ତୃତୀୟ ବିଶ୍ୱଯୁଦ୍ଧ ର ପ୍ରଥମ ସପ୍ତାହରେ ରୁଷିଆର ୫ଶହ ସୈନିକ ନିହତ

1

ଓଡ଼ିଆ ଗସିପ ବ୍ୟୁରୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ୪୯୮ ଋଷ ସେନା ନିହତ ହୋଇଥିବା ସ୍ୱିକାର କଲା ଋଷ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ସତ ମାନିଲା ଋଷ ।୪୯୮ ଜଣ ଯବାନ ନିହତ ହୋଇଥିବା ବେଳେ ୧ହଜାର ୫୯୭ ଜଣ ସୈନିକ ଆହାତ ହୋଇଥିବା ସୂଚନା ଦେଲା ଋଷ ।

ପୂର୍ବରୁ ୟୁକ୍ରେନ୍ ଋଷ ସୈନ୍ୟଙ୍କ ମୃତ୍ୟୁ ନେଇ ଅନେକ ଥର ଦାବି କରିଆସିଥିଲେ ବି ଋଷ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଉନଥିଲା । ଆଜି ପ୍ରଥମ ଥର ପାଇଁ ୪୯୮ ସୈନ୍ୟଙ୍କ ପ୍ରାଣ ଯାଇଥିବା କଥା ସ୍ପଷ୍ଟ କରିଛି ଋଷ । ଏହାରି ମଧ୍ୟରେ ଯୁଦ୍ଧ ଏକପ୍ରକାର ଭୟଙ୍କର ରୂପ ନେବାକୁ ଯାଉଛି ।

ଆଜି ୟୁକ୍ରେନ୍ ଉପରେ ଋଷ ଏକ ବଡ ଧରଣର ଆକ୍ରମଣ କରିପାରେ ବୋଲି ଆଶଂକା କରାଯାଉଛି । ଆଜି କିବ୍ ଦଖଲ ପାଇଁ ଫାଇନାଲ୍ ଫାଇଟ୍ ବୋଲି କୁହାଯାଉଛି । ସେପଟେ ୟୁକ୍ରେନକୁ କେହି ବି ହରାଇ ପାରିବେନି ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ।

Share this story