ହାର୍ଟର ଯତ୍ନ କିଭଳି ନେବେ ? ଜାଣନ୍ତୁ କିଛି ସରଳ ଟିପ୍ସ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ହୃଦୟ ରହିବ ସୁସ୍ଥ!
 

Tips for Keeping Your Heart Healthy as You Age
କେମିତି ରଖିବେ ନିଜ ହାର୍ଟର ଯତ୍ନ?

ଓଡ଼ିଆ ଗସିପ୍ ବ୍ୟୁରୋ: ହୃଦୟ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ହୃଦୟ ବିନା ଜୀବନ ଅସମ୍ଭବ। ଯଦି ଜଣେ ହୃଦଘାତରେ ପୀଡିତ ହୋଇଥାଆନ୍ତି ତେବେ ଏହାର ପ୍ରଭାବ ସମଗ୍ର ସ୍ବାସ୍ଥ୍ୟ ଉପରେ ପଡିଥାଏ। ତେଣୁ ହାର୍ଟର ଯତ୍ନ ନେବା ନିହାତି ଆବଶ୍ୟକ ଅଟେ। 

ହୃଦୟକୁ ସୁସ୍ଥ ରଖିବା ପାଇଁ ବିଶେଷ କରି ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଯଦି କହିବା ହୃଦୟ ମଧ୍ୟ ଏକ ମାଂସପେଶୀ.. ଯାହା ସମସ୍ତ ଅଙ୍ଗ ଏବଂ ମାଂସପେଶୀକୁ ରକ୍ତ ଯୋଗାଇଥାଏ । 

ହାର୍ଟ ଜନିତ ବିପଦକୁ ଏଡାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଏହି ଲେଖା ମାଧ୍ୟମରେ ଜାଣିବା ଯାହାକୁ ଆପଣ ଆପଣଙ୍କର ଦୈନନ୍ଦିନ ଜୀବନରେ ଅନୁସରଣ କରି ଆପଣଙ୍କର ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସୁସ୍ଥ ରଖି ପାରିବେ।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ବୟସ ବଢ଼ିବା ସହିତ କିପରି ହୃଦୟକୁ ସୁସ୍ଥ ରଖିବେ ଜାଣନ୍ତୁ...

ବ୍ୟାୟାମ କରିବା :- ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ହୁଲା ହୁପିଂ, ଚଲା-ବୁଲା କରିବା ଭଳି ବ୍ୟାୟାମ ଚେଷ୍ଟା କରନ୍ତୁ। ଏବଂ ଖାସକରି ନିଶା ଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତୁ। 

ସୁସ୍ଥକର ଖାଦ୍ୟ ଖାଆନ୍ତୁ :- ହୃଦୟ ସ୍ୱାସ୍ଥ୍ୟ ପାଇଁ ହେଲେ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ, ଆପଣ ଏପରି ଖାଦ୍ୟ ରାନ୍ଧିବା ଉଚିତ ଯାହା ହୃଦୟ ପାଇଁ ଭଲ, ଏହା ସହ ଫଳ, ତଟକା ପନିପରିବା ଓ ଶାଗ ଇତ୍ୟାଦି ଖାଁଧ୍ୟରେ ସାମିଲ କରିବା।

ହୃଦୟରୁ ହସନ୍ତୁ :- ମନ ଖୋଲି ହସିବା ହେଉଛି ସର୍ବୋତ୍ତମ ଔଷଧ, ଏବଂ ଏହା ମଧ୍ୟ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଏକ ଉତ୍ତମ ଉପାୟ। ହସିବା ଦ୍ୱାରା ମାନସିକ ଚାପ କମିଯାଏ, ରକ୍ତ ପ୍ରବାହରେ ଉନ୍ନତି ହୁଏ ଏବଂ ଆପଣଙ୍କ ମନୋବଳ ବୃଦ୍ଧି ପାଏ। ଏହା ସହ ସାଙ୍ଗ ଏବଂ ପରିବାର ଲୋକଙ୍କ ସହ ମନ କଥା ସେୟାର କରନ୍ତୁ। ନିଜ ମନ ପସନ୍ଦର ଲୋକଙ୍କ ସହ ଭଲ ସମୟ ଅତିବାହିତ କରନ୍ତୁ।

ଭଲ ନିଦ୍ରା ନିୟନ୍ତୁ :- ଭଲ ନିଦ ହୃଦୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ପ୍ରତ୍ୟେକ ରାତିରେ ଭଲ ନିଦ ନେବାରେ ଭୁଲନ୍ତୁ ନାହିଁ। ଭଲ  ନିଦ ପାଇଁ ଆପଣ ବହି ପଢ଼ନ୍ତୁ, ଗୀତ ଶୁଣନ୍ତୁ। ଏହାସହ ହାଇଡ୍ରେଟେଡ୍ ରୁହନ୍ତୁ, ହୃଦୟ ସ୍ୱାସ୍ଥ୍ୟ ପାଇଁ ସଠିକ୍ ହାଇଡ୍ରେସନ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଓଡ଼ିଆ ଗସିପ୍ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story