ବଡ ଖବର: ସାମ୍ନାକୁ ଆସିଲା ଗୁଜରାଟ ଝୁଲାପୋଲ ଭାଙ୍ଗିବାର CCTV ଫୁଟେଜ : କୁତୁ କୁତୁ ହେଉଥିବା ଛିଡ଼ି ପଡ଼ିଥିଲା ପୋଲ, ମୃତ୍ୟୁ ସଂଖ୍ୟ ୧୪୧କୁ ବୃଦ୍ଧି

bridge collapse

ଓଡ଼ିଆ ଗସିପ ବ୍ୟୁରୋ: ଗୁଜୁରାଟ ମୌରବୀ ରେ ଘଟିଥିବା ୩୫ ସେକେଣ୍ଡେର ଭିଡିଓ ଆପଣଙ୍କ ମନରେ ଛନକା ପସେଇଦେବ କାହିଁକି ନା ଆଖି ପିଛୁଳାକେ ଘଟିଥିଲା ଅଘଟଣ । ପାଣିରେ ଚାଲିଗଲା ଅନେକ ଜୀବନ ।

ତେବେ ସାମନାକୁ ଆସିଛି ଗୁଜୁରାଟ ମୌରବୀ ଝୁଲାପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ୍ । ପୋଲ ଛିିଡିବା ଠିକ୍ ପୂର୍ବରୁ ସେଠାରେ ଲୋକେ କ’ଣ କରୁଥିଲେ । ପୋଲ ଉପରେ କ’ଣ ସ୍ଥିତି ଥିଲା ସିସିଟିଭିରେ କଏଦ ହୋଇଥିବା ଏସବୁର ଛବି ଏବେ ସାମ୍ନାକୁ ଆସିଛି ।

୩୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପୋଲ ଛିଡିବା ଠିକ୍ ଆଗରୁ ଏହା ଉପରେ ଭିଡ ଥିଲା ଅନେକ ସେଲ୍ଫି ନେଉଥିଲେ ଆଉ କିଛି ଲୋକେ ଏହା ଉପରେ ମୌଜମସ୍ତି କରୁଥିଲେ । ବ୍ରିଜ୍ ହଲୁଥିବାର ଦେଖିବାକୁ ମିଳିଛି ।

ଏହି ଘଟଣାରେ ମୃତ୍ୟୁ ସଂଖ୍ୟ ୧୪୧କୁ ବୃଦ୍ଧି ପାଇଛି । ତେବେ ଆସନ୍ତୁ ନଜର ପକେଇବା ଏହି ପୋଲ ଉପରେ ଘଟିଥିବା କିଛି ବିଶେଷ ତଥ୍ୟ ଉପରେ:

– ରବିବାର (ଅକ୍ଟୋବର 30, 2022) ଗତକାଲି ସଂଧ୍ୟା ୬ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା ।

– ପୋଲର କ୍ଷମତା ୧୦୦, ଏକାଠି ହୋଇଥିଲେ ୪ ଶହ ଲୋକ ।

– ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ବିରୋଧରେ ହତ୍ୟା ମାମଲା ରୁଜୁ ।

– ଡ୍ରୋନ୍ ସାହାଯ୍ୟରେ ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ ଖୋଜା ଚାଲିଛି ।

– ଘଟଣାସ୍ଥଳରେ ୪୦ ଡାକ୍ତରୀ ଟିମ୍ ମୁତୟନ ଅଛନ୍ତି ।

– ପାଖାପାଖି ୩୦ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରଖାଯାଇଛି ।

– ଏହି ବ୍ରିଜ୍ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି ।

– ବ୍ରିଟିଶ ଶାସନ ସମୟରେ ପୋଲ ନିର୍ମାଣ କରାଯାଇଥିଲା ।

– ୭ ମାସ ହେବ ବନ୍ଦ ଥିବା ପୋଲି ତିନି ଦିନ ତଳେ ଖୋଲିଥିଲା ।

– ବିନା ଫିଟ୍ନେସ୍ ସାର୍ଟିଫିକେଟ୍ରେ ବ୍ରିଜ୍ ଖୋଲାଯାଇଥିଲା ।

Share this story