ପ୍ରଚଣ୍ଡ ଖରାରେ ବି ଚମକିବ ତ୍ୱଚା; ଚେହେରାର ଚମକ ଦେଖି ସଭିଏଁ ପଚାରିବେ ଗ୍ଲୋ’ର ସିକ୍ରେଟ! ଆପଣାନ୍ତୁ ଏହି...

Your skin will glow even in the scorching sun everyone will ask you the secret to the glow after seeing the glow on your face Try this

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଥିବା ବେଳେ ମାତ୍ର କିଛି ମିନିଟର ତେଜ ଖରା ତ୍ୱଚାର ଅବସ୍ଥା ବେହାଲ କରିଦେଉଛି । ବାହାରକୁ ବାହାରିବା ସମୟରେ ଆପଣ ଚେହେରାକୁ ଷ୍ଟଲ, ଗାମୁଛା କିମ୍ବା ଛତା ଦ୍ୱାରା ଯେତେ ଘୋଡ଼ାଇଲେ ମଧ୍ୟ ତ୍ୱଚା କଳା ପଡିଯାଏ।  ଯଦି ଆପଣଙ୍କ ସହ ମଧ୍ୟ ଏମିତି ଘଟୁଛି, ତେବେ କିଛି ଘରୋଇ ଜିନିଷ ବହୁତ କାମରେ ଆସିପାରେ । ଆପଣଙ୍କ ଘରେ ଆଲୋଭେରା ଠାରୁ ଆରମ୍ଭ କରି କାକୁଡ଼ି ପର୍ଯ୍ୟନ୍ତ... ଏମିତି ଅନେକ ଜିନିଷ ସହଜରେ ମିଳିଯିବ, ଯାହା ଏହି ପ୍ରଚଣ୍ଡ ଖରାରେ ମଧ୍ୟ ଆପଣଙ୍କ ତ୍ୱଚାରେ ଚମକ ଆଣିଦେବ ।

ଗରମ ଯୋଗୁଁ ଚେହେରା ବହୁତ ଡଲ ହୋଇଯାଏ । କେବଳ ଟ୍ୟାନିଂ ହିଁ ହଇରାଣ କରେନାହିଁ, ବରଂ ବ୍ରଣ ବଢ଼ିବା ଭଳି ସମସ୍ୟା ମଧ୍ୟ ଦେଖାଦିଏ । ଗରମ ଦିନ ଆରମ୍ଭ ହେଉ ହେଉ ଯଦି ଆପଣ ମଧ୍ୟ ତ୍ୱଚା ଜନିତ ସମସ୍ୟାରେ ଚିନ୍ତିତ ରହୁଛନ୍ତି, ତେବେ ଜାଣି ନିଅନ୍ତୁ କେମିତି ପାଇବେ ଏକ ଚମକଦାର ଚେହେରା...

ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ପ୍ରାୟ ସବୁ ଘରେ କରାଯାଏ । ଏହା କେବଳ ଏକ ସ୍ବାଦିଷ୍ଟ ଗୁଣଯୁକ୍ତ ପତ୍ର ନୁହେଁ, ବରଂ ଏହା ଔଷଧୀୟ ଗୁଣର ଗନ୍ତାଘର । ପ୍ରତିଦିନ ସକାଳେ ଖାଲି ପେଟରେ କିଛି ଭୃସଙ୍ଗ ପତ୍ର ଚୋବାଇ ଖାଇବା ଦ୍ୱାରା ଆପଣଙ୍କ କେଶ ଏବଂ ତ୍ୱଚା ଭିତରୁ ସୁସ୍ଥ ହୋଇଥାଏ । ଗରମ ଯୋଗୁଁ ଯଦି ଚେହେରାରେ ବ୍ରଣ ଏବଂ ଦାଗ-ଚିହ୍ନ ହୋଇଯାଉଛି, ତେବେ ଭୃସଙ୍ଗ ପତ୍ରକୁ ବାଟି ଏହାର ରସକୁ କଟନ ବଲ (ତୁଳା) ସାହାଯ୍ୟରେ ଚେହେରାରେ ଲଗାନ୍ତୁ ଏବଂ ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ।

କାକୁଡ଼ି ଆପଣଙ୍କ ତ୍ୱଚା ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏହାକୁ ଆପଣ ନିଜ ଖାଦ୍ୟରେ ସାମିଲ କଲେ ଶରୀର ଡିଟକ୍ସ (Detox - ଦୂଷିତ ପଦାର୍ଥ ବାହାରିବା) ହୋଇଥାଏ, ଯାହାଦ୍ୱାରା ତ୍ୱଚାରେ ପ୍ରାକୃତିକ ଚମକ ଆସେ । ଏହା ଆପଣଙ୍କ ତ୍ୱଚାକୁ ଆର୍ଦ୍ରତା ମଧ୍ୟ ପ୍ରଦାନ କରିଥାଏ । ଗ୍ରୀଷ୍ମଋତୁରେ ହେଉଥିବା ତ୍ୱଚା ର଼୍ୟାସେସରୁ ମୁକ୍ତି ପାଇବା ପାଇଁ ଆପଣ କାକୁଡ଼ି ରସକୁ ଚେହେରାରେ ଲଗାଇ ପାରିବେ । ଆଖି ଉପରେ କାକୁଡ଼ିକୁ କୋରି କରି ରଖିଲେ ଗରମ ଜନିତ କ୍ଲାନ୍ତିରୁ ଆରାମ ମିଳିଥାଏ ଏବଂ କଳାଦାଗ ରୁ ମଧ୍ୟ ରକ୍ଷା ମିଳେ ।

