ମହାମାରୀ କରୋନାଠୁ ବି ଭୟଙ୍କର ରୂପ ନେଇ ଆସୁଛି ମ୍ୟାଲେରିଆ; ଏଥର ଚୀନ୍ ନୁହେଁ ଆମେରିକାରୁ ଆରମ୍ଭ ସଂକଟ
ମ୍ୟାଲେରିଆ ରୋଗ ହୁଏ ଏକ ପ୍ରୋଟୋଜୋଆନ୍ ପ୍ଲାଜମୋଡିୟମ ଟାଇପର ଏକ-କୋଷି ଅଣୁବୀକ୍ଷଣିକ ପରଜୀବୀଦ୍ୱାରା ଯାହା ମଶା ବାହିତ ହୁଏ ଓ ମାନବ ତଥା ଅନ୍ୟାନ୍ୟ ପଶୁମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ସ୍ୱାଭାବିକ ଭାବେ ଜ୍ୱର, ଶରୀର ବେଆରାମ ଓ ଥକ୍କା ଲାଗେ, ବାନ୍ତି ଓ ମୁଣ୍ଡ ହୁଏ । ରୋଗ ଗମ୍ଭୀର ହେଲେ କାମଳ ବା ଜଣ୍ଡିସ ହୁଏ ବାତ ମାରେ ଓ କୋମା ହୋଇ ମୃତ୍ୟୁ ହୁଏ । ମଶା କାମୁଡ଼ିବାର ୧୦ରୁ ୧୫ ଦିନ ପରେ ମ୍ୟାଲେରିଆ ଆରମ୍ଭ ହୁଏ । ଉପଯୁକ୍ତ ଚିକିତ୍ସା ନ ହେଲେ ମାସାଧିକ କାଳ ପରେ ଏହି ରୋଗ ଲେଉଟେ । ଯେଉଁ ରୋଗୀ ଅଳ୍ପ ଦିନ ହେଲା ଭଲ ହୋଇଛି ତାକୁ ପୁନଃସଂକ୍ରମଣ ହେଲେ ଲକ୍ଷଣ ସ୍ୱଳ୍ପ ମାତ୍ରାରେ ଦେଖାଯାଏ । ପୁନଶ୍ଚ ସଂକ୍ରମିତ ନ ହେଲେ ଏହି ଆଂଶିକ ପ୍ରତିରୋଧ ଶକ୍ତି କିଛି ମାସ ବା ବର୍ଷ ପରେ କମିଯାଏ ।
ସାଧାରଣତଃ ଏହି ରୋଗ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ିଲେ ତାହାର ଲାଳରେ ଥିବା ପରଜୀବୀ ଶୁଣ୍ଢ ମାଧ୍ୟମରେ ମଣିଷର ରକ୍ତରେ ପ୍ରବେଶ କରେ । ଏହି ପରଜୀବୀ ରକ୍ତରେ ପ୍ରବାହିତ ହୋଇ ଯକୃତରେ ପ୍ରବେଶ କରେ ଓ ସେଠାରେ ବଡ଼ ହୋଇ ପ୍ରଜନନ କରେ । ଅଧିକାଂଶ ମୃତ୍ୟୁ ପ୍ଲାଜମୋଡିୟମ ଫାଲସିପ୍ୟାରମ ଯୋଗୁ ହୁଏ ଓ ପ୍ଲାଜମୋଡିୟମ ଭାଇଭାକ୍ସ,ପ୍ଲାଜମୋଡିୟମ ଓଭେଲ ଇତ୍ୟାଦି ପରଜୀବୀମାନଙ୍କଦ୍ୱରା ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ । ମଣିଷ ଦେହରେ ପ୍ଲାଜ୍ମୋଡ଼ିଅମ୍ ନଲେସି କ୍ୱଚିତ୍ ରୋଗ କରେ । ରୋଗୀର ରକ୍ତ ଫିଲମକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ମିଳିଲେ, କିମ୍ବା ମ୍ୟାଲେରିଆ ଆଣ୍ଟିଜେନ ଡିଟେକ୍ସନ୍ ଟେଷ୍ଟ କରି