ସବୁ ବର୍ଷ ମେମାସରେ ହିଁ କାହିଁକି ଆସିଥାଏ ବାତ୍ୟା? କଳିଯୁଗ ଅନ୍ତ ସହ ସତ ହେବ କି ମାଳିକା କଥା!

369

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣନ୍ତି ପ୍ରତି ବର୍ଷ ମେମାସରେ ଓଡ଼ିଶାକୁ ବାତ୍ୟାର ଭୟ ଅଧିକ ରହିଛି । ୨୦୧୯ ମେରେ ଫନି, ୨୦୨୦ରେ ଅମ୍ପାନ୍‌ ଓ ୨୦୨୧ରେ ୟାସ୍ ବାତ୍ୟା ଆସିଥିଲା । ଆଉ ଏବେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ, ସାମ୍ଭାବ୍ୟ ବାତ୍ୟା ନେଇ ଦେଉଛି ସଙ୍କେତ । ମେମାସ ପ୍ରଥମ ସପ୍ତାହରେ ଆସିପାରେ ସାଇକ୍ଲୋନ । ମେ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ତାପରେ ତାହା ସାଇକ୍ଲୋନର ରୂପ ନେବାର ସମ୍ଭାବନା ରହିଛି ।

 

ତେବେ ବାତ୍ୟା କେଉଁ ଉପକୂଳ ଛୁଇଁବ ? ଏହାର ପ୍ରଭାବ କଣ ରହିବ ? ପବନର ବେଗ କେତେ ରହିବ ? ଓଡ଼ିଶା ଉପରେ କେତେ ପ୍ରଭାବ ପଡ଼ିବ ? ସେନେଇ ପାଣିପାଗ ବିଭାଗ ପକ୍ଷରୁ ଏ ଯାଏଁ ଆକଳନ କରାଯାଇନାହିଁ । କେଉଁ ଜିଲ୍ଲାରେ ତାର ବିଶେଷ ପ୍ରଭାବ ପଡ଼ିବ ? ତାକୁ ନେଇ ବି ଏପର୍ଯ୍ୟନ୍ତ ପୂର୍ବାନୁମାନ ହୋଇନି ।

ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ତୀବ୍ରତା କଣ ହେବ ତାହା ଜଣାପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଭାରତ ମହାସାଗରରେ ବାତ୍ୟା, ବର୍ଷକୁ ଦୁଇଟି ଋତୁରେ ଆସିଥାଏ । ଏପ୍ରିଲ୍- ମେ- ଜୁନ୍‌ରେ ପ୍ରାକ୍ ମୌସୁମୀ ସ୍ଥିତିରେ ଏବଂ ଅକ୍ଟୋବର-ନଭେମ୍ବର- ଡିସେମ୍ବରେ ମୌସୁମୀ ପରବର୍ତ୍ତୀ ସ୍ଥିତିରେ ବାତ୍ୟା ସୃଷ୍ଟିର ଅଧିକ ସମ୍ଭାବନା ଥାଏ । ତେବେ ମେମାସରେ ସୃଷ୍ଟି ହେଉଥିବା ବାତ୍ୟାର ତୀବ୍ରତା ଅଧିକ ରହିଥାଏ ।

 

ସେପଟେ ବିଭିନ୍ନ ମଡେଲ୍ ସାମ୍ଭାବ୍ୟ ବାତ୍ୟା ଫରେମସେନ୍ ନେଇ ପୂର୍ବାନୁମାନ କରିଛନ୍ତି । ତେବେ କୌଣସି ମଡେଲ୍ ଏବେ କେଉଁଠି ବାତ୍ୟା ହିଟ୍ କରିବ, ତାହା ସ୍ପଷ୍ଟ କରି ନାହାଁନ୍ତି । ମେମାସରେ ବାତ୍ୟା ଅନୂକୂଳ ପାଗ ରହିଥାଏ । ତେଣୁ ସୃଷ୍ଟି ହେଉଥିବା ଲଘୁଚାପ ଅତିବେଶୀରେ ସାଇକ୍ଲୋନ କିମ୍ବା ସିଭିୟର୍ ସାଇକ୍ଲୋନ୍ ରୂପ ନେଇପାରେ । ଘଣ୍ଟାପ୍ରତି ୧୦୦ କିଲୋମିଟର ଯାଏଁ ପବନର ବେଗ ରହିପାରେ । ଯଦି ବାତ୍ୟା ହୁଏ ତେବେ ବିଶେଷ ଭାବେ ଉପକୂଳ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ଅଧିକ ରହିପାରେ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ମେମାସରେ ଓଡ଼ିଶାକୁ ବାତ୍ୟାର ଭୟ ଅଧିକ ରହିଛି । ୨୦୧୯ ମେରେ ଫନି, ୨୦୨୦ରେ ଅମ୍ପାନ୍‌ ଓ ୨୦୨୧ରେ ୟାସ୍ ବାତ୍ୟା ଆସିଥିଲା ।

 

 

Share this story