ଅଧିକ ନ୍ୟୁଜ ପଢ଼ନ୍ତୁ : ପାଦରେ କାହିଁକି ବାନ୍ଧନ୍ତି କଳା ସୂତା? ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହା ପ୍ରାୟ ସମସ୍ତେ ଜାଣନ୍ତି ଯେ ଆଲୋଭେରା ଏକ ଉତ୍କୃଷ୍ଟ ପ୍ରାକୃତିକ ଜିନିଷ, ଯାହା ତ୍ୱଚାକୁ ହାଇଡ୍ରେଟ ରଖେ । ଏହା ଉଜ୍ଜ୍ୱଳତା ବଢ଼ାଇବା ସହ ତ୍ୱଚାକୁ ଶିଶୁଙ୍କ ଭଳି କୋମଳ କରିଥାଏ । ଏହା ବ୍ରଣ, ର଼୍ୟାସେସ ଏବଂ ଖରାରେ ପୋଡ଼ି ଯାଇଥିବା ତ୍ୱଚାରୁ ଉପଶମ ଦେଇପାରେ । ଏହା ବୟସ ବଢ଼ିବା ସହ ଦେଖାଯାଉଥିବା ସୂକ୍ଷ୍ମ ରେଖାକୁ ମଧ୍ୟ କମ କରିବାରେ ସାହାଯ୍ୟ କରେ । ଆଲୋଭେରା ଜେଳକୁ ଆପଣ ଭିଟାମିନ ଇ କ୍ୟାପସୁଲ ସହ ମିଶାଇ ପ୍ରତିଦିନ ଚେହେରାରେ ଲଗାଇ ପାରିବେ ।

ଗରମ ଦିନେ ଯଦି ଆପଣ ବ୍ରଣ କିମ୍ବା ତ୍ୱଚାରେ ଛୋଟ ଛୋଟ ବାହାରୁଥିବା ଦାନା ଯୋଗୁଁ ଅସୁବିଧାରେ ପଡ଼ୁଛନ୍ତି, ତେବେ ନିମ୍ବ ଆପଣଙ୍କ କାମରେ ଆସିବ । ନିମ୍ବ  ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ଗାଧୋଇ ପାରିବେ । ଏହା ବ୍ୟତୀତ ଏହାର ପତ୍ରକୁ ବାଟି ଲେପ ଲଗାଇବା ଲାଭଦାୟକ ହୋଇଥାଏ । ପ୍ରତିଦିନ ୨-୩ଟି ନିମର କଅଁଳ ପତ୍ର ଚୋବାଇ ଖାଇବା ଦ୍ୱାରା ତ୍ୱଚା ସୁସ୍ଥ ରହେ ଓ ପ୍ରାକୃତିକ ଚମକ ବଢ଼ିଥାଏ । 

ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆଭୋକାଡୋ ମଧ୍ୟ ଏକ ଚମତ୍କାର ଫଳ । ଏହା ଭିଟାମିନ ଇ’ର ଏକ ଉତ୍ତମ ଉତ୍ସ । ଏହି ଭିଟାମିନ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଆପଣ ପ୍ରତିଦିନ ଆଭୋକାଡୋକୁ ନିଜ ଖାଦ୍ୟରେ ସାମିଲ କରିପାରିବେ ଏବଂ ଏହାକୁ ଚକଟି ସିଧାସଳଖ ଚେହେରାରେ ମଧ୍ୟ ଲଗାଇ ପାରିବେ । ଏହା ତ୍ୱଚାକୁ ଟାଣ (Firm) ରଖି ପ୍ରାକୃତିକ ଭାବେ ଉଜ୍ଜ୍ୱଳ କରିଥାଏ ।

ତ୍ୱଚା ପାଇଁ ଯଦି ପ୍ରାକୃତିକ ସବୁଜ ଜିନିଷ ବିଷୟରେ କହିବା, ତେବେ ଗ୍ରୀନ ଟି ବହୁତ ଲାଭଦାୟକ। ଏହାକୁ ପିଇବା ଦ୍ୱାରା ଶରୀର ଡିଟକ୍ସ ହୁଏ ଏବଂ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆପଣଙ୍କ ତ୍ୱଚା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁଥିରେ ଉପକାର କରେ । ଏହା ବ୍ୟତୀତ ଗ୍ରୀନ ଟି କୁ ପାଣିରେ ସିଝାଇ ଏହାକୁ ଏକ ଟୋନର୍‌ (Toner) ଭଳି ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ତ୍ୱଚାରେ ପ୍ରାକୃତିକ ଉଜ୍ଜ୍ୱଳତା ଆସିଥାଏ ।

Share this story