Milk Tea Or Black Tea Benefits: କ୍ଷୀର ଚା’ ନା ବ୍ଲାକ ଟି? କେଉଁଟି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ? ଜାଣନ୍ତୁ ...
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି): ଆମ ମଧ୍ୟରୁ ଅଧିକାଂଶ ଲୋକ ନିଜ ଦିନର ଆରମ୍ଭ କପେ ଚା’ ସହିତ କରିଥାନ୍ତି। ସକାଳର ସାମାନ୍ୟ କ୍ଲାନ୍ତି ଦୂର କରିବା ଏବଂ ଦିନକୁ ସତେଜର ସହ ଆରମ୍ଭ କରିବାରେ ଚା’ ଅନେକ ଲୋକଙ୍କ ଅଭ୍ୟାସ ପାଲଟିଯାଇଛି। ଅଫିସ ଯିବାର ବ୍ୟସ୍ତତା ଥାଉ, ପରିବାର ସହ ସକାଳର ଜଳଖିଆ ହେଉ କିମ୍ବା କେବଳ ନିଜ ପାଇଁ କିଛି ସମୟର ଆରାମ, ଚା’ ଆମ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। କିନ୍ତୁ ଆପଣ ଜାଣନ୍ତି କି ଚା’ ଆମ ଶରୀର ଉପରେ କି ପ୍ରଭାବ ପକାଇଥାଏ? କ୍ଷୀର ଚା’ ଲାଭଦାୟକ ନା ବ୍ଲାକ ଟି (Black Tea)? ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ବାସ୍ଥ୍ୟ ପାଇଁ କିଏ ଅଧିକ ଲାଭଦାୟକ।
କ୍ଷୀର ଏବଂ ଚା’ ପତ୍ରର ମିଶ୍ରଣରେ ପ୍ରସ୍ତୁତ ଚା’କୁ ଆମେ ସାଧାରଣତଃ କ୍ଷୀର ଚା’ ବୋଲି କହିଥାଉ। ଏଥିରେ ସ୍ବାଦ ବଢ଼ାଇବା ପାଇଁ ପ୍ରାୟତଃ ଚିନି ମଧ୍ୟ ମିଶାଯାଇଥାଏ। ଅନ୍ୟପଟେ ବିନା କ୍ଷୀର ଚା’ କେବଳ ଚା’ ପତ୍ର ଏବଂ ପାଣିରେ ପ୍ରସ୍ତୁତ ହୋଇଥାଏ। ଏହାକୁ ବ୍ଲାକ ଟି କୁହାଯାଏ। ଏଥିରେ କ୍ଷୀର ଏବଂ ଅଧିକ କ୍ୟାଲୋରୀ ନଥାଏ, ତେଣୁ ଏହାକୁ ହାଲୁକା ଏବଂ ସ୍ବାସ୍ଥ୍ୟକର ମାନିଥାନ୍ତି।
ଅଧିକ ପଢ଼ନ୍ତୁ : ସାବଧାନ! ପିଲାଙ୍କୁ ଚିପ୍ସ-କୁରକୁରେ ଖୁଆଉଛନ୍ତି କି? ଜାଣନ୍ତୁ ଏହା ଶରୀର ପାଇଁ କେତେ ବିପଜ୍ଜନକ
କ୍ଷୀର ଚା’ ସ୍ବାସ୍ଥ୍ୟ ପାଇଁ କେତେଦୂର ଠିକ?
କ୍ଷୀର ଚା’ରେ ଥିବା କ୍ଷୀର କ୍ୟାଲସିୟମ, ପ୍ରୋଟିନ ଏବଂ ଭିଟାମିନ ଡି’ର ଏକ ଭଲ ଉତ୍ସ, ଯାହା ହାଡ଼କୁ ମଜବୁତ କରିଥାଏ। କିନ୍ତୁ କ୍ଷୀର ଏବଂ ଚିନି ମିଶାଇବା ଦ୍ୱାରା ଚା’ରେ କ୍ୟାଲୋରୀ ଓ ଫ୍ୟାଟ୍ (ଚର୍ବି) ବଢ଼ିଯାଏ, ଯାହା ଓଜନ ବୃଦ୍ଧିର କାରଣ ହୋଇପାରେ। କ୍ଷୀର ଏବଂ ଚା’ରେ ଥିବା ଟ୍ୟାନିନ ମିଶି ହଜମ ପ୍ରକ୍ରିୟାକୁ ଧିମା କରିଦିଏ। ଏହାଦ୍ୱାରା କିଛି ଲୋକଙ୍କୁ ଗ୍ୟାସ କିମ୍ବା ଏସିଡିଟି ସମସ୍ୟା ଦେଖାଦେଇପାରେ। କ୍ଷୀରରେ ଥିବା ପ୍ରୋଟିନ ଚା’ର ଆଣ୍ଟି-ଅକ୍ସିଡାଣ୍ଟ ଗୁଣକୁ କମ୍ କରିଦେଇଥାଏ।
ବ୍ଲାକ ଟି’ର ଫାଇଦା କ’ଣ?
