ବସ୍ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ନିରୀହ ଜୀବନ

Road accident

ଓଡ଼ିଆ ଗସିପ ବ୍ୟୁରୋ : ମଧ୍ୟପ୍ରଦେଶର ବେତୁଲରେ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୧୧ ଜଣଙ୍କ ଜୀବନ ।

ବେତୁଲର ପରତୱାଡା ଜାତୀୟ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏକ ବସ୍ ଏବଂ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ ନିକଟତମ ଡାକ୍ତରଖାନାକୁ ନିଆଯାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାଭେରାକୁ କାଟି ମୃତଦେହ ବାହାର କରିବାକୁ ପଡ଼ିଥିଲା। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତି ଲାଗି ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାଭେରାରେ ୧୧ଜଣ ଶ୍ରମଜୀବୀ ମହାରାଷ୍ଟ୍ରର ଅମରାବତୀରୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ରାତି ପ୍ରାୟ ୨ଟା ବେଳେ ଘଟିଥିବା ଉକ୍ତ ଦୁର୍ଘଟଣାରେ ୬ଜଣ ପୁରୁଷ, ୩ଜଣ ମହିଳା, ୫ ବର୍ଷର ଜଣେ ଝିଅ ଏବଂ ଜଣେ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

Share this story