍ତ୍ରୀଉପରେ କାର୍‌ ଚଢ଼ାଇ ଦେଲେ ଫିଲ୍ମ ନିର୍ମାତା । ପାର୍କିଂ ଏରିଆରେ କାର୍‌ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ପତ୍ନୀ ଦେଖି ଦେବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା ।

ଫିଲ୍ମ ନିର୍ମାତା କମଲ କିଶୋରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ସ୍ତ୍ରୀ ଉପରେ କାର୍‌ ଚଢ଼ାଇବା ଅଭିଯୋଗରେ କମଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ, ଅକ୍ଟୋବର ୧୯ ତାରିଖରେ Suburban Andheri(West) ରେ ଥିବା ଏକ ରେସିଡେନ୍‌ସିଆଲ୍‌ ବିଲ୍ଡିଂର ପାର୍କିଂ ଏରିଆରେ ଫିଲ୍ମ ନିର୍ମାତା କମଲଙ୍କ କାର୍‌ ପାର୍କିଂ ହୋଇଥିଲା । ଏହି ସମୟରେ କମଲଙ୍କୁ ଖୋଜିବାକୁ ଆସିଥିବା ତାଙ୍କ ପତ୍ନୀ ପାର୍କିଂ ଏରିଆରେ କାର୍‌ ଭିତରେ କମଲ ଓ ଅନ୍ୟ ଜଣେ ମହିଳାଙ୍କୁ ଦେଖିବା ପରେ ଏହାକୁ ବିରୋଧ କରିଥିଲେ ।

ପରବର୍ତ୍ତୀ ସମୟରେ ଉଭୟ ମୁହାଁମୁହିଁ ହୋଇଯିବାରୁ କାର୍‌ ସାମ୍ନାରେ ଛିଡ଼ା ହୋଇଥିବା ପତ୍ନୀଙ୍କୁ କମଲ ଧକ୍କା ଦେଇ କାର୍‌ ନେଇ ଘଟଣାସ୍ଥଳରୁ ପଳାଇଥିଲେ । ସ୍ୱାମୀଙ୍କ କାର୍‌ ଧକ୍କାରେ ତଳେ ପଡ଼ି ପତ୍ନୀ ଆହତ ହୋଇଛନ୍ତି । ଏଥିରେ ତାଙ୍କର ଗୋଡ଼, ହାତ ଓ ମୁଣ୍ଡରେ ଆଘାତ ଲାଗିଛି ।

ଘଟଣାକୁ ନେଇ କମଲଙ୍କ ପତ୍ନୀ ଆମ୍ବୋଲି ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍‌ କମଲଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାସହ ପୋଲିସ୍‌ ଘଟଣାକୁ ନେଇ ତଦନ୍ତ ଚଳାଇଛି । ବଲିଉଡ୍‌ ଫିଲ୍ମ 'Dehati Disco'ର ପ୍ରଡ୍ୟୁସର ହେଉଛନ୍ତି କମଲ କିଶୋର ।

Share this story