ବିନା କ୍ଷୀର ଚା’ରେ କ୍ଷୀର ଏବଂ ଚିନି ନଥିବା ଯୋଗୁଁ ଏହା ଓଜନ କମାଇବାରେ ସାହାଯ୍ୟ କରେ। ଏଥିରେ କ୍ୟାଟେଚିନ୍ସ ଏବଂ ଫ୍ଲାଭୋନଏଡ୍ସ ଭଳି ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଶରୀରକୁ କ୍ଷତିକାରକ ଉପାଦାନରୁ ରକ୍ଷା କରେ ଏବଂ ଶରୀର ଭିତରର ପ୍ରଦାହ (ଇନଫ୍ଲାମେସନ) କମାଇଥାଏ।
ନିୟମିତ ବ୍ଲାକ ଟି ପିଇବା ଦ୍ୱାରା କୋଲେଷ୍ଟ୍ରଲ ଏବଂ ବ୍ଲଡ ପ୍ରେସର (ରକ୍ତଚାପ) ନିୟନ୍ତ୍ରଣରେ ରହେ। ଏହା ପେଟ ଫାମ୍ପିବା ଏବଂ ଗ୍ୟାସ ଭଳି ସମସ୍ୟାକୁ ହ୍ରାସ କରିଥାଏ। ଏଥିରେ ମିଳୁଥିବା ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନ ସିଷ୍ଟମ) କୁ ମଜବୁତ କରିଥାଏ।
ଅଧିକ ପଢ଼ନ୍ତୁ : ସିଜରିଆନ ଡେଲିଭରି ସମୟରେ ଅଛି କିଡନୀ ଫେଲ୍ ହେବାର ଆଶଙ୍କା! ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର...
ଡାଏଟିସିଆନ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ବ୍ଲାକ ଟି ବା ବିନା କ୍ଷୀର ଚା’ ସ୍ବାସ୍ଥ୍ୟ ପାଇଁ ଏକ ଭଲ ବିକଳ୍ପ। ଏହା ଓଜନ ନିୟନ୍ତ୍ରଣ କରିବା, ହୃଦୟର ସ୍ବାସ୍ଥ୍ୟ ଭଲ ରଖିବା ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣିବାରେ ସାହାଯ୍ୟ କରେ। ଅନ୍ୟପଟେ କ୍ଷୀର ଚା’ର ସ୍ବାଦ ନିଶ୍ଚିତ ଭାବେ ଭଲ ହୋଇଥାଏ, କିନ୍ତୁ ଏହାର ଅତ୍ୟଧିକ ସେବନ ଦ୍ୱାରା ଅଧିକ କ୍ୟାଲୋରୀ ଏବଂ ଶର୍କରା (ସୁଗାର) ଯୋଗୁଁ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ମଧୁମେହ (ଡାଇବେଟିସ) ରୋଗୀଙ୍କ ପାଇଁ ବ୍ଲାକ ଟି ଅଧିକ ସୁରକ୍ଷିତ ମନେକରାଯାଏ।
ଯଦି ଆପଣ ନିଜର ସ୍ବାସ୍ଥ୍ୟ ଏବଂ ଫିଟନେସ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ବ୍ଲାକ ଟି ବାଛନ୍ତୁ। ଯଦି ଆପଣ ସ୍ବାଦ ପାଇଁ ପୋଷଣ ଚାହୁଁଛନ୍ତି, ତେବେ କମ ପରିମାଣରେ କ୍ଷୀର ଚା’ ପିଇପାରିବେ, କିନ୍ତୁ ସେଥିରେ ଚିନିର ପରିମାଣ କମ ରଖନ୍ତୁ। ବିଶେଷଜ୍ଞମାନେ ମାନନ୍ତି ଯେ ଚା’କୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇବା ହିଁ ସବୁଠାରୁ ଉତ୍ତମ।
.png)
