ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, କ୍ଷଣିକ ଭିତରେ ଚାଲିଯାଇଥାନ୍ତା ୧୭୩ ଯାତ୍ରୀଙ୍କ ଜୀବନ, ଆଉ ତା'ପରେ...

plane crash

ଓଡ଼ିଆ ଗସିପ ବ୍ୟୁରୋ: କଥାରେ ଅଛି ରଖେ ହରି ମାରେ କିଏ...ମାରେ ହରି ରଖେ କିଏ । ମାନେ ଯେତେବେଳେ ମୃତ୍ୟୁ ମୁହଁ ରୁ ମଣିଷ ବଞ୍ଚିଯାଏ । ଯେଉଁଠି ନିଜେ ପ୍ରଭୁ ହରି ଅଛନ୍ତି ସଠି କେହି ବି ଜଣଙ୍କ ଭାଗ୍ୟକୁ ବଦଳେଇ ପାରନ୍ତି ନାହିଁ । ଏଠି ଆମେ କହିବାକୁ ଯାଉଛୁ ଆଜି ରନୱେରେ ଅବତରଣ ବେଳେ ଦୁର୍ଘଟଣାର ଶିକାର ହେଲା କୋରିଆ ଏୟାରଲାଇନ୍ସ ବିମାନ ।

ଏହି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୭୩ ବିମାନ ଯାତ୍ରୀ ଓ କ୍ରିଉ ମେମ୍ବର । ଫିଲିପାଇନ୍ସ ସେବୁ ଏୟାରପୋର୍ଟରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ଖରାପ ପାଗ ଯୋଗୁ କୋରିଆ ଏୟାରଲାଇନ୍ସର ଏହି ବିମାନ ସେବୁ ଏୟାରପୋର୍ଟରେ ଦୁଇ ଦୁଇ ଥର ଅବତରଣ ଉଦ୍ୟମ କରିଥିଲା ।

ପରେ ତୃତୀୟ ଥର ଲାଣ୍ଡିଂ ବେଳେ ରନେଓ୍ଵରୁ ବାହାରକୁ ବାହାରି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣା ପରର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରନେଓ୍ଵରୁ କେମିତି ବାହାରକୁ ଚାଲି ଯାଇଛି ଏୟାରବସ୍‌ A330 ତାହା ଦେଖିବାକୁ ମିଳିଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ବିମାନର ସାମନା ପାଖ କ୍ଷତିଗ୍ରସ୍ତ ହୋଇଛି । କୋରିଆ ଏୟାର ଲାଇନ୍ସର ଏୟାରବସ୍‌ A330 ସିଓଲରୁ ସେବୁ ଆସୁଥିଲା ।

ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ଓ କୋରିଆ କର୍ତ୍ତୃପକ୍ଷ ।

Share this story