ଯେକୌଣସି ସମୟରେ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ହେଉଛି କି? ଏହାର ନିରାକରଣ ପାଇଁ ଆପଣାନ୍ତୁ ଏହି ସବୁ ଉପାୟ...

you are having back or joint pain then follow these steps

ଓଡ଼ିଆ ଗସିପ ବ୍ୟୁରୋ : ପିଠି ଓ ମେରୁଦଣ୍ଡ ବିନ୍ଧୁଛି କି? ପ୍ରଥମେ କାରଣ ଜାଣି କରନ୍ତୁ ନିରାକରଣ । ନଚେତ ଭବିଷ୍ୟତରେ ଭୋଗିବେ ଏହି ବଡ଼ ରୋଗ । ଆଜିକାଲି ପିଠି ଯନ୍ତ୍ରଣା କେବଳ ବଢୁଥିବା ବୟସର ଲୋକଙ୍କଠାରେ ନୁହେଁ ବରଂ ଯୁବକମାନଙ୍କଠାରେ ମଧ୍ୟ ଦେଖିବାରୁ ମିଳୁଛି । ଆମ ଜୀବନରେ ପିଠି ଯନ୍ତ୍ରଣା ହେବାର ପ୍ରାୟ ୮୪ ପ୍ରତିଶତ ସମ୍ଭାବନା ଅଛି । ଅନେକ ଥର ଲୋକ ପିଠି ଯନ୍ତ୍ରଣାକୁ ଜୀବନଶୈଳୀର ଏକ ଅଂଶ କରି ଏହାକୁ ଅଣଦେଖା କରନ୍ତି ।

ପିଠି ଯନ୍ତ୍ରଣା ହେବାର କାରଣ ଏହା ଜରୁରୀ ନୁହେଁ, ବୟସ ବଢ଼ିବା ସହିତ ଏହା ମଧ୍ୟ ବଢ଼ିଥାଏ । ପିଠି ଯନ୍ତ୍ରଣାକୁ ଉପଶମ କରିବାର ଅନେକ ଉପାୟ ଅଛି ଯେଉଁଥିରେ ଔଷଧଠାରୁ ଆରମ୍ଭ କରି ମସାଜ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ।

ଯଦି ଘରେ କିଛି ସତର୍କତା ଅବଲମ୍ବନ କରାଯାଏ, ତେବେ ଏହାକୁ ସହଜରେ ଚିକିତ୍ସା କରାଯାଇପାରିବ । ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଯାହା ଆପଣଙ୍କୁ ପିଠି ଯନ୍ତ୍ରଣାରେ ଆରାମ ଦେବ ।

– ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ ।

ଅଧିକ ପଢ଼ନ୍ତୁ: ମହିଳାଙ୍କୁ ବାଇକ ପଛରେ ବସାଇ ହସ୍ତମୈଥୁନ କଲେ ଭଡାରେ ନେଇ ଯାଉଥିବା ରାପିଡୋ ଡ୍ରାଇଭର, ଭିଡ଼ିଓ ଭାଇରାଲ

– ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ।

– ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ହୋଇଥାଏ ।

– ମୋଟାପଣ ଓ ଅତ୍ୟଧିକ ଓଜନ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ।

– ଅଧିକ ଓଜନଭାର ଉଠାଇଲେ ହୋଇଥାଏ ପିଠି ଜନିତ ସମସ୍ୟା ।

– ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର କାରଣ ।

ଅଧିକ ପଢ଼ନ୍ତୁ: ଜଲଦି ସାରିଦିଅନ୍ତୁ ଏହି କାମ; ଅଗଷ୍ଟ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ

– କ୍ୟାଲସିୟମ ଅଭାବରୁ ମଧ୍ୟ ଦେଖାଦେଇଥାଏ ପିଠି ଯନ୍ତ୍ରଣା ।

– ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଅଧିକ ଦେଖା ଦେଇଥାଏ ।

କଣ କରିବେ ପ୍ରତିକାର?

– କ୍ୟାଲସିୟମ ବଢ଼ାଇବା ପାଇଁ ଛେନା ଖାଇବା ଦରକାର ।

– ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାଏଟ୍ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର ।

– ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର ।

ଅଧିକ ପଢ଼ନ୍ତୁ: ଆପଣଙ୍କ ରାଶିରେ ଶନିଙ୍କ ପ୍ରଭାବ କିପରି ରହୁଛି; ଯଦି ଶକ୍ତିଶାଳୀ ତା'ହେଲେ ଭଲ? ଦୁର୍ବଳ ହେଲେ ମିଳେ ଏହି ସଙ୍କେତ

– ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ ଦ୍ୱାରା କମ୍ ହୋଇଥାଏ ପିଠି ଯନ୍ତ୍ରଣା ।

– କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ ।

– ଜିମରେ ଷ୍ଟ୍ରେଚିଂ ଓ ୱାର୍ମଅପ୍ ବେଳେ ଧ୍ୟାନ ଦେବା ଦରକାର ।

Share this story