ଯୁକ୍ତାତ୍ମକ ଫଳ ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ମ୍ୟାଲେରିଆ ପ୍ରବଣ ଇଲାକାରେ ପଲିମରେଜ ଚେନ ରିଆକ୍ସନ ରୀକ୍ଷାଦ୍ୱାରା ମଶାର ଡିଏନଓ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରିବା ଜଟିଳତା ଓ ବହୁଳ ବ୍ୟୟସାପେକ୍ଷ ଯୋଗୁ ସମ୍ଭବ ହେଉନି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତୁତ ୨୦୧୦ରେ ଏକ ଆକଳନ ଅନୁସାରେ, ସମଗ୍ର ବିଶ୍ୱରେ ୨୧.୬ କୋଟି ବ୍ୟକ୍ତିଙ୍କର ମ୍ୟାଲେରିଆ ହେବାର ଲିଖିତ ତଥ୍ୟ ରହିଛି। ପ୍ରାୟ ୬୫୫,୦୦୦ ଜଣ ଏହି ରୋଗ ଫଳରେ ମୃତ୍ୟୁବରଣ କରିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ୫ ବର୍ଷରୁ କମ ବୟସର ଶିଶୁ। ପ୍ରକୃତରେ କହିବାକୁ ଗଲେ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇପାରେ କାରଣ ଗ୍ରାମାଞ୍ଚଳରୁ ସଠିକ ପରିମାଣରେ ତଥ୍ୟ ସଂଗ୍ରହ କରାଯାଇନାହିଁ। ଅଧିକଂଶ ମୃତ୍ୟୁର କାରଣ -ପି.ଫାଲସିପାରମ ଜୀବାଣୁ। ଅର୍ଥନୈତିକ ଅଭିବୃଦ୍ଧିର ଆଢୁଆଳରେ ମ୍ୟାଲେରିଆ ମୁଖ୍ୟଭାବେ ଦାରିଦ୍ର୍ୟତା ସହ ଜଡ଼ିତ ଏବଂ ଦାରିଦ୍ର୍ୟତାର କାରଣ ମଧ୍ୟ।
ଆଧୁନିକ ସମୟରେ ବହୁ ଆବଶ୍ୟକତା ସତ୍ତ୍ୱେ କୌଣସି ଉଚ୍ଚମାନର ଔଷଧ ମ୍ୟାଲେରିଆ ପାଇଁ ଉପଲବ୍ଧ ନାହିଁ । ଏଥି ନିମନ୍ତେ ଗବେଷଣା ଚାଲୁ ରହିଛି। ଅତ୍ୟଧିକ ମ୍ୟାଲିରିଆକୁ ଇଣ୍ଟ୍ରାଭେନସ ପଦ୍ଧତି (ଶିରା ମାଧ୍ୟମରେ ଦେହକୁ ଜଳୀୟ ଅଂଶର ପ୍ରବେଶ), ଇଣ୍ଟ୍ରାମସ୍କୁଲାର ପଦ୍ଧତି(ଦେହର ମାଂଶପେଶୀରେ ଇଞ୍ଜେକ୍ସନ) ବା କୁଇନାଇନ(ଏକ ପ୍ରକାର ଜ୍ୱର-ବ୍ୟଥା ନାଶକ ଧଳା ରଙ୍ଗର କ୍ଷାରୀୟ ବଟିକା)ଦ୍ୱାରା ଚିକିତ୍ସା କରାଯାଇଥାଏ। ୨୦୦୦ ଦଶକର ମଧ୍ୟଭାଗରୁ କୁଇନାଇନ ବଦଳରେ ଆର୍ଟେମିସିନିନ ଯାହାକି ଟିକିଏ ଉଚ୍ଚମାନର ତାହା ଉଭୟ ଶିଶୁ ତଥା ପ୍ରାପ୍ତ ବୟସ୍କଙ୍କ ପାଇଁ ମେଫ୍ଲୋକୁଇନ ସହିତ ଦିଆଯାଉଅଛି।