ମହାମାରୀ ଭଳି ମାଡ଼ି ଆସୁଛି ମହାବାତ୍ୟା: ସତର୍କ ନହେଲେ ସଂକ୍ରମଣ ଭଳି ସବୁ ସରିଯିବ….

ମହାମାରୀ ଭଳି ମାଡ଼ି ଆସୁଛି ମହାବାତ୍ୟା: ସତର୍କ ନହେଲେ ସଂକ୍ରମଣ ଭଳି ସବୁ ସରିଯିବ….
ମହାମାରୀ ଭଳି ମାଡ଼ି ଆସୁଛି ମହାବାତ୍ୟା: ସତର୍କ ନହେଲେ ସଂକ୍ରମଣ ଭଳି ସବୁ ସରିଯିବ….

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟିଏ କି ଦୁଇଟି ନୁହେଁ ଲାଗ୍ଏ ଲାଗ୍ ପୃଥିବୀକୁ ଜଳ ପ୍ରଳୟରେ ଭସାଇ ନେବାକୁ, ବୁଡ଼େଇ ବାକୁ ଅତି କ୍ଷୀପ୍ର ବେଗରେ ମାଡ଼ି ଆସୁଛି ୫ଟି ସାମୁଦ୍ରିକ ଝଡ଼ । ଚମକି ପଡ଼ିଲେ କି ଜମା ଚମକନ୍ତୁ ନାହିଁ , କାହିଁକିନା ଏହି ବିପଦ ଭାରତ ପାଇଁ ନୁହେଁ, ଏହି ବାତ୍ୟା ଗୁଡ଼ିକ ସୃଷ୍ଟି ହୋଇଛି ଆଟଲାଣ୍ଟିକ୍ ମହାସାଗରରେ । ବିଶେଷଜ୍ଞଙ୍କ କହିବା କଥା ଇତିହାସରେ ଦ୍ୱିତୀୟ ଥର ପାଇଁ ଏମିତି ଗୋଟିଏ ମହାସାଗରରେ ଏକା ଥରକେ ୫ଟି ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ସାଟେଲାଇଟ ଇମେଜରୁ ଏସମ୍ପର୍କରେ ତଥ୍ୟ ଜଣାପଡ଼ିଛି । ଏହି ବାତ୍ୟା ଗୁଡ଼ିକୁ ପାଉଲେଟ୍, ରେନେ, ସାଲେ, ଟେଡି ଓ ଭିକି ଭଳି ନାମରେ ନାମକରଣ କରାଯାଇଛି । ପାଉଲେଟ ବରମୁଡ଼ା ଅତିକ୍ରମ କରି ଆମେରିକା ଆଡ଼େ ମୁହାଁଇଥିବା ବେଳେ ସାଲେ ମେକ୍ସିକୋ ଆଡ଼କୁ ମୁହାଁଇଛି । ଟେଡି ଓ ଭିକି ଏବେ ବି ମହାସାଗର ଭିତରେ ବଳ ଗୋଟାଉଛନ୍ତି । ରାନେ ମହାସାଗର ମଧ୍ୟରେ ଦୁର୍ବଳ ହେଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ  ଖବର ପ୍ରସାରିତ ହେଉଛି । ପୂର୍ବରୁ ସେହି ଆଟଲାଣ୍ଟିକ୍ ମହାସାଗରରେ ୧୯୭୧ ମସିହାରେ ଏଭଳି ୫ ଟି ବାତ୍ୟା ସୃଷ୍ଟି ହୋଇଥିଲା । 

ସେପଟେ ଓଡିଶା ପ୍ରତି ବିପଦ ନଥିଲେ ମଧ୍ୟ ଜଳ ପ୍ରଳୟ ଭୟ କମିନାହିଁ ।  ଆସନ୍ତା ରବିବାର ଅର୍ଥାତ 20 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ ପ୍ରାକ ମୈାସୁମୀ ପ୍ରଭାବରେ ବର୍ଷା ହେଉଛି ।

ଅନ୍ୟପଟେ ଗତ ବନ୍ୟାର କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଓଡ଼ିଶା ଆସିଛି ।

Share this story

World Odia Language Conferene