ବିମାନ ଦୁର୍ଘଟଣାରେ ୬୮ ଯାତ୍ରୀଙ୍କ ସହ ୪କ୍ରୁ ମେମ୍ବରଙ୍କ ମୃତ୍ୟୁ, ବିମାନରେ ଥିଲେ ୫ ଭାରତୀୟଙ୍କ ସହ ୪ ଭୁବନେଶ୍ବର ବାସିନ୍ଦା

All passengers boarding Nepal bound flight died today

ଓଡ଼ିଆ ଗସିପ୍ ବ୍ୟୁରୋ: ନେପାଳର କାଠମାଣ୍ଡୁର ପୋଖରାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାର ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର ହୋଇଛି । ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିବା ଜଣାପଡିଛି । ଦୁର୍ଘଟଣାରେ ଶିକାର ହୋଇଥିବା ବିମାନଟି ୟେତି ଏୟାରଲାଇନ୍ସର ବୋଲି କୁହାଯାଉଛି ।

ଉଦ୍ଧାର କାର୍ଯ୍ୟ ବେଳେ ଏହି ଭୟଙ୍କର ବିମାନ ଦୁର୍ଘଟଣାର ୭୨ ଜଣଙ୍କର ମୃତ୍ୟୁ ହୋଇଛି । ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର  ହୋଇଥିଲା । ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ରହିଥିଲେ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସସମ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ବିମାନଟି ଆଖିପିଛୁଳାକେ ହୁତୁହୁତୁ ହୋଇ ଜଳିଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ସେନା ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ମୃତଦେହକୁ ଉଦ୍ଧାର କରୁଛନ୍ତି । ବିମାନଟି କାଠମାଣ୍ତୁରୁ ପୋଖରା ଯାଉଥିବା ବେଳେ ଏପରି ଘଟଣା ଘଟିଛି ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୟେତି ଏୟାରଲାଇନ୍ସର ବିମାନଟି କ୍ରାଶ କରି ଯାଇଛି । ପୁରୁଣା ଏୟାରପୋର୍ଟ ଓ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଏପରି ଘଟଣା ଘଟିଛି ।

ବରିଷ୍ଠ ଅଧିକାରୀ ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ବିମାନରେ ୫୩ ଜଣ ନେପାଳ ନାଗରିକଙ୍କ ସମେତ ୫ ଜଣ ଭାରତୀୟ ଓ ୧୦ ଜଣ ଅନ୍ୟ ଦେଶ ନାଗରିକ ରହିଥିଲେ ।

ନେପାଳ ବିମାନଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟେତି ଏୟାରଲାଇନ୍ସର ୯ଏନ-ଏନସି ଏଟିଆର-୭୨ ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା । ଏହା ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା ।

ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା । ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି । ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହାଲ ପ୍ରଚଣ୍ଡ ଦୁର୍ଘଟଣା ପରେ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ।

Share this story