ପ୍ରେମିକାର ଲଭ୍ ବାଇଟ୍ ରେ ଚାଲିଗଲା ଯୁବକଙ୍କ ଜୀବନ, ପୁରା ଘଟଣା ଜାଣିଲେ ଆପଣ ତାଯୁବ ହୋଇଯିବେ, ଦେଖନ୍ତୁ ଭିଡ଼ିଓ...

Boy Died Due To A Love Bite His Girlfriend Gave Him

ଓଡ଼ିଆ ଗସିପ ବ୍ୟୁରୋ : ଆଜିକାଲି ପ୍ରେମୀ ଯୁଗଳମାନଙ୍କ ମଧ୍ୟରେ କିସ୍ କରିବା ଏବଂ ଲଭ୍ ବାଇଟ୍ ଦେବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ, ଏହି ଲଭ୍ ବାଇଟ୍ ଯେ କାହାର ମୃତ୍ୟୁର କାରଣ ପାଲଟିଯିବ ଏହା ବିଶ୍ୱାସ କରିବା କଷ୍ଟକର ହୋଇଥିଲେ ହେଁ ଏହିଭଳି ଏକ ଘଟଣା ମେସ୍କିକୋ ସିଟିରେ ଘଟିଥିବା ଜାଣିବାକୁ ମିଳିଛି । ଏହି ବିଚିତ୍ର ଏବଂ ଅଭାବନୀୟ ଘଟଣାରେ ଜଣେ ୧୭ ବର୍ଷୀୟ ଯୁବକ ମୃତ୍ୟୁ ବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାଇ ମେସ୍କିକୋ ସିଟିରେ ରହୁଥିବା ଏହି ୧୭ ବର୍ଷୀୟ ଯୁବକ ଜଣକ ନିଜ ପରିବାର ଏବଂ ପ୍ରେମିକାଙ୍କ ସହିତ ଡିନର୍ ଡେଟରେ ଯାଇଥିଲେ । ସେଠାରେ ତାଙ୍କର ୨୪ ବର୍ଷୀୟା ପ୍ରେମିକା ତାଙ୍କୁ କିସ୍ କରିବା ସହ ବେକରେ ଲଭ୍ ବାଇଟ ଦେଇଥିଲେ ।

ସବୁକିଛି ଠିକ ଥିବାବେଳେ କିଛି ସମୟ ପରେ ଯୁବକ ଜଣକ ନିଶ୍ୱାସ ନେଇ ପାରିନଥିଲେ ଏବଂ ସେହିଠାରେ ହିଁ ବେହୋସ ହୋଇ ଯାଇଥିଲେ । ତାଙ୍କୁ, ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ସେଠାରେ ସେ ମୃତ୍ୟୁବରଣ କରିଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଲଭ୍ ବାଇଟ୍ ଦେବା ପରେ ତାଙ୍କ ବେକରେ ରକ୍ତ ଜମାଟ ବାନ୍ଧି ଦେଇଥିଲା । ଏହା ଦ୍ୱାରା ମସ୍ତିଷ୍କକୁ ଠିକ ଭାବରେ ରକ୍ତ ସଞ୍ଚାଳନ ହୋଇ ପାରିନଥାଏ ଫଳରେ ବ୍ରେନ୍ କାମ କରିବା ବନ୍ଦ କରିଦେଇଥାଏ ।

ଏହି ଲିଙ୍କରେ କ୍ଲିକ କରି ଦେଖନ୍ତୁ ଭିଡ଼ିଓ :

ଏହାପରେ ଏହି ବ୍ଲଡ କ୍ଲଟ ବ୍ରେନ ଷ୍ଟ୍ରୋକ ମଧ୍ୟ କରାଇଥାଏ । ଯାହାକି ଯୁବକ ଜଣଙ୍କ ସହିତ ହୋଇଥିଲା ଏବଂ ଏହି ବ୍ରେନ ଷ୍ଟ୍ରୋକ ପାଇଁ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୦ ମସିହାରେ ନ୍ୟୁଜିଲ୍ୟାଣ୍ଡର ଜଣେ ୪୪ ବର୍ଷୀୟା ଯୁବତୀ ମଧ୍ୟ ଏଭଳି ଭାବରେ ଲଭ୍ ବାଇଟ୍ ପାଇଁ ମୃତ୍ୟୁବରଣ କରିଥିଲେ ।

Share this story