ମାଡିଆସିବ ସୁନାମି (Tsunami) ଆଉ ପୃଥିବୀର ଲୋକେ ଛଟପଟ ହୋଇ ମାରିବେ, ଭବିଷ୍ୟବାଣୀ କଲେ ବାବା, ହେବ କି ମାଳିକା ସତ?

Baba Vengas predictions on 2023

ଓଡ଼ିଆ ଗସିପ ବ୍ୟୁରୋ: ବିଶ୍ୱର ସବୁଠାରୁ ରହସ୍ୟମୟୀ ବାବା ଭେଙ୍ଗା (Baba Venga) ପୁଣି ଥରେ ଭୟଙ୍କର ଭବିଷ୍ୟବାଣୀ (Prediction 2023) କରିଛନ୍ତି । ୨୦୨୩ ମସିହାରେ ସମଗ୍ର ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତି କରିବ । ଭବିଷ୍ୟତରେ ବିଶ୍ୱ ସାମ୍ନା କରିବାକୁ ଥିବା ସଂକଟ ସମ୍ପର୍କରେ କହିଛନ୍ତି ବାବା ଭେଙ୍ଗା । ତେବେ ଏହି ସଂକଟକୁ ନେଇ ସେ ପୂର୍ବରୁ ମଧ୍ୟ ବାରମ୍ବାର ସଚେତନ କରିଆସୁଛନ୍ତି ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁକୁ ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସତ ସାବ୍ୟସ୍ତ ହୋଇଥିଲା । ତେବେ ୨୦୨୩କୁ ନେଇ ବହୁତ ଗୁଡ଼ିଏ ଚାଞ୍ଚଲ୍ୟକର ତଥା ଭୟଙ୍କର ପୂର୍ବାନୁମାନ କରିଛନ୍ତି । ୨୦୨୩ରେ ନ୍ୟୁକ୍ଲିୟର ଆକ୍ରମଣ, ଲାବୋରେଟୋରିରେ ଶିଶୁଙ୍କ ଜନ୍ମ ହେବା ଓ ସୌର ମଣ୍ଡଳରେ ଭୟଙ୍କର ସୁନାମୀ ଆସିବା ନେଇ ପୂର୍ବାନୁମାନ କରିଛନ୍ତି ।

ଭେଙ୍ଗା ବାବା ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ । ତେବେ ଦୃଷ୍ଟିଶକ୍ତି ହରାଇ ଥିଲେ ମଧ୍ୟ ଭବିଷ୍ୟତରେ ଆସିବାକୁ ଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସ୍ପଷ୍ଟ ଜାଣିପାରୁଥିବା ନେଇ ସବୁବେଳେ କହି ଆସୁଥିଲେ । ବୁଲଗେରିଆରେ ଜନ୍ମ ଗ୍ରହଣ କରିଥିବା ଏହି ବାବାଙ୍କର ଭବିଷ୍ୟବାଣୀ ୮୫ ରୁ ୯୦ ପ୍ରତିଶତ ପୂର୍ବାନୁମାନ ଶତ ହୋଇଥାଏ । ସେ ଆଗାମୀ ୫୦୭୯ ମସିହା ପର୍ଯ୍ୟନ୍ତ ପୂର୍ବାନୁମାନ କରିଛନ୍ତି । ଏହି ବର୍ଷ ସେ ଦାବି କରନ୍ତି କି ସମଗ୍ର ବିଶ୍ୱ ଏକ ପ୍ରକାର ଲୋପ ପାଇଯିବ ।

ସେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି କି ପୃଥିବୀ ହିମଯୁଗକୁ ଚାଲିଯିବାର ସମ୍ଭାବନା ରହିଛି । ଏହି ସମୟରେ ପୃଥିବୀର କକ୍ଷ ପଥରେ ପରିବର୍ତ୍ତନ ଘଟିବାର ସମ୍ଭାବନା ଯଥେଷ୍ଟ ରହିଛି । ଏହା ଫଳରେ ପୃଥିବୀରେ ପାଣିପାଗ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହେବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି । ଯଦି ବାବାଙ୍କ ଏହି ପୂର୍ବାନୁମାନ ସତ ହୁଏ ତେବେ ପୃଥିବୀରେ ବିନାଶକାରୀ ଘଟଣା ଘଟିବାର ସମ୍ଭାବନା ବହୁତ ରହିଛି । ଯଦି ପୃଥିବୀ ସୂର୍ଯ୍ୟଙ୍କର ଆହୁରି ନିକଟତର ହୁଏ ତେବେ ବିକିରଣର ମାତ୍ରା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ପୃଥିବୀ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ଆହୁରି ବୃଦ୍ଧି ପାଏ ତେବେ ପୃଥିବୀରେ ହିମଯୁଗ ଆସିବାର ସମ୍ଭାବନା ରହିଛି । ତାପମାତ୍ରା ଆହୁରି ଖସିଯିବ ।

