ମାଲିକାଣୀଙ୍କୁ ଚାକର ସହିତ ହୋଇଗଲା ପ୍ରେମ, ବିବାହ ପରେ ଘଟିଲା ଏମିତି କିଛି ଯାହା ଜାଣିଲେ ଆପଣ ତାଜୁବ୍ ହୋଇଯିବେ...

Businesswoman falls in love with servant

ଓଡ଼ିଆ ଗସିପ ବ୍ୟୁରୋ: ପ୍ରେମ ଏକ ଏପରି ନିବିଡ ସମ୍ପର୍କ ଯାହା ଛୋଟ ବଡ଼, ଧନୀ ଗରିବ କିଛି ଦେଖି ନଥାଏ । କେବଳ ଅନ୍ଧ ଭଳି ଜଣେ ଜଣଙ୍କୁ ଭଲ ପାଇଚାଲିଥାନ୍ତି । ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଯୁବ କରିଦେବ ।

ପାକିସ୍ତାନର ଜଣେ ୨୦ ବର୍ଷୀୟା ଯୁବତୀ ନିଜ ଚାକରକୁ ବିବାହ କରି ଏହା ପ୍ରମାଣ କରି ଦେଖାଇଛନ୍ତି । ନିଜର ଏହି ନିଆରା ପ୍ରେମ କାହାଣୀ ବିଷୟରେ ସେମାନେ ନିଜେ ଏକ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସାରା ଦୁନିଆକୁ ଜଣାଇଛନ୍ତି । ମୁସ୍କାନ ଏବଂ ଆମୀରଙ୍କର ଏହି ସଫଳ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୁସ୍କାନ କହିବା ଅନୁଯାଇ ସେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ରୁହନ୍ତି ତାଙ୍କର ୪ଟି ମଇଁଷି ରହିଥିବା ବେଳେ ସେମାନଙ୍କର ଦେଖାରଖା କରିବା ପାଇଁ ସେ ୨୫ ବର୍ଷୀୟ ଆମୀରଙ୍କୁ ନିଯୁକ୍ତ କରିଥିଲେ ।

ତେବେ, ଆମୀର କାମରେ ବେସ୍ ସଚ୍ଚୋଟ ଏବଂ ପରିଶ୍ରମୀ ମଧ୍ୟ ଥିଲେ । ଆମୀରଙ୍କର ଏହି ଭଲ ଗୁଣ ଦେଖି ମୁସ୍କାନ ତାଙ୍କୁ ପ୍ରେମ କରି ବସିଥିଲେ ।

ଦିନେ ଆମୀର ମଇଁଷି ମାନଙ୍କୁ ଗାଧୋଇ ଦେଉଥିବା ବେଳେ ମୁସ୍କାନ ତାଙ୍କ ପାଖକୁ ଯାଇ ନିଜ ମନ କଥା ଖୋଲି କହିଥିଲେ । ହଠାତ ଏପରି କଥା ଶୁଣି ଆମୀର ଚମକି ପଡ଼ିଥିଲେ ଏବଂ ନିଜ ଉତ୍ତର ରଖିବା ପାଇଁ କିଛି ସମୟ ମାଗିଥିଲେ ।

ଆମୀରଙ୍କ ଠାରୁ ଗ୍ରୀନ ସିଗନାଲ ପାଇବା ପରେ ମୁସ୍କାନ ନିଜ ପରିବାର ସହିତ କଥା ହୋଇଥିଲେ ଏବଂ ସମସ୍ତଙ୍କ ସମ୍ମତିରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା ।

Share this story