ବିନ୍ଦାସ ବଲିଉଡର ଭିତିରି କଥା: ନିଶାରେ ଚୁର୍ ରୁହନ୍ତି ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ ସାରା, ଖୁଲାସା କଲେ ରିୟା!

ବିନ୍ଦାସ ବଲିଉଡର ଭିତିରି କଥା: ନିଶାରେ ଚୁର୍ ରୁହନ୍ତି ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ ସାରା, ଖୁଲାସା କଲେ ରିୟା!
ବିନ୍ଦାସ ବଲିଉଡର ଭିତିରି କଥା: ନିଶାରେ ଚୁର୍ ରୁହନ୍ତି ସୈଫ୍ ଅଲ୍ଲୀ ଖାନ୍ ଙ୍କ ଝିଅ ସାରା, ଖୁଲାସା କଲେ ରିୟା!

ଓଡ଼ିଆ ଗସିପ୍ ବ୍ୟୁରୋ: ରାତି ସାରା ନିଶା ସେବନ କରନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ୍ ଙ୍କ ଝିଅ ତଥା ବଲିଉଡ୍ ର ନୂଆ ଷ୍ଟାର ସାରା ଅଲ୍ଲୀ ଖାନ୍ । ଏଭଳି ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ଜେଲ୍ ରେ ଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

ଗିରଫ ପୂର୍ବରୁ ରିୟା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିକୁ ଜଣାଇଥିବା ଦାବି କରି ଖବର ପ୍ରସାରଣ କରିଛି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା । ଏନିସିବିର ସୂତ୍ର ଦେଇ ସଂପୃକ୍ତ ଗଣମାଧ୍ୟମ କହିଛି ଯେ, ରିୟା ବଲିଉଡର 25 ଜଣ କଳାକାରଙ୍କ ନା କହିଛନ୍ତି ଯେଉଁମାନେ ଡ୍ରଗ୍ସ ପାର୍ଟିରେ ସାମିଲ ହୁଅନ୍ତି ଓ ସାରା ରାତି ଡ୍ରଗ୍ସ ନିଅନ୍ତି ।

ରିୟା ଚକ୍ରବର୍ତ୍ତୀ 25ଜଣ କଳାକାରଙ୍କ ନା ନେଇଥିଲେ ବି ମାତ୍ର 3ଜଣଙ୍କ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଚର୍ଚ୍ଚାର ସବୁଠୁ ଆଗରେ ରହିଛନ୍ତି ସୈଫ ଅଲ୍ଲୀ ଖାନ୍ ଙ୍କ ଝିଅ ତଥା ସୁଶାନ୍ତ ସିଂ ରାଜପୁତଙ୍କ ‘କେଦାରନାଥ’ ନାୟିକା ସାରା ଅଲ୍ଲୀ ଖାନ୍ । ସାରା କୁଆଡ଼େ ଘୋଡ଼ା ମଦୁଆ ଓ ତା ସାଙ୍ଗକୁ ରକମ ରକମର ନିଶା ସେବନ କରିବାରେ ମାହିର ବୋଲି କହିଛନ୍ତି ରିୟା ।

କେବଳ ସାରା କାହିଁକି ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟତମ ପ୍ରମୁଖ ହିରୋଇନ୍ ରାକୁଲ ପ୍ରୀତ୍ ସିଂ ମଧ୍ୟ ସୁରାପାନରେ ସାରାକୁ ଟପିଯିବେ ବୋଲି କହିଛନ୍ତି ରିୟା ଚକ୍ରବର୍ତ୍ତୀ । ବଲିଉଡ୍ ର ଡାର୍କ ସିକ୍ରେଟ କୁହାଯାଉଥିବା ଡ୍ରଗ୍ସ ପାର୍ଟିରେ ରାକୁଲ ମଧ୍ୟ ସାମିଲ ହୁଅନ୍ତି ଏବଂ ନିଶା ନିଅନ୍ତି । ବିଳମ୍ବିତ ରାତି ଏପରିକି ଭୋର୍ ଯାଏ ହାଉସ ପାର୍ଟିରେ ହେଉଥିବା ନଟି କଥାର ଗୁମର ବି ଖୋଲିଛି ଏହି  ସାଙ୍ଘାତିକ ସତ ।

