ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜୀବନରେ ମାରିଦେବା ଉଦ୍ୟମ ଫେଲ, ଶରୀରରେ ଦୁଇ ଜାଗାରେ ବାଜିଛି ଗୁଳି... 

firing at imran khan

ଓଡ଼ିଆ ଗସିପ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜୀବନରେ ମାରିଦେବା ଉଦ୍ୟମ ଫେଲ ମାରିଛି । ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଅତର୍କିତ ଗୁଳିମାଡ ହୋଇଛି ।

ଏହି ଗୁଳିମାଡରେ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲକୁ ନିଆଯାଇଛି ।

ଇମ୍ରାନ ଖାନଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ଲାହୋର ସ୍ଥିତ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ଏବେ ଇମ୍ରାନ ଖାନ ତାଙ୍କ ସରକାରଙ୍କ ବିରୋଧରେ ଏକ ଆଜାଦୀ ମାର୍ଚ୍ଚ ଚଳାଇଛନ୍ତି । ଏହି ମାର୍ଚ୍ଚ ବା ରାଲି ଆଜି ଗୁଞ୍ଜରୱାଲା ନିକଟରେ ଯାଉଥିବା ବେଳେ ହଠାତ ତାଙ୍କ ରାଲି ଉପରକୁ ଗୁଳିମାଡ ହୋଇଥିଲା ।

imran khan1

ଏହି ଗୁଳିମାଡ ଇମ୍ରାନଙ୍କ କଣ୍ଟେନର ନିକଟରେ ହୋଇଥିବାରୁ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଲଗାତର ଭାବେ ସରକାରଙ୍କ ବିରୋଧରେ ଶୋଭାଯାତ୍ରା କରୁଛନ୍ତି ।

କିଛିଦିନ ତଳେ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ବି ବୟାନ ଦେଇଥିଲେ ଇମ୍ରାନ । କୁହାଯାଉଛି କି ଆଜି ଇମ୍ରାନଙ୍କ ରାଲି ଉପରକୁ ପୋଲିସ ଗୁଳି କରିଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଜଣଙ୍କୁ ଗିରଫ କରାଯାଇଛି ।

imran khan2

 

Share this story