୨୦୨୪ ଡିସେମ୍ବର ସୁଦ୍ଧା ଭାରତର ରାସ୍ତା ଆମେରିକା ରାସ୍ତା ଭଳି ହେବ:ମନ୍ତ୍ରୀ ନୀତିନ ଗଡ଼କରୀ

INDIAN ROADS

ଓଡ଼ିଆ ଗସିପ୍ ବ୍ୟୁରୋ: ଆସନ୍ତା 2024 ମସିହା ବେଳକୁ ଭାରତରେ ଯେତେସବୁ ରୋଡ୍ ଅଛି ଆମେରିକାର ରାସ୍ତା ଭଳି ହୋଇଯିବ । ଭାରତୀୟ ରୋଡ୍ ନେଟୱର୍କକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ । ଆମେରିକା ଷ୍ଟାଣ୍ଡାର୍ଡର ରାସ୍ତା ପାଇଁ ସରକାର ସମସ୍ତ ଯୋଜନା ଓ ପ୍ରସ୍ତୁତି କରିଥିବା ଲୋକସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।

 

ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସଂସଦରେ ମନ୍ତ୍ରୀ ଗଡ଼କରି କହିଛନ୍ତି ଯେ, "American roads are not good because America is rich but America is rich because American roads are good. To make India prosperous, I ensure that before Dec'24 India's road infrastructure will be like America,"  


 

ଏହାର ଅର୍ଥ ଆମେରିକା ଧନୀ ବୋଲି ଏହାର ରାସ୍ତା ଏତେ ଭଲ ତାହା ନୁହେଁ, ଆମେରିକାର ରାସ୍ତା ସବୁ ଭଲ ବୋଲି ଆମେରିକା ଆଜି ଧନୀ ହୋଇପାରିଛି । ଏଣୁ ଆମେରିକାର ରାସ୍ତା ଭଳି ଭାରତରେ ଏହାର ନମୁନା ଦେଖିବା ପାଇଁ ଆମକୁ 2024 ଯାଏ ଅପେକ୍ଷା କରିବାକୁ ପଡ଼ିବ । 2024 ସୁଦ୍ଧା ଭାରତର ରୋଡ୍ ନେଟୱର୍କ ଆମେରିକା ଭଳି ହୋଇଯିବ ।

 

ଏହା ପୂର୍ବରୁ ମାର୍ଚ୍ଚ 16 ତାରିଖରେ ରାଜ୍ୟସଭାରେ ଏ ସମ୍ପର୍କରେ ଉତ୍ତର ରଖି ନୀତିନ ଗଡ଼କରୀ କହିଥିଲେ ଯେ, ଆମେରିକାର ରୋଡ୍ ନେଟୱର୍କକୁ ଅନୁଶୀଳନ କରି ଭାରତବର୍ଷରେ ଏହାର ଉପଯୋଗ କରିବା ପାଇଁ କେନ୍ଦ୍ରୀୟ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଶେଷଜ୍ଞ ଟିମ୍ ସହ ଭାରତ ସରକାର ଏନେଇ ବିସ୍ତୁତ ଭାବରେ ଖସଡା ପ୍ରସ୍ତୁତ କରୁଛନ୍ତି ।

 

କେବଳ ସେତିକି ନୁହେଁ ଜାତୀୟ ରାଜପଥରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣାର ସଂଖ୍ୟା ହ୍ରାସ କରିବା ପାଇଁ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟକ ସମୟରେ ଯେଉଁ ସ୍ଥାନରେ ଅଧିକ ଦୁର୍ଘଟଣା ଘଟୁଛି ତାକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରାଯାଉଛି  । ଏହା ସହ ସେହି ସବୁ ସ୍ଥାନରେ କିଭଳି ଦୁର୍ଘଟଣା ସଂଖ୍ୟା କମିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି  । 

ପ୍ରତ୍ୟକ ବର୍ଷ ଭାରତ ବର୍ଷରେ ସଡ଼କ ଦୁର୍ଘଟଣାରେ ଦେଢ଼ ଲକ୍ଷ (1.5 lakh) ଲୋକଙ୍କ ପ୍ରାଣହାନୀ ଘଟୁଛି ।  ବର୍ତ୍ତମାନର ରିପୋର୍ଟ ଅନୁସାରେ ଦୈନିକ 37 କିଲୋମିଟର ରାଜପତ ନିର୍ମାଣ ହୋଇପାରୁଛି। ସଡ଼କ ପରିବହନ ଏବଂ ରାଜପଥ ନିର୍ମାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ  2022-2022 ମଧ୍ୟରେ ମୋଟ 8 ହଜାର  45 କିମି  ରାସ୍ତା ନିର୍ମାଣ ସରିଛି । 2021-22ରେ ଏହି ସଂଖ୍ୟା ଥିଲା 11 ହଜାର 143 କିମି ।  

Share this story