କଥା ରହିଲା ତୃତୀୟ ଜଣଙ୍କ କଥା ସେ ହେଉଛନ୍ତି ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ (ଡ୍ରଗ୍ସ) ଗିରଫ ହୋଇ ମୁମ୍ବାଇର ବାଇକୁଲାର ଜେଲ୍ ରେ ଥିବା ରିୟା ଚକ୍ରବର୍ତ୍ତୀଙ୍କ ସାଙ୍ଗ ତଥା ଫ୍ୟାସ ଡିଜାଇନର  ସିମୋନ ଖମ୍ବାଟା ମଧ୍ୟ ରହିଛନ୍ତି ଯିଏ ବଲିଉଡ୍-ଡ୍ରଗ୍ସ-ଡ୍ରଗ୍ସ ପାର୍ଟି ଆୟୋଜନର ଜଣେ ଚିହ୍ନା ଓ ଜଣାଶୁଣା ଚେହେରା ବୋଲି କୁହାଯାଉଛି ।

ଏତେ ବଡ଼ ସାଘାତିକ ସତ ସାମ୍ନାକୁ ଆସିବା ପରେ ଏବେ ଉଲିଉଡରେ ଚର୍ଚ୍ଚା ହେଉଛି  ଯେ, କିଏ ଅନ୍ୟମାନେ ଯିଏ ରୂପେଲି ପରଦା ପଛରେ ଗନ୍ଦା ଖେଳ ଖେଳାଇ ଥାନ୍ତି । ସାମାନ୍ୟ ଶରୀରକୁ ଖୁସି ଦେବାକୁ ଶାନ୍ତି ଦେବାକୁ ଦିନ ରାତି ରାତି ଦିନ ଦେବାକୁ ପଡ଼ୁଛି ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ଏହା ବି ହେଉଛି ଯେ, ଖୁବ ଶୀଘ୍ର ଏଇ ସମସ୍ତଙ୍କ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଏ ସମ୍ପର୍କିତ ମାମଲାରେ ପଚରା ଉଚରା କରିବ ।

ସୁଶାନ୍ତ ମୃତ୍ୟୁ ରହସ୍ୟକୁ ଭେଦ କରିବାକୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ଡ୍ରଗ୍ସ ଲିଙ୍କ ରେ ଯାଇ ପହଞ୍ଚଲାଣି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବଲିଉଡର ଗୋଟି ଗୋଟି ରାଜ୍ ଲୋକଙ୍କ ସାମ୍ନାକୁ ବି ଆଲସୁଛି । ତେବେ ଦେଖିବାର କଥା ଆଗକୁ ତଦନ୍ତ ପ୍ରକ୍ରିୟା କେତେ ବାଟ ଯାଉଛି ଓ କି ରୂପ ଧାରଣ କରୁଛି ।

ସବୁ ପରେ ବି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତିନି ଯାଞ୍ଚ ଏଜେନ୍ସି ସତକୁ ଖୋଜିବାରେ ସଫଳ ହେଉଛନ୍ତି ନା ଏମିତି ଅନ୍ଧାର ରେ ବାଡ଼ ବୁଲେଇ ଅନୁମାନ, ଅନୁସନ୍ଧାନ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହେଉଛି ।  ଅନେକ ଏବେ ବି ଯାଞ୍ଚ ଏଜେନ୍ସି ଉପରେ ଆଶା ରଖିଛନ୍ତି । ଯେ, ଦିନେ ନା ଦିନେ ସୁଶାନ୍ତ ମୃତ୍ୟୁ ରହସ୍ୟରପ ପର୍ଦ୍ଦା ଉଠିବ ।

Share this story

World Odia Language Conferene