ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ହିତକର, କେଉଁମାନେ ଏହାକୁ ଖାଇବା ଦରକାର, ରିସର୍ଚ୍ଚ କହୁଛି ଏମିତି କିଛି...

who can eat jamukoli for better health

ଓଡ଼ିଆ ଗସିପ ବ୍ୟୁରୋ : ଆପଣମାନେ ରାସ୍ତାରେ ହେଉ କିମ୍ବା ବାଡ଼ିରେ ଜାମୁକୋଳି ଗଛ ଦେଖିଲା ମାତ୍ରେ ସେଠାରେ ଅଟକି ଯାୟୀ ଜାମୁକୋଳି ସେବନ କରିବାରେ ମନ ବଳାନ୍ତି । ଆଉ ଯଦି ଜାମୁକୋଳି ସହ ଲୁଣ ଆଉ ଲଙ୍କାଗୁଣ୍ଡ ମିଶିଯାଏ ତାହାର ସ୍ୱାଦ ଆହୁରି ରୋଚକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜାମୁକୋଳି ଦେହ ପାଇଁ କେତେ ହିତକର ।

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳିରେ ଭରପୁର ପରିମାଣରେ ମିଳେ । ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ ।

ଅଧିକ ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ

ଅନ୍ୟପକ୍ଷରେ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ହୋଇଥାଏ । ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ନୁହେଁ ଏବଂ ଏହାର ମାତ୍ରାଧିକ ସେବନ ଦ୍ବାରା କ’ଣ ସବୁ ରୋଗ ହୋଇଥାଏ, ଆସନ୍ତୁ ଜାଣିବା ।

ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୁଏ । ତେଣୁ ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ ଆକ୍ରାନ୍ତ, ସେମାନେ ଆଦୌ ଜାମୁକୋଳି ଖାଆନ୍ତୁ ନାହିଁ ।

ଜାମୁକୋଳି ରକ୍ତଚାପକୁ ନିୟନ୍ତ୍ରଣ କରେ, ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ସେବନ କରିଥାନ୍ତି । ଉଚ୍ଚ ରକ୍ତଚାପ ରୋଗୀ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ବାରା ସେମାନେ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ : ପ୍ରବଳ ବର୍ଷା ହେବ : ଆଗାମୀ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ହାଇ ଆଲର୍ଟ

ଜାମୁକୋଳିରେ ଭିଟାମିନ୍‌ ସି’ର ପରିମାଣ ଭରପୂର ଥିବାରୁ, ଏହାର ଅଧିକ ସେବନ ଦ୍ବାରା ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ । ଏଥିଯୋଗୁ ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଅତ୍ୟଧିକ ଜାମୁକୋଳି ଖାଇଲେ ବ୍ରଣ ସମସ୍ୟା ମଧ୍ୟ ଦେଖାେଦଇଥାଏ । ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତି କମ୍ ପରିମାଣରେ ଏହାକୁ ଖାଇପାରିବେ ।

Share this story