ଭିତରେ ଦେଖନ୍ତୁ Exclusive ଭିଡ଼ିଓ: ‘Fire Haircut’ କରୁଥିଲେ, ପୋଡିଗଲା ଯୁବକଙ୍କ ଶରୀରର ଅନେକ ଅଂଶ

Fire Haircut

ଓଡ଼ିଆ ଗସିପ ବ୍ୟୁରୋ: ବେଳେ ବେଳେ ମଣିଷ ଯାହା ଭାବି ନଥାଏ ତାହା ସହ ସେଇୟା ହିଁ ଘଟିଥାଏ । କଥା କଣ କି ମଣିଷର ଚୁଟି ବଢିଲେ ସେ Haircut କରିଥାଏ । କିନ୍ତୁ Haircut ବହୁତ ପ୍ରକାର ଥାଏ । ଆଉ ଯିଏ ଯେମିତି ପ୍ରକାର ର Haircut କରେ ସେ ସେହିଭଳି ସୁନ୍ଦର ଦେଖାଯାଇଥାଏ । ହେଲେ ବିପଦପୂର୍ଣ୍ଣ Haircut କଲେ ଯେ ପରେ ଅଚଞ୍ଛା କିଳା ନେବେ ତାହା ଏହି ଖବର ରୁ ଅନୁମେୟ ।

ଗୁଜରାଟର ତରୁଣଙ୍କୁ ମହଙ୍ଗା ପଡିଲା ଷ୍ଟାଇଲିସ୍ ‘ଫାୟାର ହେୟାର କଟ୍’ । ସେଲୁନରେ ନିଆଁ ଲଗାଇ ଚୁଟି କାଟୁ କାଟୁ ହଠାତ୍ ନିଆଁ ଅନିୟନ୍ତ୍ରିତ ହୋଇଯାଇଥିଲା । ଫଳରେ ଯୁବକଙ୍କ ବେକ ଓ ଛାତି ପୋଡିଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ବୁଧବାର ଦିନ ଯୁବକଙ୍କ କେଶରେ ନିଆଁ ଲଗାଯାଉଥିବା ବେଳେ ତାହା ବାରିକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ତରୁଣଙ୍କ ବେକ ଓ ଛାତି ପୋଡ଼ି ଗଲା । ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ, ସେଠାରେ ତାଙ୍କୁ ବଲ୍‌ସାଡ୍‌ ସ୍ଥିତ ‘ସିଭିଲ୍‌ ହସ୍ପିଟାଲ୍‌’ କୁ ରେଫର୍‌ କରାଯାଇଥିବା କଥା ବାପି ଥାନା ପୁଲିସ କହିଛି ।

ତଦନ୍ତକାରୀ ଅଧିକାରୀ କରମସିଂହ ମକ୍‌ୱାନା କହିଛନ୍ତି ଯେ, ସେ ୧୮ ବର୍ଷିୟ ତରୁଣ ଓ ବାରିକଙ୍କଠାରୁ ବୟାନ ଆଣିବା ପାଇଁ ଉଦ୍ୟମ ଚାଲିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ‘ଫାୟାର୍‌ ହେୟାର୍‌କଟ୍‌’ ନିମନ୍ତେ ତା’ର ମୁଣ୍ଡରେ ଗୋଟାଏ ପ୍ରକାରର ରାସାୟନିକ ପଦାର୍ଥ ଲଗାଯାଇଥିଲା ।

ଫଳରେ ତା’ର ଶରୀରର ଉପର ଅଂଶ ସାଙ୍ଘାତିକ ଭାବେ ପୋଡ଼ିଯାଇଛି । ମୁଣ୍ଡରେ ବୋଳା ଯାଇଥିବା ରାସାୟନିକ ପଦାର୍ଥଟି କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।

Share this story