ପୋପ୍‌ ଫ୍ରାନ୍ସିସ୍‌ଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ ନନ୍, ଫାଦର ବି ଦେଖନ୍ତି ପର୍ଣ୍ଣ ଫିଲ୍ମ, ତା'ପରେ ଯାହା କହିଲେ ଆପଣ ଆଚମ୍ବିତ ହେବେ...

Even nuns and father watch porn, Pope says, warning of risks

ଓଡ଼ିଆ ଗସିପ ବ୍ୟୁରୋ: ଖ୍ରୀଷ୍ଟ ସଂପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସ୍‌ଙ୍କ ଗୋଟିଏ ବୟାନ ସାରା ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖ୍ରୀଷ୍ଟ ଧର୍ମ ଏବଂ ସେବାରେ ନିୟୋଜିତ ରହିଥିବା ନନ୍‌ ଏବଂ ଫାଦରଙ୍କ ସମ୍ପର୍କରେ ସେ ଯେଉଁ ବୟାନ ଜାରି କରିଛନ୍ତି ତାହା ଅନେକଙ୍କ ପାଇଁ ମଧ୍ୟ ଅବିଶ୍ବସନୀୟ ହୋଇପଡ଼ିଛି ।

ହେଲେ ସେମାନଙ୍କ ସମ୍ପର୍କରେ ଏକ ନିରାଟ ସତ୍ୟକୁ ପଦାରେ ପକାଇଛନ୍ତି ପୋପ୍‌ ଫ୍ରାନ୍ସିସ୍‌ । ଅନେକ ନନ୍‌ ଏବଂ ଫାଦର ପର୍ଣ୍ଣ (ନଗ୍ନ) ଚଳଚିତ୍ର ଦେଖିବାରୁ ବର୍ତ୍ତିପାରି ନାହାନ୍ତି ବୋଲି ସେ ସ୍ୱୀକାର କରିଛନ୍ତି । ପର୍ଣ୍ଣୋଗ୍ରାଫିର ପ୍ରଭାବ ଏତେ ଅଧିକ ହୋଇଛି ଯେ ବଡ଼ ସଂଖ୍ୟାରେ ଫାଦର ଏବଂ ନନ୍ ମଧ୍ୟ ଏହାକୁ ଦେଖୁଛନ୍ତି ।

ବିବିସିର ଏକ ରିପୋର୍ଟରେ ଏହାର ଖୁଲାସା କରାଯାଇଛି । ଡିଜିଟାଲ ଏବଂ ସୋସିଆଲ ମିଡିଆର ସର୍ବୋତ୍ତମ ବ୍ୟବହାର ଉପରେ ଭାଟିକାନ ସିଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିବିସିର ପ୍ରଶ୍ନରେ ୮୬ ବର୍ଷୀୟ ପୋପ ଫ୍ରାନ୍ସିସ ସ୍ୱୀକାର କରିଛନ୍ତି ଯେ, ଏବେ ସୋସିଆଲ ମିଡିଆରେ ପୋର୍ଣ୍ଣୋଗ୍ରାଫିର ପ୍ରଭାବ ଅଧିକ ରହିଛି । କିନ୍ତୁ ଫାଦର ଏବଂ ନନ୍ ମଧ୍ୟ ଏହାର ଫାଶରେ ପଡିଛନ୍ତି ।

ଅନେକ ନନ୍ ମଧ୍ୟ ପର୍ଣ୍ଣ ଦେଖନ୍ତି । କିନ୍ତୁ ଏଭଳି ମାନସିକତା ଖୀଷ୍ଟ୍ର ଧର୍ମାଚରଣର ବିପରୀତ । ତେଣୁ ଧାର୍ମିକ କ୍ଷେତ୍ର ସହ ଜଡିତ ରହିଥିବା ବ୍ୟକ୍ତି ବିଶେଷ ଏହା ଠାରୁ ଦୂରେଇବା ଉଚିତ ବୋଲି ସେ ଚେତାବନୀ ଦେଇ କହିଛନ୍ତି ।

ଏହି ସମୟରେ ଉପସ୍ଥିତ ଫାଦର ଏବଂ ଧର୍ମ କ୍ଷେତ୍ର ସହ ଜଡିତ ଅନ୍ୟମାନଙ୍କୁ କହିଛନ୍ତି, ‘ପର୍ଣ୍ଣୋଗ୍ରାଫି ଏକ ରୋଗ ଯାହାକି ଫାଦର ଏବଂ ନନମାନଙ୍କୁ ନିଜ ଜାଲରେ ଫଶାଇ ସାରିଛି । ଏହି ମାଧ୍ୟମ ଦେଇ ଆମ ଶରୀରକୁ ସୈତାନ ପ୍ରବେଶ କରୁଛନ୍ତି।

ସୋସିଆଲ ଏବଂ ଡିଜିଟାଲ ମିଡିଆକୁ ନେଇ ପୋପ କହିଛନ୍ତି ଯେ, ଅତ୍ୟାଧୁନିକ ଯୁଗର ଏହିସବୁ ପ୍ଲାଟଫର୍ମକୁ ଯେତେ କମ୍‌ ସମ୍ଭବ ବ୍ୟବହାର କରିବା ଉଚିତ । ଯଦି ଏଥିରେ ସମୟ ବିତାଇବାକୁ ଚାହାନ୍ତି ତେବେ କମରୁ କମ ସମୟ ବିତାନ୍ତୁ ।

ଯେଉଁମାନେ ସାରା ଦିନ ଯୀଶୁଙ୍କ ଶରଣରେ ଥିବା କଥା କୁହନ୍ତି ସେମାନେ ଏଭଳି କାର୍ଯ୍ୟ କରିପାରିବେ ନାହିଁ । ଆବଶ୍ୟକ ପଡ଼ିଲେ ଫୋନରୁ ଏହିସବୁ ଜିନିଷ ବାହାର କରିବାକୁ ପଡ଼ିବ ବୋଲି ଫ୍ରାନ୍ସିସ କହିଛନ୍ତି । ପର୍ଣ୍ଣୋଗ୍ରାଫି ଦେଖିବା ଖ୍ରୀଷ୍ଟ ଧର୍ମର ସମ୍ପୂର୍ଣ୍ଣ ବିରୋଧୀ ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବିଶ୍ବର ବିଭିନ୍ନ ସ୍ଥାନରେ ଫାଦର ଏବଂ ନନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ପର୍ଣ୍ଣୋଗ୍ରାଫି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

Share this story