ହୁସିଆର, ଫେସବୁକ ଜାଣୁଛି ଆପଣ କେବେ ରଖୁଛନ୍ତି ଶାରୀରିକ ସମ୍ପର୍କ

1212

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ କେବେ ରଖୁଛନ୍ତି ଶାରୀରିକ ସମ୍ପର୍କ ଏ ବାବଦରେ ଆପଣଙ୍କ ନିକଟତର ବନ୍ଧୁ ନ ଜାଣିଲେ ବି ଫେସବୁକ ସବୁ ଜାଣୁଛି l କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି l ବ୍ରିଟେନ ସ୍ଥିତ ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗର୍ଭାବସ୍ଥା ଓ ଋତୁସ୍ରାବ ଟ୍ରାକ କରୁଥିବା ଆପ ମାୟା ଓ ମିୟା ଫେମ ନିଜ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ ସହ ସେୟାର କରୁଛି l ଯେଉଁ ଡାଟା ବ୍ୟବହାରକାରୀଙ୍କ ଦ୍ୱାରା ଏହି ଆପରେ ଅପଲୋଡ଼ କରାଯାଇଥାଏ l

ବ୍ୟବହାରକାରୀମାନେ ଶେଷ ଥର ପାଇଁ କେବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏଥିପାଇଁ ଗର୍ଭ ନିରୋଧକ ଉପାୟ ଆପଣେଇଥିଲେ ନା ନାହିଁ ଏ ବାବଦରେ ବ୍ୟବହାରକାରୀ ଆପରେ ତଥ୍ୟ ଦେଇଥାନ୍ତି l ଏହି ସବୁ ତଥ୍ୟ ଆପମାନେ ଫେସବୁକକୁ ଦେଉଥିବାବେଳେ ଫେସବୁକ ସଫ୍ଟୱେୟାର ଡେଭଲପମେଣ୍ଟ କିଟ ମାଧ୍ୟମରେ ଲିକ ହୋଇଯାଇଥାଏ l

 

 

ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ବ୍ୟବହାରକାରୀ ଏହି ସଵୁ ଆପ ନିଜ ମୋବାଇଲରେ ଇନଷ୍ଟଲ କରିଥାନ୍ତି ଠିକ ସେହି ସମୟ ପରଠାରୁ ଆପଗୁଡିକ ତଥ୍ୟ ଫେସବୁକ ସହ ସେୟାର କରିବା ଆରମ୍ଭ କରିଦେଇଥାନ୍ତି l

Share this story