ସବୁ ଦେଶ ଋଷକୁ ଡରୁଛନ୍ତି, ଅମକୁ କରାଯାଉଛି ହତାଦର: ୟୁକ୍ରେନ ରାଷ୍ଟ୍ରପତି

Yukren

ଓଡ଼ିଆ ଗସିପ ବ୍ୟୁରୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ସୈନ୍ୟ ନିଜ ପାରୁ ଲଢେଇ ଜାରି ରଖିଛନ୍ତି । ଆତ୍ମସମର୍ପଣ କରିବାକୁ ରୋକଠୋକ୍‌ ମନାକରିଦେଇଛନ୍ତି ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେଂସ୍କି ।

ଏହାରି ମଧ୍ୟରେ କୋହଭରା ବିବୃତ୍ତି ଆସିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେଂସ୍କି କହିଛନ୍ତି, ଋଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୭ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ୩୧୬ଜଣ ଆହତ ମଧ୍ୟ ହୋଇଛନ୍ତି । ଏଭଳି ଭୟଙ୍କର ଯୁଦ୍ଧ ସମୟରେ ଋଷ ବିରୁଦ୍ଧରେ ଲଢ଼ିବା ପାଇଁ ଆମକୁ ଏକା ଛାଡ଼ିଦିଆଗଲା ।

ୟୁକ୍ରେନର ସହାୟତା କେହିବି ବାହାରିଲେ ନାହିଁ । କୌଣସି ଦେଶ ସାହାଯ୍ୟ କରିବେ ବୋଲି ଆଉ ଆଶା ମଧ୍ୟ ନାହିଁ । ସବୁ ଦେଶ ଋଷକୁ ଭୟ କରୁଛନ୍ତି । ଭୟରେ ସମ୍ନାକୁ ଆସୁନାହାଁନ୍ତି ।

ଜେଲେଂସ୍କି କହିଛନ୍ତି, ଋଷ ପୂର୍ବରୁ କହିଥିଲା କେବଳ ସୈନ୍ୟ ବେସ୍‌ ଗୁଡିକରେ ହିଁ ଆକ୍ରମଣ କରିବ କିନ୍ତୁ ଋଷ ସେନା ସାଧାରଣ ଲୋକଙ୍କୁ ମଧ୍ୟ ଟାର୍ଗେଟ୍‌ କରୁଛି । କେବଳ ସେତିକି ନୁହେଁ ଯୁଦ୍ଧ ଜାହଜଗୁଡିକୁ ମଧ୍ୟ ଆକ୍ରମଣ କରୁଛି । ଋଷ ଯାହା କରୁଛି ତାହାକୁ କେବେ କ୍ଷମା କରାଯିବ ନାହିଁ କହିଛନ୍ତି ଜେଲେଂସ୍କି ।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିପଦ ସମୟରେ ଆମ ସହିତ ଛିଡ଼ା ହେବାକୁ କେହି ନାହାଁନ୍ତି । କିଏ ଅଛନ୍ତି ଏଭଳି ସମୟରେ ଆମ ସହିତ ଛିଡ଼ା ହେବା ପାଇଁ ? ଦୟାକରି ଆଗକୁ ଆସନ୍ତୁ ।

ୟୁକ୍ରେନକୁ ନାଟୋ ସଦସ୍ୟତା ଦେବାକୁ କେହି ବାହାରୁ ନାହାନ୍ତି । ଆମ ଦେଶରେ ଲୋକମାନେ ମରୁଛନ୍ତି । ଦେଶ ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ସେପଟେ ୟୁକ୍ରେନୁ ସାହାଯ୍ୟ କରିବାକୁ ସଫାସଫି ମନା କରିଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌ ।

ସୈନ୍ୟ ସହାୟତା ଦେବାକୁ ମନା କରିଦେଇଛନ୍ତି । ଏହାସହିତ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟ୍ଟିନଙ୍କ ସହ ମଧ୍ୟ କଥାବାର୍ତ୍ତା ନେଇ କୌଣସି ଯୋଜନା ନଥିବା ବାଇଡେନ କହିଛନ୍ତି ।

Share this story