ଅଧାରେ ରହିଲା ବୈଷ୍ଣୋ ଦେବୀଙ୍କ ଦର୍ଶନ, ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ
 

7 of family killed 25 injured after truck rams bus in Haryanas Ambala Road Accident
ଅଧାରେ ରହିଲା ବୈଷ୍ଣୋ ଦେବୀଙ୍କ ଦର୍ଶନ

ଓଡ଼ିଆ ଗସିପ୍ ବ୍ୟୁରୋ: ହହରିୟାଣାର ଅମ୍ବାଲା ଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସକାଳେ ଦିଲ୍ଲୀ-ଜାମ୍ମୁ ଜାତୀୟ ରାଜପଥରେ ଏକ ମିନି ବସ୍ ଏବଂ ଟ୍ରକ୍ ମଧ୍ୟରେ ଏକ ଛାତିଥରା ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବସରେ ଉପସ୍ଥିତ ଥିବା ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। 

ଅଧିକ ପଢନ୍ତୁ : କର୍ମକ୍ଷେତ୍ରରେ ହତୋତ୍ସାହ ହେବା ସହ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସକାଳ ସମୟରେ ଘଟଣାସ୍ଥଳରେ ଯାତ୍ରୀମାନଙ୍କର ଆର୍ତ୍ତଚିତ୍କାର ଶୁଣିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକ ଦୌଡ଼ି ଆସୁଥିଲେ। ଏଥିସହିତ ସ୍ଥାନୀୟ ଲୋକ କୌଣସି ପ୍ରକାରେ ଆହତମାନଙ୍କୁ ବସ୍‌ରୁ ବାହାର କରି ପୋଲିସକୁ ଡାକି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ, ଦିଲ୍ଲୀ-ଜାମୁ ଜାତୀୟ ରାଜପଥରେ ଆଜି ଭୋର ସକାଳୁ ଘଟିଥିଲା ଏକ ଦୁର୍ଘଟଣା। ଆଗରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବାରୁ ପଛରୁ ଆସୁଥିବା ମିନିବସ ଟ୍ରକକୁ ଧକ୍କା ଦେଇଥିଲା। ମିନିବସରେ ବସିଥିବା ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। 

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ୟୁପିର ବୁଲନ୍ଦସହରରୁ ଏହି ମିନି ବସରେ ଜାମୁ ବୈଷ୍ଣୌ ଦେବୀ ଦର୍ଶନ ପାଇଁ ଯାଉଥିଲେ ଲୋକେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବବେଳେ ଅନ୍ୟ ୪ ଜଣଙ୍କ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। କିଛି ଗୁରୁତରଙ୍କୁ ଉନ୍ନତ ଚିକିତ୍ସା ଲାଗି ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢନ୍ତୁ : ଜୁନ୍ ମାସରେ ବଦଳିବ ୩ ରାଶିର ଭାଗ୍ୟ, ଏମାନଙ୍କ ଉପରେ ପଡିବ ବଡ଼ ପ୍ରଭାବ!
 

Share this story