ହାର୍ଟ ଆଟାକ୍, ଫୁସ୍ଫୁସ୍ କ୍ୟାନ୍ସର ଏବଂ ଶ୍ବାସକ୍ରିୟାରେ ଅସୁବିଧା, ଜାଣନ୍ତୁ କେତେ କ୍ଷତିକାରକ ଏହି ଜୀବନ ନେବା ବାୟୁ...

ଓଡ଼ିଆ ଗସିପ ବ୍ୟୁରୋ: ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାରା ବିଶ୍ୱ ଯେଉଁଥିରେ ଆମ ଦେଶରେ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ଏହା ଆମେ କହୁନୁ କହୁଛି ଦିଲ୍ଲୀରେ ଲୋକେ ସହୁଥିବା ପ୍ରତିଦିନର ପ୍ରଦୂଷଣ । ଏଠାରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ଭୀଷଣ ସ୍ତରରେ ରହିଛି ।
ଦିଲ୍ଲୀରେ ବଢ଼ିଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଏବଂ ଏନସିଆର ଏହାର ଆଖପାଖ ଅଞ୍ଚଳରେ ଡିଜେଲ ଚାରିଚକିଆ ବାହାନ ଏବଂ ହାଲୁକା ବାହାନ ଉପରେ କଟକଣା ଲଗାଯାଇଛି ତଥା ବିଭିନ୍ନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଳଗାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଶରୀରର ବିଭିନ୍ନ ଅଙ୍ଗ ଉପରେ ଖରାପ ପ୍ରଭାବ ଦେଖାଇଥାଏ । ତେବେ ଆସନ୍ତୁ ଜାଣିବା ପ୍ରଦୂଷିତ ବାୟୁ ଶରୀର ପାଇଁ କେତେ କ୍ଷତିକାରକ ।
ସେପଟେ ଡାକ୍ତରଙ୍କ କହିବା ଅନୁଯାୟୀ ବାୟୁ ପ୍ରଦୂଷଣର ପ୍ରଭାବ ୨୦ ରୁ ୪୦ ବର୍ଷୀୟ ଲୋକଙ୍କ ଉପରେ ମଧ୍ୟ ପଡ଼ୁଛି ଯେଉଁମାନଙ୍କଠାରେ ଅସ୍ଥମା ଭଳି ଲକ୍ଷଣ ନଜର ଆସୁଛି । ଏହା ବ୍ୟତୀତ ମୁଣ୍ଡବ୍ୟଥା, ଆଖିରେ ଯନ୍ତ୍ରଣା ଏବଂ ନାକରେ ଯନ୍ତ୍ରଣା ମଧ୍ୟ ଦେଖାଦେଉଛି ।
‘ହୁ’ ର ରିପୋର୍ଟ ଅନୁଯାୟୀ, ପ୍ରଦୂଷିତ ବାୟୁରେ ଥିବା ଧୂଳିକଣା ଶ୍ବାସକ୍ରିୟା ମାଧ୍ୟମରେ ଶରୀରରେ ପ୍ରବେଶ କରି ରକ୍ତରେ ମିଶିଥାଏ । ରକ୍ତ ଦ୍ବାରା ସମଗ୍ର ଶରୀରେ ବ୍ୟାପିଥାଏ ଏବଂ ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଏହା ହାର୍ଟ ଏବଂ ଶ୍ବାସକ୍ରିୟା ଜନିତ ରୋଗ ସହ ଫୁସଫୁସ୍ ଜନିତ କ୍ୟାନ୍ସର ଆଶଙ୍କା ବଢ଼ାଇଥାଏ ।
ବାୟୁରେ ଥିବା ନାଇଟ୍ରୋଜେନ୍ ଏବଂ ସଲ୍ଫର ଡାଇଅକ୍ସାଇଡ୍ ଅସ୍ଥମା, ଫୁସଫୁସ୍ରେ ଯନ୍ତ୍ରଣା ଏବଂ ଏହାର କ୍ଷମତାକୁ କମ୍ କରାଇଥାଏ । ବାୟୁ ପ୍ରଦୂଷଣ ଧମନୀରେ ବ୍ଲକେଜ୍ ବଢ଼ାଇଥାଏ । ଏହାଦ୍ବାରା ଶରୀରରେ ରକ୍ତ ପ୍ରବାହ ଧୀର ହୋଇଯାଇଥାଏ । ଫଳରେ ବ୍ଲଡ୍ ପ୍ରେସର ଆଶଙ୍କା ମଧ୍ୟ ବଢ଼ିଥାଏ । ଏହାର ପ୍ରଭାବ ବଢ଼ିବା ସହ ହାର୍ଟ ଆଟାକ୍ର କାରଣ ପାଲଟିଥାଏ ।
ଜର୍ଣ୍ଣାଲ୍ ଅଫ୍ ନ୍ୟୁରୋଲୋଜୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାୟୁରେ ପ୍ରଦୂଷିତ ଧୂଳିକଣା ମନୁଷ୍ୟର ସ୍ମରଣଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ସିକାଗୋ ୟୁନିଭର୍ସିଟିର ରିସର୍ଚ୍ଚରେ କୁହାଯାଇଛି ଯେ ପ୍ରଦୂଷଣ ଯୋଗୁଁ ମନୁଷ୍ୟର ବୟସ ୧୦ ବର୍ଷ ପର୍ଯ୍ୟନ୍ତ କମ୍ ହେଉଛି ।
ବାୟୁ ପ୍ରଦୂଷଣ ଯେ କେବଳ ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଏହା ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ବୋଲି ବେଲଜିୟମ ବୈଜ୍ଞାନିକ ଦାବି କରିଛନ୍ତି । ବାୟୁ ପ୍ରଦୂଷଣ କେବଳ ହାର୍ଟ, ଫୁସ୍ଫୁସ୍ ବ୍ୟତୀତ ବ୍ରେନ ଷ୍ଟ୍ରୋକ୍, ସମୟ ପୂର୍ବରୁ ଶିଶୁ ଜନ୍ମ ହେବା, ପିଳାର ବୃଦ୍ଧିରେ ବାଧା ସୃଷ୍ଟି ହେବା ଉତ୍ପନ୍ନ ହୋଇଥାଏ ।
ଅଧିକାଂଶ ଲୋକଙ୍କ ଅନୁଯାୟୀ ଘର ଭିତରେ ପ୍ରଦୂଷଣ ପ୍ରଭାବ ହୋଇନଥାଏ । କିନ୍ତୁ ଏମିତି ନୁହେଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପାର୍ଟ ଅନୁଯାୟୀ ଦୁନିଆରେ ୨୪୦୦ କୋଟି ଲୋକ ଘର ଭିତରେ ପ୍ରଦୂଷଣ ସହ ଲଢ଼ୁଛନ୍ତି । କାରଣ ଘରେ କାଠ ଜଳାଇ ଖାଦ୍ୟ ପ୍ରସ୍ତୁତ କରିବା, ଷ୍ଟୋଭ୍ ଜଳାଇବା, କିରୋସିନିର ବ୍ୟବହାର କରିବା ଭଳି ଅନେକ ଦିଗ ରହିଛି ଯାହା ଘରେ ପ୍ରଦୂଷଣ ସ୍ତର ବଢ଼ାଉଛନ୍ତି । ଦୁନିଆରେ ପ୍ରତିବର୍ଷ ୭୦ ଲକ୍ଷ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣରୁ ହେଉଛି ।