ରାତି ପାହିଲେ ତୃତୀୟ ଯୁଦ୍ଧ ସୁନିଶ୍ଚିତ: ଆମେରିକା ନେଲା ଏହି ବଡ ନିଷ୍ପତ୍ତି

Ukeren
ଘନେଇଲା ୟୁକ୍ରେନ ବିବାଦ

ଓଡ଼ିଆ ଗସିପ ବ୍ୟୁରୋ: ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆପଣାଇଛନ୍ତି ନୂଆ ଷ୍ଟ୍ରାଟେଜି । ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ ।

 

ଓ୍ୱାସିଂଟନ କହିଛି, ଏହାର ପରିଣତି ଭୟଙ୍କର ହେବ ।ମସ୍କୋର ଏହି ପଦକ୍ଷେପ ତାର ଯୁଦ୍ଧ ରଣନୀତିର ଏକ ଅଂଶବିଶେଷ । ଏହାର ପରିଣତି ୟୁକ୍ରେନ ସମେତ ୟୁରୋପ ଏପରିକି ସାରା ବିଶ୍ୱରେ ପଡ଼ିବ ବୋଲି ଚେତାବନୀ ଦେଇଛି ଆମେରିକା ।

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ରୁଷ ଶାନ୍ତି ବାହିନୀ ନାଁରେ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ । ଏହା ୟୁକ୍ରେନର ସାର୍ବଭୌମତ୍ୱ ଉପରେ ଆକ୍ରମଣ । ଅନ୍ତର୍ଜତୀୟ ଆଇନ ଉଲ୍ଲଂଘନ କରି ରୁଷ ଏପରି ପଦକ୍ଷେପ ନେବା ଦ୍ୱାରା ପୁରା ବିଶ୍ୱରେ ଶାନ୍ତି ବ୍ୟାହତ ହେବ ବୋଲି କହିଛି ଆମେରିକା । 

ୟୁକ୍ରେନର ପୂର୍ବାଞ୍ଚଳରେ ଅବସ୍ଥିତ ଦୁଇ ବିଦ୍ରୋହୀ ପ୍ରଦେଶକୁ ଋଷିଆ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବା ପରେ ଉଭୟ ପ୍ରଦେଶ ଓ ମସ୍କୋ ବିରୁଦ୍ଧରେ ଅର୍ଥନୈତିକ କଟକଣା ଲଗାଇଛି ଆମେରିକା ।

Share this story