ଦଇବ ଖେଳିଲା ଖେଳ, ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ: ୪ ମୃତ୍ୟୁ, ୫୧ ଜଣଙ୍କର ମିଳୁନି ପତ୍ତା

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ମଝି ସମୁଦ୍ରରେ ଘଟିଯାଇଛି ଏକ ବଡ ଅଘଟଣ । ମଝି ସୁଦ୍ରରେ ଲୀନ ହୋଇଯାଇଛି ଏକ ଜାହାଜ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ସୂଚନା ଥିବା ବେଳେ ଆହୁରି ୫୧ ରୁ ଅଧିକ ଯାତ୍ରୀଙ୍କ ପତ୍ତା ମିଳିପାରିନାହିଁ । ତେବେ ଆଜିର ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଜାହାଜ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଏଭଳି ଏକ ଛାତିଥରା ଦୁର୍ଘଟଣା ଉତ୍ତର ଆଫ୍ରିକାରେ ଘଟିଛି । ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଆସୁଥିବା ବେଳେ ଜାହାଜଟି କୌଣସି କାରଣବଶତଃ ବୁଡିଯାଇଥିବା ଜାଣିବାକୁ ମିଳିଛି ।
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ତେବେ ଜାହାଜରେ ସାହାରା ଆଫ୍ରିକାର ସମସ୍ତ ପ୍ରବାସୀ ରହିଥିଲେ । ଯାତାୟାତ ପାଇଁ ସେଠାରେ କୌଣସି ସୁବିଧା ନଥିବାରୁ ଏହି ଡଙ୍ଗା ସେମାନଙ୍କର ଏକମାତ୍ର ଉପାୟ ଥିଲା । ଉତ୍ତର ଆଫ୍ରିକା ଦେଶରେ ଚଳିତ ବର୍ଷ ଅନେକ ସ୍ଥାନାନ୍ତରଣ ଘଟୁଛି । ନିଜ ଜୀବନକୁ ବିପଦରେ ପକାଇ ଲୋକମାନେ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଛନ୍ତି । ଏହି କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିଯିବା ଘଟଣା ସାମ୍ନାକୁ ଆସୁଛି ।
ଏଭଳି ଘଟଣା ସମ୍ପର୍କରେ ଟ୍ୟୁନିସିଆର ଅନ୍ତରୀଣ ମନ୍ତ୍ରୀ ଜୁଲାଇ ମାସରେ କହିଛନ୍ତି ଯେ ଟ୍ୟୁନିସିଆର ତଟରକ୍ଷୀ ବାହିନୀ ଚଳିତ ବର୍ଷ ଜାନୁଆରୀ ୧ ରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ବୁଡିଯାଇଥିବା ପ୍ରବାସୀ ଭାରତୀୟଙ୍କ ୯୦୧ ମୃତଦେହ ଉଦ୍ଧାର କରିଥିଲେ । ଟ୍ୟୁନିସିଆ ଏବଂ ୟୁରୋପୀୟ ୟୁନିଅନ ଗତ ମାସରେ ଅର୍ଥାତ୍ ୧୬ ଜୁଲାଇରେ ଏକ ରଣନୈତିକ ଭାଗିଦାରୀ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏଥିରେ ମାନବ ଚାଲାଣକାରୀଙ୍କ ସହ ମୁକାବିଲା କରିବା ଏବଂ ସୀମା କଡାକଡି କରାଯାଇଥିଲା ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ବିଶେଷ କରି ଉତ୍ତର ଆଫ୍ରିକା ଦେଶକୁ ୟୁରୋପକୁ ଯାଉଥିବା ଡଙ୍ଗାର ତୀବ୍ର ବୃଦ୍ଧି ଯୋଗୁଁ ୟୁରୋପରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା ବେଳେ ଆଫ୍ରିକାରେ ଲୋକମାନେ ବହୁ ସଂଖ୍ୟାରେ ଦାରିଦ୍ର୍ୟତା ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସେମାନେ ଆଫ୍ରିକା ଛାଡି ୟୁରୋପ ଚାଲି ଆସୁଛନ୍ତି ।