ବିନା ମେଡ଼ିସିନରେ ଶରୀରରେ ବଢିଥିବା ୟୁରିକ ଏସିଡକୁ କମ୍ କରି ଜାଣନ୍ତୁ କିଡନୀକୁ କେମିତି ରଖିବେ ସୁସ୍ଥ ?

ଓଡ଼ିଆ ଗସିପ୍ ବ୍ୟୁରୋ: ୟୁରିକ ଏସିଡ ଶରୀରରେ ବଢିବା ମାତ୍ରେ ଛୋଟ ଛୋଟ ଗଣ୍ଠି ମାନଙ୍କରେ ବଥା ଆରମ୍ଭ ହୁଏ l ଅବହେଳା କଲେ ଏହା ହାଡ଼କୁ ପ୍ରଭାବିତ କରେ ଓ ଚିକିତ୍ସା ମୁସ୍କିଲ ହେବା ଆରମ୍ଭ କରେ l ଏହାକୁ ଚିକିତ୍ସା ନକଲେ ଏହା ଗଣ୍ଠି ବା ଜଏଣ୍ଟ କୁ ନଷ୍ଟ କରିଦିଏ, କିଡନୀରେ ପଥର ଓ କ୍ରୋନିକ କିଡନୀ ରୋଗ ସୃଷ୍ଟି ମଧ୍ୟ କରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ ଓ ହାଡ଼କୁ ନଷ୍ଟ କଲେ ପୁଣି ରୀକୋଭରୀ କରିବା କଷ୍ଟ ହୋଇଯାଏ
ଏଲୋପାଥିରେ ଏହି ରୋଗ ପାଇଁ ଥିବା ଔଷଧ କିଡନୀ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ବହୁତ କ୍ଷତି କାରକ ହୋଇଥାଏ l ଏଥିରେ ଆଣ୍ଠୁ, ଏଡି ଓ ଗୋଡ଼ ଆଙ୍ଗୁଳି ଆଦି ବଥା ହେବାର ବଡ଼ କାରଣ ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ l ଏହି ରୋଗକୁ ଗଠିଆ ବା ଗାଉଟ (Gout) ମଧ୍ୟ କହନ୍ତି l
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
ସକାଳେ କମଳା, ମୌସୁମୀ ରସ ପିଅନ୍ତୁ, ସୈନ୍ଧବ ଲବଣ ମିଶେଇ ପାରିବେ, କମଳା ରସ ଗଣ୍ଠି ଭିତରେ ସଂଗୃହୀତ ହୋଇଥିବା ୟୁରିକ ଏସିଡକୁ ମିଳାଇ ଆଉଥରେ ରକ୍ତରେ ମିଶାଇଦେବ ଫଳରେ ତାହା କିଡନୀ ଦ୍ୱାରା ଫିଲଟର ହୋଇ ଶରୀରରୁ ବାହାରି ଯିବ l ଦିପହରେ ମଧ୍ୟ କମଳା ରସ ସୈନ୍ଧବ ଲବଣ ମିଶାଇ ଖାଇପାରିବେ, ସାଲାଡ଼ ଖାଆନ୍ତୁ, ବେଳେବେଳେ ଲେମ୍ବୁ ପାଣି ମଧ୍ୟ ପିଅନ୍ତୁ, ଚିନି ବିଲକୁଲ ବନ୍ଦ କରିବେ, ଦିପହରେ ଘୋଳ ଦହି ଖାଇପାରିବେ, ଯେତିକି ପାଣି ପିଉଥିଲେ ଡବଲ ପାଣି ପିଅନ୍ତୁ l ପ୍ରଥମ 5 ଦିନ ପ୍ରତିଦିନ 1 କିଲୋ ପପେୟା ଖାଆନ୍ତୁ, ପପେୟା ନ ମିଳିଲେ ପପେୟା ପତ୍ରରସ 1 କପ ଦିନକୁ ଦୁଇଥର ପିଅନ୍ତୁ l
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
ଭିଟାମିନ C ରେ ଭରପୁର ଥିବା ଖାଦ୍ୟ ଖାଆନ୍ତୁ, ଆପେଲ, ଗାଜର ଓ ବିଟ ଜୁସ ପ୍ରତିଦିନ ପିଇଲେ ଦେହର pH ଲେଭେଲ ବଢିଥାଏ ଓ ୟୁରିକ ଏସିଡ କମିଥାଏ I ସକାଳେ ଉଠି ଗରମ ପାଣି ପିଅନ୍ତୁ, ଏହା ଗଣ୍ଠି ବଥା ଓ ୟୁରିକ ଏସିଡ ରେ ବହୁତ ଲାଭ ଦିଏ, ଏହାଦ୍ୱାରା ପରିସ୍ରାରେ ଅଧିକ ବିଷ ତତ୍ତ୍ୱ ବାହାରି ଯାଏ l ଲେମ୍ବୁ ପାଣି ପିଅନ୍ତୁ l ଏହା ଦେହକୁ detoxify କରିଥାଏ ଓ କ୍ରିଷ୍ଟାଲକୁ ମିଳାଇ ବାହାର କରିଥାଏ l
ରସୁଣ ରସ ଦୁଇ ଚାମଚ ବାହାର କରି ମହୁ ମିଶାଇ ସେବନ କଲେ ଲାଭ ଦେଇଥାଏ, ସେଓ ବା ଆପେଲରେ ମାଲିକ ଏସିଡ ଥାଏ, ଯାହା ରକ୍ତ ସହ ମିଶି ଆଲକାଲାଇନ କାର୍ବୋନେଟ ତିଆରି କରେ, ଏହା ରକ୍ତରେ ଜମିଥିବା ୟୁରିକ ଏସିଡର ପ୍ରଭାବକୁ ନଷ୍ଟ କରେ ଏବଂ ମୂତ୍ର ଦ୍ୱାରା ୟୁରିକ ଏସିଡକୁ ବାହାର କରିଦିଏ l ଏହା ଫଳରେ ଆର୍ଥରାଇଟିସ, ଆଣ୍ଠୁଗଣ୍ଠି ଓ କିଡନୀ ରୋଗରେ ଫାଇଦା ମିଳିବା ସହ କିଡନୀ କୁ ସୁସ୍ଥ ରଖେ l
ସବୁଠୁ ବଡ କଥା ଯେ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଉତ୍ପାଦ ଖାଇବେନାହିଁ, ଛତୁ, ପାଳଙ୍ଗ, ମଟର, ଛେନା, ବିନସ, ଆଦି ଖାଇବେ ନାହିଁ, ଫୁଲ କୋବି, କ୍ଷୀର, ଲହୁଣୀ, ଆମିଷ, ତେଲିଆ ଖାଦ୍ୟ, ସମୁଦ୍ର ଖାଦ୍ୟ, ଭେଣ୍ଡି, ମଇଦା, ଧଳା ଭାତ, ବିରି, ଚାହା, ଦହି, କୋଲଡ଼ ଡ୍ରିଙ୍କ, କଫି, ଟମାଟୋ, ଚାଉଳ, ଆଚାର, ଆଦି ବନ୍ଦ କରନ୍ତୁ,କେକ, ପେଷ୍ଟ୍ରି, ଡବାବନ୍ଦ ଖାଦ୍ୟ ବନ୍ଦ କରିବେ ଯାହା ଦ୍ୱାରା ବିନା ମେଡ଼ିସିନ ରେ ୟୁରିକ ଏସିଡକୁ କମେଇ ପାରିବେ ଓ କିଡ଼ନୀ କୁ ସୁସ୍ଥ ମଧ୍ୟ କରି ପାରିବେl