ସେହିପରି ସୌରମଣ୍ଡଳରେ ସୁନାମୀ ଆସିବାର ସମ୍ଭାବନା ଅନେକ ରହିଛି । ୨୦୨୩ ମସିହାରେ ଏକ ବଡ଼ଧରଣର ଝଡ଼ ସୌରମଣ୍ଡଳରେ ଦେଖାଦେବ ଯାହା ପୂର୍ବରୁ କେବେ ଦେଖାଯାଇନଥିଲା । ଏହି ଝଡ଼ ଆସିଲେ ସୂର୍ଯ୍ୟଙ୍କ ନିକଟରୁ ବାହାରିବାକୁ ଥିବା ଉର୍ଜ୍ଜାର ବିସ୍ଫୋରଣରେ ବିଦ୍ୟୁତ ଆବେଶ, ଚୁମ୍ବକୀୟ କ୍ଷେତ୍ର ଓ ବିକିରଣ ପୃଥିବୀ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ରହିଛି । ଏହି ବିନାଶକାରୀ ପ୍ରଭାବ ପରମାଣୁ ବୋମା ଠାରୁ ଆହୁରି ଅଧିକ ଶକ୍ତିଶାଳୀ ରହିବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭେଙ୍ଗା ବାବା ପୂର୍ବାନୁମାନ କରିଯାଇଛନ୍ତି । ଏପରିକି ଧରାଧାମ ଅନେକ ଦିନ ପର୍ଯ୍ୟନ୍ତ ବ୍ଲାକ ଆଉଟ ହେବାର ସମ୍ଭାବନା ରହିଛି । ଦିନରେ ସୂର୍ଯ୍ୟ ମଧ୍ୟ ଦେଖାଯିବେ ନାହିଁ ।

କୁହାଯାଉଛି କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ବଡ଼ ଦେଶ ଗୁଡ଼ିକର ବାସିନ୍ଦାଙ୍କ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରାଯିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏହି ଅସ୍ତ୍ର ପ୍ରୟୋଗ ପରେ ଲକ୍ଷାଧିକ ସଂଖ୍ୟାରେ ପ୍ରାଣହାନୀ ଘଟିବାର ସମ୍ଭାବନା ରହିଥିବା ନେଇ ଭେଙ୍ଗା ବାବା ପୂର୍ବାନୁମାନ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ଯଦିଓ ଜୈବିକ ଅସ୍ତ୍ର ପ୍ରୟୋଗ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । କିନ୍ତୁ ଅନେକ ରାଷ୍ଟ୍ର ଗୁପ୍ତ ଭାବରେ ଏହାର ପରୀକ୍ଷଣ ଚଳାଇଛନ୍ତି । ଏହାକୁ ବ୍ୟବହାର କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ଆସନ୍ତା ବର୍ଷ ପରମାଣୁ ବୋମା ଆକ୍ରମଣ ନେଇ ମଧ୍ୟ ସମ୍ଭାବନା ରହିଛି । ୟୁକ୍ରେନ ଓ ଋଷ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି । ଉଭୟଙ୍କ ମଧ୍ୟରେ ବେଶ ଖତରନାକ ସ୍ଥିତିରେ ରହିଛି ଏହି ଯୁଦ୍ଧ । ତେବେ ପରମାଣୁ ବୋମା ଆକ୍ରମଣକୁ ନେଇ ବାବା ଭେଙ୍ଗା କରିଥିବା ପୂର୍ବାନୁମାନକୁ ଏଡ଼଼ାଇ ଦିଆଯାଇ ନପାରେ । ଆହୁରି ମଧ୍ୟ ଭେଙ୍ଗା ବାବା ଶିଶୁଙ୍କ ଜନ୍ମକୁ ନେଇ ପୂର୍ବାନୁମାନ କରିଛନ୍ତି । ଲାବୋରେଟୋରିରେ ଶିଶୁଙ୍କ ଜନ୍ମ ହେବା ନେଇ ପୂର୍ବାନୁମାନ କରିଛନ୍ତି । ପ୍ରାକୃତିକ ଉପାୟରେ ଶିଶୁଙ୍କ ଜନ୍ମ ଉପରେ ପ୍ରତିବନ୍ଧକ ଲାଗିପାରେ । ମନୁଷ୍ୟର ଜନ୍ମ ପ୍ରୟୋଗଶାଳାରେ ହେବାର ସମ୍ଭାବନା ରହିଛି । ଏହାର ଅର୍ଥ ବିଶ୍ୱର ନେତା ଓ ଚିକିତ୍ସା ବିଶେଷଜ୍ଞମାନେ ସ୍ଥିର କରିବେ କି କିଏ କେତେବେଳେ ଜନ୍ମ ହେବ । 

Share this story